Ratha yatra: ରଥଖଳା: ରଥରେ ହଂସପଟା ବାଡ଼ିଆ ଜାରି

3 weeks ago 12
ARTICLE AD BOX

ପୁରୀ: ରଥ ନିର୍ମାଣ କାର୍ଯ୍ୟର ୭୯ ତମ ଦିବସରେ ହଁସପଟା ବାଡ଼ିଆ ଚାଲୁ ରହିଛି। ରଥରେ ପାର୍ଶ୍ୱ ଦେବଦେବୀ ଲାଗିବା ପାଇଁ ପ୍ରସ୍ତୁତି କରାଯାଉଛି। ତିନି ପାର୍ଶ୍ୱରେ ଶିଖର ଡମ୍ବୁରୁ ଲଗାଯିବ। କଳସ ଉଠିଲା ପରେ କଣି ଫାଉଡ଼ା ବତା ବାଡ଼ିିଆ ହେବ। ତିନିରଥର ପ୍ରଭା ଉଠିବା ପରେ ଧୂଳିଦଣ୍ଡାରେ ବାଡ଼ିଆ ହେବ। ଆଗ ପଛ ଚାରିପଟେ ହଂସପଟା ବାଡ଼ିଆ ହେଉଛି। ଗତ କାଲି  ଚକଫାଳି ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲା। ମହାରଣା ସେବକମାନେ ୧୦ଟି ଲେଖାଏଁ ରଥ ମୋଡ଼ ଚକ ଫାଳି ନିର୍ମାଣ ଶେଷ କରିଛନ୍ତି। ରଥ ଗଡ଼ି ଦିଗ ହରା ହେଲେ ରଥକୁ ଦିଗ ଦିଆଯିବା ପାଇଁ ଚକମୋଡ଼ି ଫାଳିର ବିଶେଷ ଆବଶ୍ୟକତା ପଡ଼ିଥାଏ। ଭୋଇ ସେବକମାନେ ଏହି ଚକମୋଡ଼ ଫାଳିକୁ ଉପଯୋଗ କରିଥାଆନ୍ତି। ତିନିରଥର ବେଦି ସିଂହାସନ ରଞ୍ଜାମରା କାର୍ଯ୍ୟ ଶେଷ ହୋଇଛି। ପ୍ରଭାରେ ରଙ୍ଗ କାର୍ଯ୍ୟ ଶେଷ ହୋଇଛି। ଚିତ୍ରକାର ସେବକମାନେ ପ୍ରଭାରେ ଖୋଦେଇ ରୂପରେ ରଙ୍ଗ କାର୍ଯ୍ୟର ଶେଷ ସ୍ପର୍ଶ ଦେଇଛନ୍ତି।

Neglect: ୧୨ ଜଣିଆ ପରିବାରକୁ ୧୦ କି‌ଲୋ ଚାଉଳ

ତିନି ରଥର ଘୋଡ଼ା

ରଥରେ ସଂଯୋଗ ହେଉଥିବା ଅଶ୍ବମାଙ୍କର ସ୍ବତନ୍ତ୍ର ପରିଚୟ ଓ ତାତ୍ତ୍ବିକ ବ୍ୟାଖ୍ୟା ରହିଛି। ଅବଶ୍ୟ ଅଶ୍ବମାନେ ରଥ ଟାଣନ୍ତି ନାହିଁ, ମାତ୍ର ବିଧି ମୁତାବକ ରଥରେ ଅଶ୍ବଙ୍କୁ ସାମିଲ କରାଯାଏ। ଏହି ଅଶ୍ବ ସାଧାରଣ ନୁହନ୍ତି, ବରଂ ସେମାନଙ୍କ ମଧ୍ୟର ମହାପ୍ରଭୁଙ୍କ ଚାରି ଅଶ୍ବ ସ୍ବୟଂ ବ୍ରହ୍ମଦେବ ଅଠାଶୀ ସହସ୍ର ବର୍ଷ ଯଜ୍ଞ କରି ଏହି ଅଣାଇଥିଲେ ବୋଲି ବର୍ଣ୍ଣିତ ରହିଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥର ୪ ଅଶ୍ବ ହେଲେ ଶଙ୍ଖ, ବଳାହଙ୍କ, ଶ୍ବେତ ଓ ହରିତାଶ୍ବ। ଏମାନଙ୍କର ବର୍ଣ୍ଣ ଶୁକ୍ଳ। ଶ୍ରୀବଳଭଦ୍ରଙ୍କ ତାଳଧ୍ବଜ ରଥରେ ସଂଯୁକ୍ତ ଅଶ୍ବମାନେ ହେଉଛନ୍ତି ତୀବ୍ର, ଘୋର, ଦୀର୍ଘଶ୍ରମ ଓ ସ୍ବର୍ଣ୍ଣନାଭ। ଏମାନଙ୍କର ବର୍ଣ୍ଣ କୃଷ୍ଣ। ଦେବୀ ସୁଭଦ୍ରାଙ୍କ ରଥରେ ସଂଯୁକ୍ତ ଅଶ୍ବ ହେଉଛନ୍ତି, ରୋଚିକା, ମୋଚିକା, ଜିତା ଓ ଅପରାଜିତା। ଏମାନଙ୍କ ବର୍ଣ୍ଣ ଲୋହିତ ତଥା ରକ୍ତ ବର୍ଣ୍ଣ। ଲେଖିକା ତୁଳସୀ ଓଝାଙ୍କ ଲିଖିତ ରଥ ସଂହିତା ମୁତାବକ, ବେଦରେ ଅଶ୍ବକୁ କାଳ ରୂପରେ ବର୍ଣ୍ଣନା କରାଯାଇଛି। କୁହାଯାଏ କାଳର ପ୍ରତୀକ ଭାବେ ଶ୍ବେତ, କୃଷ୍ଣ ଓ ଲୋହିତ ଅଶ୍ବର ସଂଯୋଜନା କରାଯାଇଛି। ଏହା ସୃଷ୍ଟି, ସ୍ଥିତ ଓ ପ୍ରଳୟର ସ୍ବରୂପ। ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥରେ ସଂଯୁକ୍ତ ଚାରି ଅଶ୍ବ ପ୍ରଳୟ ଜଳରେ ବୁଡ଼ନ୍ତି ନାହିଁ। ଦିନ ରାତି ଜାଣନ୍ତି ନାହିଁ କିମ୍ବା କାଳର ମଧ୍ୟ ଅନୁଗତ ନୁହନ୍ତି। କୋଟି କାଳ ଏମାନଙ୍କ ପାଇଁ ଗୋଟିଏ ମୁହୂର୍ତ୍ତ ସଦୃଶ। ସେମାନେ ନିଆଁରେ ଜଳନ୍ତି ନାହିଁ କି ଜଳରେ ବୁଡ଼ନ୍ତି ନାହିଁ। ବରଂ ମହା ପ୍ରଳୟରେ ହଂସ ରୂପରେ ବିହରନ୍ତି। ତାଳଧ୍ବଜ ରଥରେ ସଂଯୁକ୍ତ କୃଷ୍ଣ ମେଘ ସଦୃଶ ଚାରି ଅଶ୍ବ କୃଷ୍ଣ ମେଘ ରୂପ ଧାରଣ କରି ପୃଥିବୀ ଉପରେ ଅମୃତ ବର୍ଷା କରନ୍ତି। ଦେବୀ ସୁଭଦ୍ରାଙ୍କ ଦେବଦଳନ ବା ପଦ୍ମଧ୍ବଜ ରଥର ବାହିକା ରୋଚିକା, ମୋଚିକା, ଜିତା ଓ ଅପରାଜିତା ଉଦୟ ସୂର୍ଯ୍ୟର ବର୍ଣ୍ଣ ବିଭା ସହ ବିଦ୍ୟମାନ। 

Ram Mandir: ରାମମନ୍ଦିର ଦାନ ଚୋରି; ଅବିନାଶ ଶୁକ୍ଳା ମୁଖ୍ୟ ଅଭିଯୁକ୍ତ

Read Entire Article
LEFT SIDEBAR AD

Hidden in mobile, Best for skyscrapers.