ARTICLE AD BOX
ନୂଆଦିଲ୍ଲୀ: ସମସ୍ତେ ସରକାରୀ ଚାକିରି ପାଇବାର ସ୍ୱପ୍ନ ଦେଖନ୍ତି, କିନ୍ତୁ ଯଦି କୌଣସି ପ୍ରାର୍ଥୀ କିଛି କାରଣବଶତଃ ପାଠ ପଢ଼ି ପାରି ନାହାନ୍ତି ନଚେତ କମ ପାଠ ପଢ଼ିଛନ୍ତି ସେମାନେ କ’ଣ ଚାକିରିର ସ୍ବପ୍ନ ଦେଖି ପାରିବେ ନାହିଁ। ହଁ ଦେଖି ପାରିବେ। ଏମିତି କିଛି ପ୍ରାର୍ଥୀଙ୍କ ପାଇଁ ରାଜସ୍ଥାନ ସରକାର ଚାକିରି ସୁଯୋଗ ନେଇ ଆସିଛନ୍ତି।
ରାଜସ୍ଥାନ ସରକାର ୨୪,୭୫୨ଟି ଖାଲି ଥିବା ସଫାଇ କର୍ମଚାରୀ ପଦବି ପୂରଣ ପାଇଁ ଏକ ନିଯୁକ୍ତି ପ୍ରକାଶ କରିଛନ୍ତି। ଉକ୍ତ ନିଯୁକ୍ତି ଅଭିଯାନର ନାମରେ ରାଜସ୍ଥାନ ସଫାଇ କର୍ମଚାରୀ ଭ୍ୟାକେନ୍ସି ୨୦୨୬। ଯଦିଓ ଆପଣ ପ୍ରଥମ ଶ୍ରେଣୀ ପାସ୍ କରିନାହାଁନ୍ତି, କିମ୍ବା ସମ୍ପୂର୍ଣ୍ଣ ନିରକ୍ଷର ଅଛନ୍ତି ତଥାପି ଆପଣ ଚାକିରି ପାଇପାରିବେ।
ଏହି ନିଯୁକ୍ତି ପାଇଁ ଆବେଦନ କେବେ ଆରମ୍ଭ ହେବ?
ନିଯୁକ୍ତି ବିଜ୍ଞପ୍ତି ଅନୁଯାୟୀ, ସଫାଇ କର୍ମଚାରୀ ନିଯୁକ୍ତି ପାଇଁ ଆବେଦନ ଅଗଷ୍ଟ ୧୫ ତାରିଖରେ ଆରମ୍ଭ ହେବ। ସମସ୍ତ ପ୍ରାର୍ଥୀ ଅନଲାଇନ୍ ପୋର୍ଟାଲ୍ sg.urban.rajasthan.gov.in କିମ୍ବା S.S.O ପୋର୍ଟାଲ୍ sso.rajasthan.gov.in ରେ ଲଗ୍ ଇନ୍ କରି, ସିଟିଜେନ୍ ଆପ୍ସରେ ଉପଲବ୍ଧ ରିକ୍ବାରମେଣ୍ଟ ପୋର୍ଟାଲ ଅନଲାଇନ୍ ଆପ୍ଲିକେସନ୍ ଫର୍ମକୁ ଚୟନ କରି ଏବଂ ଆବଶ୍ୟକୀୟ ବିବରଣୀ ପ୍ରବେଶ କରି ଫର୍ମ ପୁରଣ କରିପାରିବେ। ଆବେଦନ କରିବା ପାଇଁ ପ୍ରାର୍ଥୀମାନଙ୍କୁ ଓଟିଆର ପ୍ରକ୍ରିୟା ପୁରଣ କରିବାକୁ ପଡିବ। ଆବେଦନର ଶେଷ ତାରିଖ ହେଉଛି ୨୦୨୬ ସେପ୍ଟେମ୍ବର ୨୮ ତାରିଖ ରହିଛି।
ବୟସ ସୀମା
ଏହି ନିଯୁକ୍ତିରେ ଅଂଶଗ୍ରହଣ କରିବା ପାଇଁ, ପ୍ରାର୍ଥୀଙ୍କ ସର୍ବନିମ୍ନ ବୟସ ୨୦୨୭ ଜାନୁଆରୀ ୧ ଅନୁଯାୟୀ ୨୧ ବର୍ଷରୁ କମ୍ ଏବଂ ୪୦ ବର୍ଷରୁ ଅଧିକ ହେବା ଉଚିତ ନୁହେଁ। ସଂରକ୍ଷିତ ବର୍ଗର ପ୍ରାର୍ଥୀଙ୍କ ପାଇଁ ବୟସ ଛାଡ଼ ପ୍ରଦାନ କରାଯାଇଛି।
ଯୋଗ୍ୟତା
ଆବେଦନ କରିବାକୁ, ଜଣେ ପ୍ରାର୍ଥୀ ରାଜସ୍ଥାନର ମୂଳ ବାସିନ୍ଦା ହେବା ଆବଶ୍ୟକ। ସେମାନଙ୍କ ପାଖରେ କେନ୍ଦ୍ର କିମ୍ବା ରାଜ୍ୟ ସରକାରଙ୍କ ଦ୍ୱାରା ସ୍ୱୀକୃତିପ୍ରାପ୍ତ ପ୍ରତିଷ୍ଠାନରେ ଏକ ବର୍ଷର ପରିମଳ କାର୍ଯ୍ୟ ପ୍ରଦର୍ଶନ କରିଥିବା ଅଭିଜ୍ଞତାର ପ୍ରମାଣପତ୍ର ମଧ୍ୟ ରହିଥିବା ଆବଶ୍ୟକ। ଚୁକ୍ତିଭିତ୍ତିକ ପରିମଳ କର୍ମଚାରୀ ପଦବି ପାଇଁ କୌଣସି ଶିକ୍ଷାଗତ ଯୋଗ୍ୟତା ଆବଶ୍ୟକ ନାହିଁ।
ଭାରତର ସମସ୍ତ ନାଗରିକ ତଥା ଭୁଟାନ ଏବଂ ନେପାଳର ନାଗରିକମାନେ ମଧ୍ୟ ସ୍ଥାନୀୟ ସଂସ୍ଥାଗୁଡ଼ିକରେ ଚୁକ୍ତିଭିତ୍ତିକ ପରିମଳ କର୍ମଚାରୀ ପଦବି ପାଇଁ ଆବେଦନ କରିପାରିବେ।
ଆବେଦନ ଫି
ସାଧାରଣ ବର୍ଗର ପ୍ରାର୍ଥୀମାନଙ୍କୁ ୬୦୦ଟଙ୍କା ଆବେଦନ ଫି ଦେବାକୁ ପଡିବ। ସଂରକ୍ଷିତ ବର୍ଗର ପ୍ରାର୍ଥୀ ଏବଂ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ଆବେଦନ ଶୁଳ୍କ ୪୦୦ଟଙ୍କା୍ ଧାର୍ଯ୍ୟ କରାଯାଇଛି।

6 days ago
4


