Rath Yatra In Raipur: ରାୟପୁର ଜଗନ୍ନାଥ ମନ୍ଦିରରେ ରଥଯାତ୍ରା ପାଇଁ ପ୍ରସ୍ତୁତି ଜାରି

2 weeks ago 11
ARTICLE AD BOX

ରାୟପୁର: ସ୍ଥାନୀୟ ଗାୟତ୍ରୀନଗରସ୍ଥିତ ଜଗନ୍ନାଥ ମନ୍ଦିରଠାରେ ଆସନ୍ତାକାଲି ରଥଯାତ୍ରା ଉତ୍ସବ ମହାସମାରୋହରେ ପାଳନ କରାଯିବ। ଏଥି ପାଇଁ ପ୍ରସ୍ତୁତି ଜୋରଦାର କରାଯାଇଛି। ଆଜି ମନ୍ଦିରରେ ବଢ଼ି ଭୋରରୁ ବିଶେଷ ପୂଜାର୍ଚ୍ଚନା କରାଯିବା ପରେ ଦିଅଁମାନଙ୍କୁ ରକ୍ତଚନ୍ଦନ, କେଶର, ଗୋଚରଣ, କସ୍ତୁରୀ ଏବଂ କର୍ପୂର ଦ୍ୱାରା ସ୍ନାନ କରାଯାଇ ଗଜାମୁଗ ଭୋଗ ଅର୍ପଣ କରାଯାଇଥିଲା। ଚଳିତ ବର୍ଷ ଏଠାରେ ରାୟପୁର ଓ ଏହାର ଆଖପାଖ ଇଲାକାରୁ ଆସିଥିବା ପ୍ରାୟ ଲକ୍ଷାଧିକ ଓଡ଼ିଆ ଓ ଅଣଓଡ଼ିଆ ଭକ୍ତଙ୍କର ଭାରି ଭିଡ଼ ପରିଲକ୍ଷିତ ହୋଇଥିଲା। ଭକ୍ତ ଓ ଭଗବାନଙ୍କର ମହାମିଳନର ଏହି ମହାନ ପର୍ବକୁ କେନ୍ଦ୍ର କରି ଶ୍ରଦ୍ଧାଳୁମାନଙ୍କ ମଧ୍ୟରେ ପ୍ରବଳ ଆନନ୍ଦ ଉଲ୍ଲାସ, ଉତ୍ସାହ ଓ ଉଦ୍ଦୀପନା ଦେଖାଯାଇଥିଲା।

ହୋମ  ଯଞ୍ଜ ପରେ ଦିନ ୧୧ଟା ୪୫ ମିନିଟ୍ ସମୟରେ ମନ୍ଦିର ସାମ୍ନାର ବଡ଼ଦାଣ୍ଡରେ ଦଣ୍ଡାୟମାନ ତିନୋଟି ରଙ୍ଗାରଙ୍ଗ ରଥ ଉପରକୁ ଠାକୁରମାନଙ୍କର ପହଣ୍ଡି ବିଜେ ଆରମ୍ଭ ହୋଇଥିଲା। ପ୍ରଥମେ ପ୍ରଭୁ ସୁଦର୍ଶନ, ତା'ପରେ ବଡ଼ଭାଇ ବଳଭଦ୍ର, ପରେ ପରେ ଦେବୀ ସୁଭଦ୍ରା ଓ ସବାଶେଷରେ ଜଗତରନାଥ ଶ୍ରୀ ଜଗନ୍ନାଥଙ୍କୁ ସାହି ରୋଷଣୀ କରାଯାଇ ତିନି ରଥ ଉପରକୁ ନିଆଯାଇଥିଲା। ଉପସ୍ଥିତ ସେବାୟତ ଓ ଦର୍ଶକମାନଙ୍କ ଦ୍ଵାରା ଶଙ୍ଖ, ଘଣ୍ଟ, କରତାଳ, ଝାଞ୍ଜ ଓ ମୃଦଙ୍ଗ ବାଜଣାର ଗହଗହ ନାଦ, ହରିବୋଲ, ହୁଳହୁଳି ଓ ଜୟ ଜଗନ୍ନାଥ ଧ୍ଵନିରେ ସମଗ୍ର ଗଗନ ପବନ ପ୍ରକମ୍ପିତ ହୋଇଉଠିଥିଲା। ମନ୍ଦିର ପରିଚାଳନା କମିଟି ଶ୍ରୀ ଜଗନ୍ନାଥ ମନ୍ଦିର ସେବା ସମିତିର ସଭାପତି ତଥା ସ୍ଥାନୀୟ ବିଧାୟକ ପୁରନ୍ଦର ମିଶ୍ରଙ୍କର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଭିଡ଼କୁ ନିୟନ୍ତ୍ରଣ ଓ ଶାନ୍ତିଶୃଙ୍ଖଳା ରକ୍ଷା ଏବଂ ବ୍ୟାପକ ମାତ୍ରାରେ ପ୍ରସାଦ ବଣ୍ଟନର ବ୍ୟବସ୍ଥା ସ୍ବେଚ୍ଛାସେବକ ମାନଙ୍କ ଦ୍ୱାରା କରାଯାଇଥିଲା।

ଏଠାରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଛତିଶଗଡ଼ର ରାଜ୍ୟପାଳ ରମେନ ଡେକା ରଥଗୁଡ଼ିକ ସାମ୍ନାରେ ଛେରାପହଁରା କାର୍ଯ୍ୟ ସମ୍ପନ୍ନ କରିଥିଲେ। ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାୟ ତାଙ୍କୁ ସହଯୋଗ କରିଥିଲେ। ଅନ୍ୟାନ୍ୟ ମାନ୍ୟଗଣ୍ୟ ଅତିଥିମାନଙ୍କ ମଧ୍ୟରେ ରାଜ୍ୟପାଳଙ୍କର ସହଧର୍ମିଣୀ ରାଣୀ ଡେକା କାକୋତି, ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ କୌଶଲ୍ୟା ସାୟ, ପୂର୍ବତନ ମନ୍ତ୍ରୀ ତଥା ସାଂସଦ ବ୍ରିଜମୋହନ ଅଗ୍ରୱାଲ, ବିଧାୟକ ଗୁରୁ ଖୁସୱନ୍ତ ସାହେବ, ଧରମଲାଲ କୌଶିକ, ମୋତିଲାଲ ସାହୁ, ଭାଜପାର ଜିଲ୍ଲା ସଭାପତି ରମେଶ ଠାକୁର, ରାଜ୍ୟ ନାଗରିକ ଆପୂର୍ତ୍ତି ନିଗମ ଅଧ୍ୟକ୍ଷ ସଞ୍ଜୟ ଶ୍ରୀବାସ୍ତବ ଏବଂ ରାୟପୁରର ମେୟର ମିନାଲ ଚୋବେ ପ୍ରମୁଖ ଉପସ୍ଥିତ ଥିଲେ।

WhatsApp Image 2026-07-15 at 16.35.40

ଅପରାହ୍ନ ୩ଟା ସମୟରେ ତିନି ରଥ ଟଣା ପ୍ରକ୍ରିୟା ଆରମ୍ଭ ହୋଇଥିଲା। ସୁନ୍ଦର ,ସୁଶୋଭିତ ଓ ସୁସଜ୍ଜିତ ରଥଗୁଡ଼ିକୁ ଗାୟତ୍ରୀ ନଗରରୁ ଟଣାଯାଇ ଏକ କିଲୋମିଟର ଦୂରବର୍ତ୍ତୀ ବି.ଟି.ଆଇ. ମୈଦାନକୁ ନିଆଯାଇ ଶଙ୍କର ନଗର ଥାନା ରାସ୍ତା ଦେଇ ପୁଣି ମନ୍ଦିର ବେଢ଼ାକୁ ଫେରାଇ ଅଣାଯାଇଥିଲା। ରାସ୍ତାର ଦୁଇ  ପାର୍ଶ୍ୱରେ  ଉପସ୍ଥିତ ଥିବା ଭକ୍ତମାନେ ରଥ ଉପରେ ଚତୁର୍ଦ୍ଧାମୂର୍ତ୍ତିଙ୍କର ଦିବ୍ୟ ଦର୍ଶନ ଲାଭ କରି କୃତକୃତ୍ୟ ହେଉଥିବାର ଦୃଶ୍ୟ ଅନୁପମ ଥିଲା। ସନ୍ଧ୍ୟା ୬ଟା ୩୦ ମିନିଟ୍ ସମୟରେ ଠାକୁରମାନଙ୍କୁ ତିନି ରଥ ଉପରୁ ପୁଣି ପହଣ୍ଡି କରାଯାଇ ମନ୍ଦିର ବେସମେଣ୍ଟରେ ଥିବା ମାଉସୀମା ଘରକୁ ନିଆଯାଇଥିଲା। ସେଠାରେ ଥିବା ଆଡ଼ପ ମଣ୍ଡପରେ ଆସୀନ ହୋଇ ଚାରି ଦିଅଁ ଆସନ୍ତା ଜୁଲାଇ ୨୪ ତାରିଖ ବାହୁଡ଼ା ପର୍ଯ୍ୟନ୍ତ ସର୍ବସାଧାରଣଙ୍କୁ ଦର୍ଶନ ଦେବେ ବୋଲି ଜଣାଯାଇଛି।

Westbengal: ୬୦ ରଥଯାତ୍ରା କମିଟିକୁ ୫ ଲକ୍ଷ ଦେବେ ପଶ୍ଚିମବଙ୍ଗ ସରକାର

ସମଗ୍ର ଆୟୋଜନକୁ ସୁଚାରୁ ରୂପେ ସମ୍ପନ୍ନ କରିବାରେ ମନ୍ଦିର ପରିଚାଳନା କମିଟିର ସଂରକ୍ଷକବୃନ୍ଦ ଯଥା ସଭାପତି ପୁରନ୍ଦର ମିଶ୍ର, ସଦସ୍ୟ ମନ୍ମଥ କୁମାର ରାଉତ, ସୁବ୍ରତ ସାହୁ, ସୁବାଷ ଅଗ୍ରୱାଲ, ଗୋପାଳ ଅଗ୍ରୱାଲ, ଦ୍ୱାରିକାଧୀଶ ମିଶ୍ର, ଗୁଣନିଧି ମିଶ୍ର, ଅଶୋକ ଦୁବେ, ଲଳିତ ପ୍ରଧାନ, ପ୍ରକାଶ ଦାସ,ଶ୍ରୀ କୃପା ନିଧି  ବିଶ୍ଵାଳ, ପୀୟୂଷ ମିଶ୍ର, ସୌରଭ ମିଶ୍ର ଓ ଅଜୟ ଦେବତା ପ୍ରମୁଖଙ୍କ ର ଭୂମିକା ଉଲ୍ଲେଖଯୋଗ୍ୟ ଥିଲା। ଚଳିତ ବର୍ଷ ରଥଯାତ୍ରାର ବ୍ୟାପକ ସଫଳତା ପାଇଁ ରାୟପୁର ନଗର ଉତ୍ତର ନିର୍ବାଚନ ମଣ୍ଡଳୀର ସମସ୍ତ ଭାଜପା ନେତା, କାର୍ଯ୍ୟକର୍ତ୍ତା ଓ କର୍ପୋରେଟର, ବିଶେଷ କରି ଯୁବ ଓ ମହିଳା ସମ୍ପ୍ରଦାୟ ଉତ୍ସର୍ଗୀକୃତ ଭାବେ ସାହାଯ୍ୟ ଓ ସହଯୋଗ ଯୋଗାଇ ଦେଇଥିବା ଲକ୍ଷ୍ୟ କରାଯାଇଥିଲା।

Read Entire Article
LEFT SIDEBAR AD

Hidden in mobile, Best for skyscrapers.