RBI money mule accounts: ଠକେଇ ସନ୍ଦେହ ହେଲେ ଖାତାରୁ ଟଙ୍କା ଉଠାଇ ‌ହେବନି, ୨୦୨୭ ଏପ୍ରିଲରୁ ନୂଆ ନିୟମ

3 days ago 4
ARTICLE AD BOX

ମୁମ୍ବାଇ: ସାଇବର ଠକେଇ ଓ ମନି ମ୍ୟୁଲ ଖାତା ଉପରେ ରୋକ ଲଗାଇବାକୁ ନୂଆ ବ୍ୟବସ୍ଥା ଆଣିବାକୁ ଭାରତୀୟ ରିଜର୍ଭ ବ୍ୟାଙ୍କ ପ୍ରସ୍ତାବ ଦେଇଛି। ସନ୍ଦେହଜନକ କାରବାର ଚିହ୍ନଟ ହେଲେ ବ୍ୟାଙ୍କ ସମ୍ପୃକ୍ତ ଟଙ୍କା କିମ୍ବା ପୂରା ଖାତାରୁ ଟଙ୍କା ଉଠାଣ ଉପରେ ଅସ୍ଥାୟୀ ରୋକ ଲଗାଇପାରିବ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ରିଜର୍ଭ ବ୍ୟାଙ୍କ ଏହି ପ୍ରସ୍ତାବିତ ନିୟମ ଆଣିଛି।

ଆହୁରି ପଢ଼ନ୍ତୁ: ଗଣେଶ ପୂଜାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଚାଲିଗଲା ଜଣଙ୍କ ଜୀବନ, ଜଣେ ଗୁରୁତର

ରିଜର୍ଭ ବ୍ୟାଙ୍କ ଅନୁସାରେ, ୧,୦୦୦ ଟଙ୍କା କିମ୍ବା ତାଠାରୁ ଅଧିକର କୌଣସି କାରବାରକୁ ବ୍ୟାଙ୍କର ନିରୀକ୍ଷଣ ବ୍ୟବସ୍ଥା ସନ୍ଦେହଜନକ ବୋଲି ଚିହ୍ନଟ କଲେ ଏହା ଉପରେ ତୁରନ୍ତ ଡେବିଟ୍ ହୋଲ୍ଗ ବା ଟଙ୍କା ଉଠାଣ କଟକଣା ଲାଗିପାରିବ। ଏଥିପାଇଁ ବ୍ୟାଙ୍କ ଏଆଇ ଓ ମେସିନ୍ ଲର୍ଣ୍ଣିଂ ଭଳି ପ୍ରଯୁକ୍ତିର ସହାୟତା ନେବେ। ଖାତା ଉପରେ ରୋକ ଲାଗିବା ପରେ ଗ୍ରାହକଙ୍କୁ ବ୍ୟାଙ୍କ ଏହାର କାରଣ ଓ ରୋକ ହଟାଇବାର ପ୍ରକ୍ରିୟା ବିଷୟରେ ଜଣାଇବାକୁ ପଡ଼ିବ। ଗ୍ରାହକଙ୍କୁ ନିଜ କାରବାର ଠିକ୍‌ ବୋଲି ପ୍ରମାଣ କରିବା ପାଇଁ ୨୦ ଦିନ ସମୟ ମିଳିବ। ଗ୍ରାହକଙ୍କ ଜବାବ ପାଇବାର ୧୦ ଦିନ ମଧ୍ୟରେ ବ୍ୟାଙ୍କକୁ ଖାତା ସମ୍ପର୍କରେ ନିଷ୍ପତ୍ତି ନେବାକୁ ପଡ଼ିବ।
ଗ୍ରାହକଙ୍କ ଜବାବରେ ବ୍ୟାଙ୍କ ସନ୍ତୁଷ୍ଟ ହେଲେ ତୁରନ୍ତ ରୋକ ହଟାଇବ। ଯଦି ବ୍ୟାଙ୍କ ସନ୍ତୁଷ୍ଟ ନହୁଏ, ତେବେ ମାମଲାକୁ ପୁଲିସ ନିକଟକୁ ପଠାଇବ। ତେବେ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କଠାରୁ ରୋକ ଜାରି ରଖିବାକୁ ନିର୍ଦ୍ଦେଶ ନ ମିଳିଲେ ସର୍ବାଧିକ ୬୦ ଦିନ ମଧ୍ୟରେ ଏହାକୁ ହଟାଇବାକୁ ପଡ଼ିବ। ରିଜର୍ଭ ବ୍ୟାଙ୍କର ଏହି ନିୟମ ଉପରେ ବ୍ୟାଙ୍କ, ବିଭିନ୍ନ ଅଂଶୀଦାର ଓ ସାଧାରଣ ଲୋକଙ୍କଠାରୁ ଅକ୍ଟୋବର ୨ ସୁଦ୍ଧା ମତାମତ ମାଗିଛି। ପ୍ରସ୍ତାବିତ ନିୟମ ୨୦୨୭ ଏପ୍ରିଲ ୧ରୁ ଲାଗୁ କରିବାକୁ ଯୋଜନା ରହିଛି।

ଆହୁରି ପଢ଼ନ୍ତୁ: ପ୍ଲାଷ୍ଟିକ୍ ଆଉ ବର୍ଜ୍ୟ ନୁହେଁ, ବୈଜ୍ଞାନିକମାନେ ପେଟ୍ରୋଲ ଏବଂ ଡିଜେଲ ତିଆରି କରିବାର ସହଜ ଉପାୟ ଆବିଷ୍କାର: ଲ୍ୟାବ ପରୀକ୍ଷଣ ସଫଳ

ଅଧିକ ଦେଖନ୍ତୁ:

Read Entire Article
LEFT SIDEBAR AD

Hidden in mobile, Best for skyscrapers.