ARTICLE AD BOX
ପୁରୀ: ଆଜି ଥିଲା ରଥ ନିର୍ମାଣର ୭୮ତମ ଦିବସ। ରଥ ନିର୍ମାଣକାରୀ ସେବକ ମୁଖ୍ୟ ମହାରଣାଙ୍କ ମାର୍ଗଦର୍ଶନରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ। ତିନି ରଥର ଚକ ତଳେ ଲାଗୁଥିବା ଫାଳି କାଠ ସାଇଜ କରାଯାଇଛି। ଗତକାଲି ସୁଦ୍ଧା ମୋଟ ୩୨ଟି କନ୍ୟା ପଟା ବାଡ଼ିଆ କାର୍ଯ୍ୟ ଶେଷ ହୋଇଛି। ତାଳଧ୍ବଜ ଓ ନନ୍ଦିଘୋଷ ରଥର ଚାରି ପାଖରେ ୧୨ଟି ଲେଖାଏଁ ଏବଂ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥରେ ୮ଟି କନ୍ୟା ପଟା ବାଡ଼ିଆ ଯାଇଛି। ଚିତ୍ରକାର ସେବକମାନେ ତିନିରଥ ପ୍ରଭାରେ ରୂପ ଖୋଦେଇ ଅଂଶରେ ରଙ୍ଗ କାର୍ଯ୍ୟ ଶେଷ କରିଛନ୍ତି।
Rathakhala: ରଥଖଳା: ପାର୍ଶ୍ବ କୋଣରେ ପଟା ବାଡ଼ିଆ ଶେଷ
ବାହ୍ୟ ଅଂଶଗୁଡ଼ିକର ରଙ୍ଗ କାର୍ଯ୍ୟ, ବ୍ରେକ ପୁଲିର ରଙ୍ଗ କାର୍ଯ୍ୟ ଏବଂ ଘୋଡ଼ା ଓ ସାରଥିଙ୍କ ରଙ୍ଗ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଦର୍ଜି ସେବକମାନେ କନା କଟିଂ ପରେ ସେଥିରେ ବିଳାସ ପଟି ବା ଜରି ଲେସ୍ ଫିଟିଂ କାର୍ଯ୍ୟ ଶେଷ କରିଛନ୍ତି। ଦୁଆର ବେଢ଼ା ଚନ୍ଦ୍ରଶାଳିର କନା କଟିଂ ଶେଷ ପରେ ସେଥିରେ ଫୁଲ, ଡାଳି, ଲତା ପକା କାର୍ଯ୍ୟ ପାଇଁ ମାପ ଚିହ୍ନ ଦେଇ ଗାରିଆ କାର୍ଯ୍ୟ କରାଯାଉଛି। ପୋଟଳ କନା କଟିଂ ଶେଷ ହୋଇଛି। ଦୋଳବେଦି ଅସ୍ଥାୟୀ କମାର ଶାଳରେ ଓଝା କମାର ସେବକମାନେ ରଥର ସମସ୍ତ କଣ୍ଟା ନିର୍ମାଣ କାର୍ଯ୍ୟ ଶେଷ କରିଛନ୍ତି।

3 weeks ago
14


