Rathkhala: ରଥଖଳା: ରଥରେ ଲାଗିଲା ପ୍ରଭା

2 weeks ago 10
ARTICLE AD BOX

ପୁରୀ: ଆଜି ଥିଲା ରଥ ନିର୍ମାଣର ୮୪ ତମ ଦିବସ। ରଥ ନିର୍ମାଣକାରୀ ସେବକ ରଥଖଳାରେ ଉପସ୍ଥିତ ରହି ମୁଖ୍ୟ ମହାରଣାଙ୍କ ମାର୍ଗଦର୍ଶନ ପ୍ରକାରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ। ଆଜି ତିନି ରଥରେ ପ୍ରଭା ଲାଗିଛିl ମହାପ୍ରଭୁଙ୍କ ରଥଖଳାରେ ତିନି ରଥର ସିଂହାସନ ପଛପଟେ ସୁଦୃଶ୍ୟ ପ୍ରଭା ଲାଗି ଶେଷ ହୋଇଛି। ଏହା କାଠରେ ନିର୍ମିତ ଏକ ଅର୍ଦ୍ଧଚନ୍ଦ୍ରାକାର ଫ୍ରେମ୍। ଏହାକୁ ଶାଳ କାଠରେ ଅତି ନିଖୁଣ ଭାବେ ଖୋଦେଇ କରି ରୂପକାର ସେବାୟତମାନେ ପ୍ରସ୍ତୁତ କରିଥାନ୍ତି। ପ୍ରଭା ଲାଗିବା ପରେ ରଥର ସୌନ୍ଦର୍ଯ୍ୟ ବହୁଗୁଣିତ ହୋଇଥାଏ। 

Women Opposed Wine: ଦିନରେ ଧାନରୁଆ, ସଂଧ୍ୟାରେ ମଦୁଆ ଧରା ଅଭିଯାନ

ଏଥିସହ ରଥରେ କଳସ, ଓଲଟ ଶୁଆ ଓ ଅଁଳା ସଂସ୍ଥାପିତ ହେବା ସହ ଚିତ୍ରକାର ସେବକଙ୍କ ଦ୍ୱାରା ତିନିରଥର ବାହ୍ୟ ଅଂଶରେ ରଙ୍ଗ କାର୍ଯ୍ୟ ଶେଷ ହୋଇଛି। ଦର୍ଜି ସେବକଙ୍କ ଦ୍ୱାରା ରଥ କନା କାର୍ଯ୍ୟ ଆସନ୍ତାକାଲି ସମ୍ପୂର୍ଣ୍ଣ ହେବ ବୋଲି ଜଣାପଡିଛି। କନକମୁଣ୍ଡିରେ ପିତ୍ତଳ ସଜ ପଡ଼ିସାରିଛି। ଦର୍ଜି ସେବକଙ୍କ କନା କାର୍ଯ୍ୟ ଶେଷ ହୋଇଛି। ବତା କନାରେ ଲେସ୍ ଫିଟିଂ ସହ ଯୋଡ଼େଇ କାର୍ଯ୍ୟ ଶେଷ ହୋଇଛି। ଏଥିସହ ମହାପ୍ରଭୁଙ୍କ ମଥା ପଟି, ବାଘ ପଟି ତଥା ପହଣ୍ଡି ନିମନ୍ତେ ମୁଠି ବେଣ୍ଟ ଓ ନଳୀ ଭୁଜ ସିଲେଇ କାର୍ଯ୍ୟ ଶେଷ ହୋଇଛି। ଚିତ୍ରକାର ସେବକ ରଥର ବାହ୍ୟ ଅଂଶଗୁଡ଼ିକର ରଙ୍ଗ କାର୍ଯ୍ୟ ଶେଷ କରିଛନ୍ତି। ଏଥିସହ ତିନିରଥର ଘୋଡ଼ାମାନଙ୍କର ଓ ସାରଥିଙ୍କ ରଙ୍ଗ କାର୍ଯ୍ୟ ଶେଷ ହୋଇଛି।

Indigo: ଲେହ ବିମାନବନ୍ଦରରେ ହେରୋଇନ ସହ ଗିରଫ ହେଲେ ଇଣ୍ଡିଗୋ ବିମାନ ଯନ୍ତ୍ରୀ

Read Entire Article
LEFT SIDEBAR AD

Hidden in mobile, Best for skyscrapers.