Raina's son Rio: କ୍ରିକେଟ୍‌ ଯାତ୍ରା ଆରମ୍ଭ କଲେ ରାଇନାଙ୍କ ପୁଅ ରିଓ: ଯେମିତି ବାପ, ସେମିତି ପୁଅ

2 weeks ago 29
ARTICLE AD BOX

ନୂଆଦିଲ୍ଲୀ: କଥାରେ ଅଛି ଯାହା ବାପା ଚଢ଼େ ଘୋଡ଼ା, ତା ପୁଅ ଥୋଡ଼ା ଥୋଡ଼ା। ଏକଥାକୁ ଭାରତୀୟ କ୍ରିକେଟ୍‌ର ଦୁଇ ମହାନ ତାରକା ରାହୁଲ ଦ୍ରାବିଡ଼ ଓ ବୀରେନ୍ଦ୍ର ସେହବାଗଙ୍କ ପୁଅ ଅନଭୟ ଓ ଆର୍ଯ୍ୟବୀର ପ୍ରମାଣ କରି ସାରିଛନ୍ତି। ଉଭୟ ଭାରତୀୟ ୧୯ବର୍ଷରୁ କମ୍‌ କ୍ରିକେଟ୍‌ ଦଳରେ ସ୍ଥାନ ଅର୍ଜନ କରି ନିଜନିଜର ଚର୍ଚ୍ଚିତ ପିତାଙ୍କ ପଦାଙ୍କ ଅନୁସରଣ କରୁଛନ୍ତି। ଏହି ତାଲିକାରେ ଏବେ ପୂର୍ବତନ ଭାରତୀୟ ବାମହାତୀ ବ୍ୟାଟର୍‌ ସୁରେଶ ରାଇନାଙ୍କ ପୁଅ ରିଓ ସାମିଲ ହୋଇଛନ୍ତି। ରିଓ ଅବଶ୍ୟ ଏବେଏବେ ନିଜ କ୍ରିକେଟ୍‌ ଯାତ୍ରା ଆରମ୍ଭ କରିଛନ୍ତି। କୁନି ବୟସରେ ବ୍ୟାଟ୍‌ ଧରି ଖେଳିବା ଶିଖୁଛନ୍ତି। 

Arrested: ବଡ଼ଧରଣର ବ୍ୟାଙ୍କ ଡକାୟତି ଉୟମ ପଣ୍ଡ; ମାରଣାସ୍ତ୍ର ସହ ଧରା ପଡ଼ିଲେ ୬ ଯୁବକ

କ୍ରିକେଟ୍‌ ପଡ଼ିଆରେ ତାଙ୍କ ପ୍ରଥମ ପାଦକୁ ନେଇ ରାଇନା କିନ୍ତୁ ବେଶ୍‌ ଉତ୍ସାହିତ ଅଛନ୍ତି। ରିଓଙ୍କ ଯାତ୍ରାରମ୍ଭର କିଛି ଫଟୋ ରାଇନା ନିଜ  ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରିଛନ୍ତି। ଫଟୋଗୁଡ଼ିକରେ ରିଓଙ୍କୁ କ୍ରିକେଟ୍ ପୋଷାକରେ ଦେଖିବାକୁ ମିଳିଛି। ଏହାଛଡ଼ା ସେ ଏକ ବ୍ୟାଟ୍ ଫ୍ୟାକ୍ଟ୍ରିକୁ ଯାଇ ନିଜ ପସନ୍ଦର ବ୍ୟାଟ୍ ମଧ୍ୟ ବାଛୁଥିବା ଦେଖାଯାଇଛି। 

Indian Railways: ପୂର୍ବତଟ ରେଳପଥର ଏଜିଏମ୍‌ ଭାବେ ଯୋଗଦେଲେ ବିଜୟ କୁମାର ମିଶ୍ର

ରାଇନା ଭାରତ ପାଇଁ ୨୦୦୫ରୁ ୨୦୧୮ ମଧ୍ୟରେ ୩୨୨ଟି ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିଲେ। ଏବେ ପୁଅ ରିଓ କ୍ରିକେଟ୍‌ରେ ପ୍ରବେଶ କରିବା ତାଙ୍କ ପାଇଁ ଏକ ଭାବପ୍ରବଣ ମୁହୂର୍ତ୍ତ ପାଲଟିଛି। ଫଟୋ ସେୟାର କରି ସେ ଲେଖିଛନ୍ତି, “ବାପା ଭଳି ପୁଅ! ଆଉ ଏମିତି ଆମ କ୍ରିକେଟ୍ ଯାତ୍ରା ଆରମ୍ଭ ହେଲା। ତୁମ ଆଖିରେ ପୁଣିଥରେ ଏହି ଖେଳର ଆନନ୍ଦ, ଉତ୍ସାହ ଓ ନିଷ୍କପଟତାକୁ ଅନୁଭବ କରିବାକୁ ମୁଁ ଅପେକ୍ଷା କରିଛି। ଆସ,ଏକାଠି କିଛି ସୁନ୍ଦର ସ୍ମୃତି ତିଆରି କରିବା।”

Read Entire Article
LEFT SIDEBAR AD

Hidden in mobile, Best for skyscrapers.