Ratha khala: ରଥଖଳା: ରଥରେ ଲାଗିଲା ଶିଖର ଡମ୍ବରୁ

3 weeks ago 11
ARTICLE AD BOX

ପୁରୀ: ଆଜି ଥିଲା ରଥ ନିର୍ମାଣ କାର୍ଯ୍ୟର ୮୦ତମ ଦିବସ। ରଥ ନିର୍ମାଣକାରୀ ସେବକ ମୁଖ୍ୟ ମହାରଣାଙ୍କ ମାର୍ଗଦର୍ଶନ ପ୍ରକାରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ। ଆଜି ତିନି ରଥରେ ପାର୍ଶ୍ବ ଦେବାଦେବୀ ଲଗାଯିବା ପରେ ତା’ ଉପରେ ଶିଖର ଡମ୍ବରୁ ଲଗାଯାଇଛି। ଗତକାଲି ରଥରେ ହଂସପଟା ବାଡ଼ିଆ କାର୍ଯ୍ୟ ଶେଷ ହୋଇଥିଲା। ଉପର ପରିକ୍ରମା ମାର୍ଗ ଚତୁଃପାର୍ଶ୍ୱରେ ହଂସ ପଟା ବାଡ଼ିଆ ହୋଇଥିଲା। ଏହାପରେ ଠେକରା ବାଡ଼, କଳସ, ପ୍ରଭା, ପିତଳ କାମ ସହ କନକମୁଣ୍ତିରେ ପିତଳ ଛାଉଣୀ କରାଯିବ।

Customs Duty: ଇଲେକ୍ଟ୍ରୋନିକ୍ସ, ବ୍ୟାଟେରି ଉପକରଣ ସୀମା ଶୁଳ୍କ ଛାଡ଼

ଚିତ୍ରକାର ସେବକମାନେ ଘୋଡ଼ା, ସାରଥିଙ୍କ ରଙ୍ଗ କାର୍ଯ୍ୟ ସହ ତିନି ରଥର ବାହ୍ୟ ଅଂଶଗୁଡିକରେ ଚିତ୍ର କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚାଇଛନ୍ତି। ଦରଜି ସେବକମାନେ ବତା କନାରେ ବିଳାସ ପଟି ସିଲେଇ କାର୍ଯ୍ୟ ଶେଷ କରିଛନ୍ତି। ଦୁଆର ବେଢ଼ା ଏବଂ ଚନ୍ଦ୍ରଶାଳିରେ ଫୁଲ ପକା କାର୍ଯ୍ୟ ଶେଷ କରିଛନ୍ତି। ଏଥିସହ ଶ୍ରୀବିଗ୍ରହମାନଙ୍କ ପହଣ୍ଡି ପାଇଁ ଲାଗି ଲୁଗା ଶେଷ କରିବା ସହ ପହଣ୍ଡି ସମୟରେ ଶ୍ରୀବିଗ୍ରହଙ୍କ ଶ୍ରୀଅଙ୍ଗ ସୁରକ୍ଷା ପାଇଁ ଶ୍ରୀପର ତୂଳୀ ଏବଂ ବିଜେ ତୂଳୀ ନିର୍ମାଣ ଶେଷ କରିଛନ୍ତି। ଦୋଳବେଦି ଅସ୍ଥାୟୀ କମାରଶାଳରେ ଓଝା ସେବକମାନେ କୋଠ ସୁଆଁସିଆ ସେବକଙ୍କ ରଥରେ ହାତୁଡ଼ି, ଛୁରି ନିର୍ମାଣ ସହ ଜରୁରି ପରିସ୍ଥିତିରେ ଆବଶ୍ୟକ କଣ୍ଟା ଲୁହା ନିର୍ମିତ ସରଞ୍ଜାମ ରଥରେ ମହଜୁଦ ପାଇଁ ନିର୍ମାଣ କାର୍ଯ୍ୟ ଜାରି ରଖିଛନ୍ତି।

Horoscope 2026 July 10: ଜାଣନ୍ତୁ ଆଜିର ରାଶିଫଳ

Read Entire Article
LEFT SIDEBAR AD

Hidden in mobile, Best for skyscrapers.