RamTemple : ରାମମନ୍ଦିର ଦାନ ଚୋରି ମାମଲା: ସୋମବାର ସିବିଆଇ ତଦନ୍ତ ଦାବି ଆବେଦନର ଶୁଣାଣି କରିବେ ସୁପ୍ରିମ୍‌କୋର୍ଟ

3 weeks ago 11
ARTICLE AD BOX

ନୂଆଦିଲ୍ଲୀ: ଅଯୋଧ୍ୟାରାମମନ୍ଦିରରେ ଭକ୍ତମାନଙ୍କ ଦାନ ଅର୍ଥ ଓ ମୂଲ୍ୟବାନ ସାମଗ୍ରୀ ଆତ୍ମସାତ୍ ହୋଇଥିବା ଅଭିଯୋଗର ସିବିଆଇ ତଦନ୍ତ ଦାବି କରି ଦାଖଲ ହୋଇଥିବା ଏକାଧିକ ଜନସ୍ୱାର୍ଥ ଆବେଦନର ଶୁଣାଣି ଜୁଲାଇ ୧୩ରେ ସୁପ୍ରିମ୍‌କୋର୍ଟ କରିବେ। ସୁପ୍ରିମ୍‌କୋର୍ଟର ୱେବସାଇଟ୍ ଅନୁଯାୟୀ, ସୋମବାର କୋର୍ଟ ଖୋଲିବା ପରେ ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ, ଜଷ୍ଟିସ୍ ଜଷ୍ଟିସ୍ ଜୟମାଲ୍ୟ ବାଗଚୀ ଓ ଭି ମୋହନଙ୍କୁ ନେଇ ଗଠିତ ଖଣ୍ଡପୀଠ ତିନୋଟି ଆବେଦନର ଶୁଣାଣି କରିବେ। ପୂର୍ବରୁ ଆବେଦନକାରୀମାନେ ଜରୁରି ଶୁଣାଣି ପାଇଁ ଅନୁରୋଧ କରିଥିଲେ। କିନ୍ତୁ ଅଦାଲତ ସେହି ଅନୁରୋଧକୁ ଗ୍ରହଣ ନ କରି ନଥିଲେ।

ନରେନ୍ଦ୍ର କୁମାର ଗୋସ୍ୱାମୀଙ୍କ ଦ୍ୱାରା ଦାଖଲ ହୋଇଥିବା ଗୋଟିଏ ପିଟିସନରେ ଏହି ଆତ୍ମସାତ୍ ଘଟଣାର ସିବିଆଇ ତଦନ୍ତ ଓ ଟ୍ରଷ୍ଟର ଆର୍ଥିକ ସ୍ଥିତିର କଣ୍ଟ୍ରୋଲର ଆଣ୍ଡ୍ ଅଡିଟର ଜେନେରାଲ (ସିଏଜି) ଅଡିଟ୍ କରିବାକୁ ଦାବି କରାଯାଇଛି। ଓକିଲ ଅଜୟ କୁମାର ରାୟ ଓ ଦୀନେଶ କୁମାର ଯାଦବଙ୍କ ଦ୍ୱାରା ଦାଖଲ ଦ୍ୱିତୀୟ ପିଟିସନରେ ଟ୍ରଷ୍ଟର ବ୍ୟାପାର ଓ ପ୍ରଶାସନ ସହ ଜଡିତ ଆର୍ଥିକ ଅନିୟମିତତାର ତଦନ୍ତ ପାଇଁ ସିବିଆଇ ନେତୃତ୍ୱାଧୀନ ମଲ୍ଟି ଡିସିପ୍ଲିନାରୀ ସ୍ପେଶାଲ ଇନଭେଷ୍ଟିଗେସନ୍ ଟିମ୍ (ଏସ୍ଆଇଟି) ଗଠନ କରିବାକୁ ଦାବି କରାଯାଇଛି। ଆର୍‌ଜେଡି ସାଂସଦ ସୁଧାକର ସିଂହଙ୍କ ଦ୍ୱାରା ଦାଖଲ ତୃତୀୟ ଆବେଦନରେ ସୁପ୍ରିମ୍‌କୋର୍ଟଙ୍କ ତତ୍ତ୍ୱାବଧାନରେ ସିବିଆଇ ତଦନ୍ତ ଏବଂ ଟ୍ରଷ୍ଟର ସମ୍ପୂର୍ଣ୍ଣ ଆର୍ଥିକ ସ୍ଥିତିର ଫୋରେନସିକ୍ ଅଡିଟ୍ ପାଇଁ ଦାବି କରାଯାଇଛି।

ଆହୁରି ପଢନ୍ତୁ: Weather: ପାଣିପାଗ ବିଭାଗର ସୂଚନା; ୭ଦିନ ଯାଏ ଜାରି ରହିବ ବର୍ଷା

ଆବେଦନଗୁଡ଼ିକରେ କୁହାଯାଇଛି, ଉତ୍ତରପ୍ରଦେଶ ସରକାର ଗଠନ କରିଥିବା ଏସ୍‌ଆଇଟି ତଦନ୍ତ ଜାରି ରଖିଥିଲେ ମଧ୍ୟ ଜଟିଳ ଆର୍ଥିକ ମାମଲାର ତଦନ୍ତ ପାଇଁ ଆବଶ୍ୟକ ସୁବିଧା ଓ ଦକ୍ଷତା ତାଙ୍କ ପାଖରେ ନାହିଁ। ଏଥିସହ ଟ୍ରଷ୍ଟର ପ୍ରମୁଖ ପଦାଧିକାରୀଙ୍କ ବିରୋଧରେ ମାମଲା ରୁଜୁ ନ କରି ତଦନ୍ତ ଆରମ୍ଭ କରାଯାଇଥିବାରୁ ଏହାର ନିରପେକ୍ଷତା ନେଇ ମଧ୍ୟ ପ୍ରଶ୍ନ ଉଠିଛି। ସେହି କାରଣରୁ ସିବିଆଇ ନେତୃତ୍ୱରେ ବହୁ ସଂସ୍ଥାକୁ ନେଇ ଏକ ସ୍ୱତନ୍ତ୍ର ତଦନ୍ତ ଦଳ ଗଠନ କରିବାକୁ ଆବେଦନରେ ଅନୁରୋଧ କରାଯାଇଛି।

ଆହୁରି ପଢନ୍ତୁ: Odisha ITEP 2026 ପ୍ରକାଶ ପାଇଲା ଇଣ୍ଟିଗ୍ରେଟେଡ଼ ଟିଇପି ପାଠ୍ୟକ୍ରମରେ ନାମଲେଖା ପାଇଁ ପ୍ରଥମ ମେଧା ତାଲିକା

ଆବେଦନକାରୀମାନେ ଆହୁରି କହିଛନ୍ତି, ସିସିଟିଭି ଫୁଟେଜ୍‌, ଡିଭିଆର୍‌ ରେକର୍ଡ ଓ ଅନ୍ୟ ଇଲେକ୍ଟ୍ରୋନିକ ପ୍ରମାଣ ନଷ୍ଟ କିମ୍ବା ପରିବର୍ତ୍ତନ କରାଯିବାର ଆଶଙ୍କା ରହିଛି। ତେଣୁ ପ୍ରମାଣ ସୁରକ୍ଷିତ ରଖିବା ସହ ଅର୍ଥର ପ୍ରବାହର ସମ୍ପୂର୍ଣ୍ଣ ଯାଞ୍ଚ କରି ଦୋଷୀଙ୍କୁ ଚିହ୍ନଟ କରିବା ପାଇଁ ସ୍ୱାଧୀନ ତଦନ୍ତ ଜରୁରି ବୋଲି ସେମାନେ ଦର୍ଶାଇଛନ୍ତି। ଏପଟେ, ଉତ୍ତରପ୍ରଦେଶ ପୁଲିସ ଓ ଏସ୍‌ଆଇଟିର ତଦନ୍ତରେ ଏପର୍ଯ୍ୟନ୍ତ ଆଠ ଜଣଙ୍କୁ ଗିରଫ କରାଯାଇଛି। ତଦନ୍ତ ବେଳେ ନଗଦ ଅର୍ଥ ସହ କିଛି ବ୍ୟାଙ୍କ ଖାତା ମଧ୍ୟ ଜବତ କରାଯାଇଛି। ଏହି ଘଟଣାକୁ ନେଇ ମନ୍ଦିର ପରିଚାଳନା ଓ ଦାନ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠିଥିବାରୁ ସୁପ୍ରିମ୍‌କୋର୍ଟର ଆସନ୍ତା ଶୁଣାଣି ଉପରେ ସମସ୍ତଙ୍କ ନଜର ରହିଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.