ARTICLE AD BOX
ଭୁବନେଶ୍ୱର: ରିଲାଏନ୍ସ ପକ୍ଷରୁ ପୁରୀ ପ୍ରଶାସନ ସହଯୋଗରେ ପୁରୀ ରଥଯାତ୍ରା ସେବା ୨୦୨୬ ଅଭିଯାନ ଆରମ୍ଭ କରାଯାଇଛି। ରିଲାଏନ୍ସ ପକ୍ଷରୁ ଅନ୍ନ ସେବା, ସାର୍ବଜନୀନ ସହାୟତା ଭିତ୍ତିଭୂମି ସ୍ଥାପନା, ପରିମଳ, ସ୍ୱେଚ୍ଛାସେବୀ ନିୟୋଜନ, ସମୁଦାୟ ଯୋଗାଯୋଗ ଓ ପ୍ରଯୁକ୍ତି ସମନ୍ୱୟ ଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଅନନ୍ତ ଏମ୍ ଅମ୍ବାନୀ କହିଛନ୍ତି ଯେ ମାନବ ସେବା ହିଁ ହେଉଛି ଭଗବାନଙ୍କ ସେବା। ଏହା ଉପରେ ଆମେ ଗଭୀର ଭାବରେ ବିଶ୍ୱାସ କରୁ। ପୁରୀରେ ଲୋକଙ୍କୁ ସେବା କରିବାର ସୁଯୋଗକୁ ଆମେ ଏକ ଆଶୀର୍ବାଦ ଭାବରେ ଦେଖୁଛୁ। ଆମର ବିଶ୍ବାସ ରହିଛି ରଥଯାତ୍ରା ସମୟରେ ତୀର୍ଥଯାତ୍ରୀ ଓ ଆଗଧାଡିର କର୍ମଚାରୀଙ୍କ ସେବା କରି ଆମେ ଈଶ୍ୱରଙ୍କ ସେବା କରୁଛୁ ବୋଲି ସେ କହିଛନ୍ତି।
ରିଲାଏନ୍ସ ପକ୍ଷରୁ ଏକ କେନ୍ଦ୍ରୀୟ ରୋଷେଇଶାଳା ଓ ଭୋଳାନାଥ ହାଇସ୍କୁଲରେ ସୁବିଧା ସହିତ ଜୁଲାଇ ୧୭ରୁ ୧୭ ପର୍ଯ୍ୟନ୍ତ ତୀର୍ଥଯାତ୍ରୀ ଓ ଆଗଧାଡ଼ିର କର୍ମୀଙ୍କୁ ସାତ୍ତ୍ବିକ ଆହାର ଓ ପାନୀୟ ଜଳ ପ୍ରଦାନ କରାଯିବ। ୫୦ କିମି ରୁଟ୍ରେ ୯୦ଟି ପୁଲିସ ସହାୟତା ପୋଷ୍ଟ ସ୍ଥାପନ କରାଯାଇଛି। ୧୦୦୦ ପୁଲିସଙ୍କୁ ପାନୀୟ ଜଳ, ଓଆର୍ଏସ୍ ଓ ଅନ୍ୟାନ୍ୟ ସହାୟତା ପ୍ରଦାନ କରାଯିବ। ଭିଡ଼ ପରିଚାଳନା ଓ ସ୍ବେଚ୍ଛାସେବୀ ସହାୟତା ମଧ୍ୟ ଯୋଗାଇ ଦିଆଯିବ। ସ୍ବଚ୍ଛତା ବଜାୟ ରଖିବା ପାଇଁ ପୁରୀ ମୁନିସପାଲିଟିକୁ ଅଳିଆ ବ୍ୟାଗ୍ ଓ ସୁରକ୍ଷା ଗ୍ଲୋଭ୍ସ ପ୍ରଦାନ କରାଯାଇଛି। ଏହି ଅଭିଯାନ ଜରିଆରେ ୨୦ ଲକ୍ଷରୁ ଅଧିକ ତୀର୍ଥଯାତ୍ରୀଙ୍କୁ ସୁରକ୍ଷିତ ରଥଯାତ୍ରା ଅନୁଭୂତି ପ୍ରଦାନ କରିବ।

2 weeks ago
14


