ARTICLE AD BOX
ଭୁବନେଶ୍ୱର: ରାତି ପାହିଲେ ରଥଯାତ୍ରା। କିନ୍ତୁ ବଦଳିଲାନି ରାଜଧାନୀର ରାସ୍ତାଘାଟ ସ୍ଥିତି। କେଉଁଠି ରାସ୍ତାଘାଟର ଖାଲଖମା ତ କେଉଁଠି ମୁକୁଳା ନାଳ ଚାଳକଙ୍କ ପାଇଁ ବିପଦ ସାଜିଛି। ହଂସପାଳ-ବାଲିଅନ୍ତା ବଜାର ରାସ୍ତା ଏହାର ଜ୍ବଳନ୍ତ ଉଦାହରଣ। ଏଠି ରାସ୍ତା ଅନେକ ଦିନରୁ ଦବିଗଲାଣି ଓ ଖାଲ ହୋଇଗଲାଣି। କିନ୍ତୁ ପୂର୍ତ୍ତ ବିଭାଗ ବାବୁଙ୍କ ନିଦ ଭାଙ୍ଗୁନି। ସ୍ଥିତି ଏପରି ଯେ ଚାଳକଙ୍କ ସୁରକ୍ଷା ସାଜିଛି ଗଛ ଡାଳ। ଏଭଳି ବିପଦପୂର୍ଣ୍ଣ ସ୍ଥାନରେ ଲୋକଙ୍କ ସୁରକ୍ଷା ପାଇଁ ଅଞ୍ଚଳର ଲୋକେ ଗଛ ଡାଳ ପୋତି ସୁରକ୍ଷା ସଙ୍କେତ ଦେଇଛନ୍ତି। ରଥଯାତ୍ରା ସମୟରେ ରାଜଧାନୀର ଏଭଳି ଚିତ୍ର ପ୍ରଶାସନିକ ପ୍ରସ୍ତୁତିକୁ ଉପହାସ କରୁଛି।
Development Project: ୪୦ କୋଟିରୁ ଅଧିକ ପ୍ରକଳ୍ପର ଶିଳାନ୍ୟାସ, ଉଦ୍ଘାଟନ କଲେ ବିଧାୟକ
ଗଛ ଡାଳ, ବାଲିବସ୍ତା କରୁଛି ସୁରକ୍ଷା
ହଂସପାଳ-ବାଲିଅନ୍ତା ରାସ୍ତା ଭୁବନେଶ୍ବର ମହାନଗର ନିଗମର ୪ ନମ୍ବର ୱାର୍ଡରେ ଆସୁଛି। ପୂର୍ତ୍ତ ବିଭାଗ ପ୍ରାୟ ୭ କୋଟି ଟଙ୍କାରେ ରାସ୍ତା ସଂପ୍ରସାରଣ ସହ ଅନ୍ୟାନ୍ୟ କାମ କରିଥିଲା। ଦେଢ଼ବର୍ଷ ତଳେ ଏହି ରାସ୍ତାର ଶୁଭାରମ୍ଭ କରାଯାଇଥିଲା। କିନ୍ତୁ ଦେଢ଼ବର୍ଷ ଯାଇନି, ଏହି ରାସ୍ତା ଖାଲଖମାରେ ଭରିଯାଇଛି। ୧୬ ନମ୍ବର ଜାତୀୟ ରାଜପଥରୁ ବାଲିଅନ୍ତାକୁ ଯାଉଥିବା ଲୋକେ ଏହା ଉପରେ ନିର୍ଭରଶୀଳ। ଦୈନିକ ଶହ ଶହ ଗାଡ଼ି ଏହି ରାସ୍ତା ଦେଇ ଯାଆସ କରୁଛି। କିନ୍ତୁ ହଂସପାଳ ଛକରୁ ଏହି ରାସ୍ତାକୁ ପ୍ରବେଶ ପଥରେ ବିରାଟ ଗର୍ତ୍ତ ସୃଷ୍ଟି ହୋଇଛି। ବହୁଦିନରୁ ଏହି ଗର୍ତ୍ତ ସେହିଭଳି ରହିଛି। ନା ଏହାର ମରାମତି କରାଯାଉଛି, ନା ଲୋକଙ୍କ ପାଇଁ କୌଣସି ବିପଦସଂକେତ ଚିହ୍ନିତ କରାଯାଉଛି। ସ୍ଥିତି ଏପରି ହେଲାଣି ଯେ ଏହି ଗର୍ତ୍ତକୁ ଲାଗି ଏକାଧିକ ଗର୍ତ୍ତ ସୃଷ୍ଟି ହେଲାଣି ଓ ଏହି ଫାଟ ମେଲିବାରେ ଲାଗିଛି। ପୁରୀ କେନାଲ୍କୁ ଲାଗିଥିବାରୁ ଯଦି ମରାମତି ନ କରାଯାଏ, ଏହା ଧସିଯିବାର ବି ଆଶଙ୍କା ଦେଖାଦେଲାଣି। ସେପଟେ ରାସ୍ତା ମଝିରେ ଏକାଧିକ ସ୍ଥାନରେ ଗର୍ତ୍ତ ସୃଷ୍ଟି ହୋଇଛି। କିନ୍ତୁ ଏହାର ମରାମତି କରାଯାଉନଥିବାରୁ ଲୋକେ ବାଲି ଓ ଗୋଡ଼ି ବସ୍ତା ରଖି ଚାଳକଙ୍କୁ ଦୁର୍ଘଟଣାରୁ ରକ୍ଷା କରୁଛନ୍ତି। ସେପଟେ ଏହି ରାସ୍ତାର ବ୍ରୁସ୍ କଟିଂ ବି ଜମାରୁ କରାଯାଉନି। ଏଣୁ ରାସ୍ତା ଦୁଇପାର୍ଶ୍ବ ଓ ମେଡିଆନ୍ର ଅନାବନା ଗଛ ଓ ଘାସ ସବୁ ରାସ୍ତା ଉପରକୁ ମାଡ଼ି ଆସିଲାଣି। ଏ ସଂପର୍କରେ ୪ ନମ୍ବର ୱାର୍ଡ କର୍ପୋରେଟର୍ ସୁକୁମାର ସାହୁ କହିଛନ୍ତି, ହଂସପାଳ-ବାଲିଅନ୍ତା ବଜାର ରାସ୍ତା ଏତେ ନିମ୍ନମାନର କରାଯାଇଛି ଯେ, ପିଚୁ ସବୁ ଛେଲାଛେଲା ହୋଇ ଛାଡ଼ିଯାଉଛି। ଗୋଡ଼ି ଉଠି ମାଟି ଓ ମୋରମ ଦିଶିଲାଣି। ଏଥିପାଇଁ ନିୟମିତ ଦୁର୍ଘଟଣା ବି ଘଟୁଛି। ପ୍ରାୟ ୭ କୋଟି ଟଙ୍କାର ରାସ୍ତା ମାତ୍ର ଦେଢ଼ବର୍ଷରେ ନଷ୍ଟ ହୋଇଯାଇଥିବା ଦୁର୍ଭାଗ୍ୟଜନକ।
Rath Yatra 2026: ଭକ୍ତିରେ ଉଛୁଳିଲା ବଡଦାଣ୍ଡ; ସାଆନ୍ତଙ୍କ ଅପେକ୍ଷାରେ ଭକ୍ତ

2 weeks ago
10


