Rath yatra: ରଥ ତଳେ ମୁହଁ ମାଡ଼ି ଶୋଇ ପଡ଼ୁଥିଲେ ଭକ୍ତ: ପ୍ରାଣ ବିସର୍ଜନ ପରେ ଜୟ-ଧ୍ବନି କରୁଥିଲେ ଭକ୍ତ

3 weeks ago 10
ARTICLE AD BOX

ପୁରୀ: ରଥ ଟାଣିବା ବେଳେ ମହାପ୍ରଭୁଙ୍କ ରଥ ତଳେ ପଡ଼ି ଦେହ ତ୍ୟାଗ କରିବାର ବହୁ ପ୍ରମାଣ ଇତିହାସ ପୃଷ୍ଠାରେ ରହିଛି। ହେଲେ ଏମିତି ବି ଭକ୍ତ ଥିଲେ, ଯେଉଁମାନେ ରଥ ତଳେ ଜାଣିଜାଣି ଶୋଇ ପଡ଼ି ପ୍ରାଣ ବିସର୍ଜନ କରୁଥିଲେ। ଅନେକ ଭକ୍ତ ଏହାକୁ ମହାପ୍ରଭୁଙ୍କ ମହିମା କହୁଥିଲେ ହେଁ ବ୍ରିଟିସ ଶାସକମାନେ ଏଭଳି ପ୍ରାଣ ବିସର୍ଜନକୁ ନାପସନ୍ଦ କରୁଥିଲେ। ୧୮୦୬ ମସିହା ରଥଯାତ୍ରା ସମ୍ପର୍କରେ ତତ୍କାଳୀନ ବ୍ରିଟିସ୍‌ ଅଧିକାରୀ ବୁଚାନନ ଏକ ପତ୍ରରେ ଲେଖିଛନ୍ତି, ମୁଁ ଏଭଳି ଏକ ଦୃଶ୍ୟ ଦେଖିଲି, ଯାହା କେବେ ହେଲେ ଭୁଲିପାରିବି ନାହିଁ। ଜନୈକ ତୀର୍ଥଯାତ୍ରୀ ନିଜକୁ ଠାକୁରଙ୍କ ନିକଟରେ ସମର୍ପଣ କରିଦେବାକୁ ଯେମିତି ପ୍ରସ୍ତୁତ ହୋଇ ରହିଥିଲେ। ରଥ ପ୍ରାୟ ୨୦ ଗଜ ଆଗେଇବା ପରେ ସେ ରଥ ତଳେ ମୁହଁ ମାଡ଼ି ଶୋଇ ପଡ଼ିଲେ। ତାଙ୍କ ଉପରେ ରଥ ଚକ ଚଢ଼ିଗଲା। 

Customs Duty: ଇଲେକ୍ଟ୍ରୋନିକ୍ସ, ବ୍ୟାଟେରି ଉପକରଣ ସୀମା ଶୁଳ୍କ ଛାଡ଼

ସେ ମୃତ୍ୟୁବରଣ କଲେ। ସମସ୍ତେ ଠାକୁରଙ୍କ ଜୟଧ୍ବନି କଲେ ଏବଂ ହଜାର ହଜାର ଲୋକ ସେଇ ଶବ ଉପରେ ଚାଉଳ ଓ କଉଡ଼ି ଫିଙ୍ଗିଲେ। ୧୮୨୬ ରଥଯାତ୍ରା ସମ୍ପର୍କରେ ହିଷ୍ଟ୍ରି ଅଫ ଜେନେରାଲ ବାପ୍ଟିଷ୍ଟ ମିସନ୍‌ରେ ରେଭରେଣ୍ଡ ଲାସି ଲେଖିଛନ୍ତି, ଜଗନ୍ନାଥ ମହାପ୍ରଭୁଙ୍କ ରଥ ମାଡ଼ିଯିବା ଦ୍ବାରା ଜଣେ ଗରିବ ଲୋକର ଶରୀର ଖଣ୍ଡ ଖଣ୍ଡ ହୋଇଯାଇଥିଲା। ରଥ ଚକ ତାଙ୍କ କଟି ଉପରେ ଚଢ଼ିଯିବା ଦୃଶ୍ୟ ଅତ୍ୟନ୍ତ ମର୍ମାନ୍ତିକ ଓ ଭୟଙ୍କର ଥିଲା। ସେ ଏକଥା ବି ଲେଖିଥିଲେ, ଏହି ବିରାଟକାୟ ଚକଗୁଡ଼ିକ ସତେ ଯେପରି ଅଭିଷ୍ଟ ଫଳ ପ୍ରଦାନ ପାଇଁ ତିଆରି କରାଯାଇଛି। ଗରିବ ହତଭାଗ୍ୟ ଲୋକଟିଏ ରଥ ତଳେ ନିଜକୁ ନିକ୍ଷେପ କରି ଆତ୍ମସମର୍ପଣ କଲା। ଅଥଚ ବ୍ରାହ୍ମଣମାନଙ୍କ ନିକଟରେ ଜଣେ ସମ୍ମାନନୀୟ ବ୍ୟକ୍ତି ଭାବେ ପରିଗଣିତ ହେଲା। କେତେକ ନିର୍ଦୟ ହତଭାଗ୍ୟ ଲୋକ କହିବାକୁ ଲାଗିଲେ ଦେଖ ଜଗନ୍ନାଥଙ୍କ ମହିମା। ୧୮୧୪ ମସିହାରେ ଜଣେ ମହିଳା ଭକ୍ତ ନିଜକୁ ରଥ ଚକତଳେ ସମର୍ପଣ କରିବାର ଏକ ମର୍ମାନ୍ତକ ଘଟଣା ଘଟିଥିଲା। ଆଉ ଜଣେ ମହିଳା ଭକ୍ତ ତାଙ୍କ ଶରୀରକୁ ଝାସ ଦେବାରେ ବ୍ୟର୍ଥ ହୋଇଥିଲେ ହେଁ ତାଙ୍କର ଦୁଇଟି ହାତ ଭାଙ୍ଗିଯାଇଥିଲା। ଉକ୍ତ ବର୍ଷ ରଥଯାତ୍ରାରେ ୩ ଜଣ ଲୋକ ଭିଡ଼ ଭିତରେ ପ୍ରାଣ ହରାଇଥିଲେ।

GDP: ଆଇଏମ୍‌ଏଫ୍‌ ପରେ ଏଡିବି କମାଇଲା ଅଭିବୃଦ୍ଧି ଆକଳନ

୧୮୨୭ ମସିହାରେ ଜଗନ୍ନାଥଙ୍କ ରଥ ତଳେ ଜଣେ ଭକ୍ତ ନିଜକୁ ସମର୍ପଣ କରିଦେଇ ଚାପି ହାଇ ମୃତ୍ୟୁବରଣ କରିଥିଲେ। ଆତ୍ମହତ୍ୟା ଘଟଣାକୁ ଉଲ୍ଲେଖ କରି ରେଭରେଣ୍ଡ ପେଗ୍‌ ଦୁଃଖପ୍ରକାଣ କରି କହିଥିଲେ, କେବେ ବ୍ରିଟେନ ଏହି ବିଗ୍ରହ ପୂଜା ବନ୍ଦ କରିବା ପାଇଁ ବ୍ୟବସ୍ଥା କରିବ? କେବେ ଖ୍ରୀଷ୍ଟିଆନ ଧର୍ମ ଏହି ଯନ୍ତ୍ରଣାଦାୟକ ବର୍ବରତାର ବିଲୋପ ସାଧନ କରିବ? ଏଣ୍ଡ୍ରିୟୁ ଷ୍ଟାର୍ଲିଂ ଏସିଆଟିକ୍‌ ରିସର୍ଚେସ୍‌ରେ ୧୮୨୫ ମସିହା ରଥଯାତ୍ରା ସମ୍ପର୍କରେ ଲେଖିଛନ୍ତି, ଅତିରିକ୍ତ ଭାବୁକ ଭକ୍ତ ନିଜକୁ ରଥ ଚକ ତଳେ ସମର୍ପି ଦେଉଥିଲେ। ତାହା ପୂଜାରୀମାନଙ୍କ ପ୍ରେରଣାରେ ବନ୍ଦ ହୋଇ ପାରିଥିଲା। ମୋର ଅନୁଭୂତିରେ ଦୀର୍ଘ ୪ ବର୍ଷ ଭିତରେ ମାତ୍ର ୩ଟି ଏହିଭଳି ଘଟଣା ମୁଁ ଦେଖିଛି। ସେଥିମଧ୍ୟରୁ ଗୋଟିଏ ସମ୍ଭବତଃ ଦୁର୍ଘଟଣା ଥିଲା। ଅନ୍ୟ ଦୁଇଟି ଥିଲା ଆତ୍ମ ବିସର୍ଜନ। ଉକ୍ତ ଦୁଇଜଣଙ୍କୁ ଆତ୍ମହତ୍ୟାକାରୀ ଭାବେ ଦୋଷୀ ସାବ୍ୟସ୍ତ କରାଯାଇପାରେ। ସେମାନେ ତୀବ୍ର ଦୁଃଖ ଯନ୍ତ୍ରଣାରେ କାଳାତିପାତ କରୁଥିଲେ। ଜୀବନ ଜଞ୍ଜାଳରୁ ରକ୍ଷା ପାଇବା ନିମନ୍ତେ ଆତ୍ମହତ୍ୟାର ଅନ୍ୟ ପନ୍ଥା ଛାଡ଼ି ଏହି ଉପାୟଟିକୁ ବାଛି ନେଇଥିଲେ ବୋଲି ସେ ଉଲ୍ଲେଖ କରିଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.