ARTICLE AD BOX
ରାଇରଙ୍ଗପୁର (ତୁଷାରକାନ୍ତ ମହାନ୍ତ): ରଥଯାତ୍ରା ଅବ୍ୟବହିତ ପୂର୍ବରୁ ନୂତନ ରାଇରଙ୍ଗପୁର ପୁଲିସ ଜିଲ୍ଲାରେ ଟ୍ରାଫିକ୍ ୟୁନିଟ୍ର ଶୁଭାରମ୍ଭ ହୋଇଛି।
Rairangpur Police District ରାଇରଙ୍ଗପୁର ପୁଲିସ ଜିଲ୍ଲାରେ ଯୋଗଦେଲେ ୧୦୦ ପୁଲିସ କର୍ମଚାରୀ
ସ୍ଥାନୀୟ ଦୁର୍ଗା ମଣ୍ଡପ ଠାରେ ଆୟୋଜିତ ଉଦଘାଟନୀ ଉତ୍ସବରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସୁରେଶ ଚନ୍ଦ୍ର ପାତ୍ରଙ୍କ ଅଧ୍ୟକ୍ଷତା କରିଥିଳେ। ମୁଖ୍ୟଅତିଥି ଭାବେ ଲୋକସଭା ସାଂସଦ ନବ ଚରଣ ମାଝୀ ଓ ସମ୍ମାନିତ ଅତିଥି ଭାବେ ରାଇରଙ୍ଗପୁର ବିଧାୟକ ଜଲେନ ନାଏକ ଯୋଗଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଅଜିତ କୁମାର, ଉପଜିଲ୍ଲାପାଳ ଉଗ୍ରେସନ ଓରାମ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଯଦୁନାଥ ଜେନା, ମମତା ସାହୁ, ଆନନ୍ଦ କୁମାର ଡୁଙ୍ଗଡୁଙ୍ଗ, ଉପଖଣ୍ଡ ଆରକ୍ଷୀ ଅଧିକାରୀ ବୀରେନ୍ଦ୍ର ସେନାପତି, ଟାଉନ ଥାନାଅଧିକାରୀ ରଞ୍ଜନ ସେଠୀ, ପୌରପାଳିକା କାର୍ଯ୍ୟ ନିର୍ବାହୀ ଅଧିକାରୀ ଶକୁନ୍ତଳା ହାଁସଦା, ଏଆରଟିଓ ଚିନ୍ମୟୀ ମହାନ୍ତ,ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିକାଶ ରଞ୍ଜନ ମହାନ୍ତି ପ୍ରମୁଖଙ୍କ ସମେତ ପୁଲିସ ବିଭାଗର ପଦାଧିକାରୀ, କର୍ମଚାରୀ ଓ ଗଣମାଧ୍ୟମର ପ୍ରତିନିଧିମାନେ ଉପସ୍ଥିତ ଥିଲେ।
ଗାଁରେ ଜନ୍ମଦିନ ପାଳିଲେ ରାଷ୍ଟ୍ରପତି: ସାକ୍ଷୀ ରହିଲା ରାଇରଙ୍ଗପୁର
ଅତିଥି ବୃନ୍ଦ ପତାକା ଦେଖାଇ ଏହାକୁ ଶୁଭାରମ୍ଭ କରିଥିଲେ। ନବଗଠିତ ଟ୍ରାଫିକ ୟୁନିଟ ଦୁର୍ଗା ମଣ୍ଡପସ୍ଥ ମାଉସୀ ବାଡ଼ି ଠାରୁ ବାହାରି ରଥଦାଣ୍ଡ ଦେଇ ସହର ପରିକ୍ରମା କରିଥିଲେ।
/filters:format(webp)/sambad/media/media_files/2026/07/15/rairangpur-traffic-police1-2026-07-15-22-28-57.jpg)
ଏହି ଅବସରରେ ସାଂସଦ କହିଥିଲେ ରାଇରଙ୍ଗପୁର ଅଂଚଳବାସୀଙ୍କ ବହୁ ଦିନର ଦାବି ଆଜି ପୂରଣ ହୋଇଛି । ଆଜି ରାଇରଙ୍ଗପୁର ପୋଲିସ ଜିଲ୍ଳାରେ ୩୬ ଜଣିଆ ଟ୍ରାଫିକ ୟୁନିଟ ସହରର ୪ ଟି ମୁଖ୍ୟ ଛକ ନିମନ୍ତେ କାର୍ଯ୍ୟକ୍ଷମ ହୋଇଛି ଏବଂ ଏହା ଆଗାମୀ ସମୟରେ ଅଂଚଳବାସୀଙ୍କ ପାଇଁ ନିଶ୍ଚିତ ଭାବେ ସହାୟକ ହେବ।

2 weeks ago
11


