Rath Yatra: ନୂଆପଡ଼ାରେ ମହାସମାରୋରେ ରଥଯାତ୍ରା ପାଳିତ

2 weeks ago 12
ARTICLE AD BOX

ନୂଆପଡ଼ା (ଅଶ୍ବିନୀ ପାଣିଗ୍ରାହୀ): ନୂଆପଡ଼ା ଅଞ୍ଚଳରେ ଆଜି ମହାସମାରୋହାରେ ରଥଯାତ୍ରା ପାଳିତ ହୋଇଛି।  ଶ୍ରୀ ଜଗନ୍ନାଥ, ବଳଭଦ୍ର, ଓ ସୁଭଦ୍ରା ତିନିଠାକୁରଙ୍କୁ ନୂଆପଡ଼ା ମନ୍ଦିରପଡ଼ା ଜଗନ୍ନାଥମନ୍ଦିରରେ ଯଥାବିଧି ଅନୁଯାଇ ଆଜି ସକାଳୁ ପୁଜାଅର୍ଚ୍ଚନା କରାଯାଇଥିଲା। ୩ଟି ରଥରେ ତିନିଠାକୁର ରଥାରୁଢ଼ହୋଇ ରଥଯାତ୍ରାରେ ବାହାରିଥିଲେ। 

ତିନିଠାକୁର ରଥକୁ କମିଟିର ସଭାପତି ଶିତୁ ବୋଧଙ୍କର ଛେରାପହାର ପରେ ରଥଟଣା ଆରମ୍ଭ ହୋଇଥିଲା। ପ୍ରାୟ ୨କିଲୋମିଟର ଭକ୍ତମାନେ ରଥକୁ ଟାଣି ନେଇ ମାଉସୀମାମନ୍ଦିର ଠାରେ ପହଞ୍ଚିଥିଲେ। ସେଠାରେ ତିନି ଠାକୁରଙ୍କୁ ପୂଜାଅର୍ଚ୍ଚନା କରାଯାଇ ପାଛୋଟି ନେଇଥିଲେ। ତିନିଠାକୁରଙ୍କୁ ଦେଖିବା ପାଇଁ ଶ୍ରଦ୍ଧାଳୁମାନଙ୍କ ପ୍ରବଳଭଡି ଦେଖିବାକୁ ମିଲିଛି। 

ରଥଯାତ୍ରରେ ପୁଲିସ  ଶାନ୍ତିଶୃଙ୍ଖଳା କରିଥିଲା। ପୁଝାରୀ ଅକ୍ଷୟ ରଥ, ତରୁଣ ପଣ୍ଡା  ମାଉସୀମା ମନ୍ଦିର କମିଟି ପକ୍ଷରୁ ଲୋକନାଥ ରଥ, କମଲ  ପଣ୍ଡା, ପପୁ ସ୍ବାଇଁ, ସୁଧୀର ମିଶ୍ର, ରାମ  ରଥ, ସଂଞ୍ଜୟ ପାଢୀ, ପ୍ରଦୀପ ମୁଣ୍ଡ୍, ରିଙ୍କୁ ବଗର୍ତ୍ତି, ବିଟୁ ପାଣିଗ୍ରାହୀ,ପ୍ରାପ୍ତି ପାଣିଗ୍ରାହୀ, ରୁକେଶ ଗହିର, ପ୍ରଦୀପ ବାରିକ ପ୍ରମୁଖ ପରିଚାଳନରେ ସହଯୋଗ କରିଥିଲେ। ସେହିପରି ନୂଆପଡ଼ା ବ୍ଳକ୍‌ ବିଭିନ୍ନ ଗାଁରେ  ରଥଯାତ୍ରା ବହୁ ଧୂମଧାମରେ ପାଳିତ ହୋଇଯାଇଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.