Rain: କାଳ ହେଲା ଲଗାଣ ବର୍ଷା: ଜଳଭଣ୍ଡାର ଭିତରେ ପଡ଼ିରହିଛି ୫ କୋଟିର ମାଖନ

3 weeks ago 10
ARTICLE AD BOX

ଜ୍ଞାନବ୍ରତ ଭୋଇ

ଝାରସୁଗୁଡ଼ା: ଲଗାଣ ବର୍ଷା କାଳ ହେଲା। ହୀରାକୁଦ ଜଳଭଣ୍ଡାରର ଶୁଖିଲା ନଈପଠାରେ ହୋଇଥିବା ହଜାର ହଜାର ଏକର ପରିବା ଚାଷ ଠିକ୍ ଅମଳ ବେଳକୁ ପ୍ରଭାବିତ ହୋଇଛି। ବର୍ତ୍ତମାନ ଲଖନପୁର ବ୍ଲକ୍‌ ଜଳଭଣ୍ଡାର ସଂଲଗ୍ନ ଅଞ୍ଚଳରେ ହୋଇଥିବା ପରିବା ଯୋଗାଣ ହୋଇପାରୁନାହିଁ। ଗତ ସପ୍ତାହର ବର୍ଷା ଫଳରେ ବର୍ତ୍ତମାନ ପରିବା ବାଡ଼ିକୁ ଗାଡ଼ି ପଶି ପାରୁନାହିଁ। ଯାହାଦ୍ବାରା ଶହ ଶହ ଟ୍ରକ୍ କଖାରୁ (ମାଖନ) ଏବଂ ଲାଉ ଭଳି ପରିବା ବାଡ଼ି ଭିତରେ ହିଁ ପଡ଼ିରହିଛି। ଆକଳନ ଅନୁଯାୟୀ ୬ଟି ପଞ୍ଚାୟତରେ ହୋଇଥିବା ପ୍ରାୟ ୫ କୋଟିରୁ ଅଧିକ ଟଙ୍କାର ମାଖନ ଓ ଲାଉ ସଂଗ୍ରହ ହୋଇ ପାରୁନାହିଁ।

Bank jobs 2026: ଇଣ୍ଡିଆନ ଓଭରସିଜ୍ ବ୍ୟାଙ୍କରେ ୭୫୦ ଆପ୍ରେଣ୍ଟିସ୍ ପଦବି, ଶୀଘ୍ର କରନ୍ତୁ ଆବେଦନ

ବର୍ଷା ପରେ ଗାଡ଼ି ପଶୁନଥିବାରୁ ଯୋଗାଣ ଠପ୍

ପ୍ରତିବର୍ଷ ଖରାଦିନେ ଲଖନପୁର ବ୍ଲକ୍‌ ପଲସଦା ପଞ୍ଚାୟତ ଅନ୍ତର୍ଗତ ପଲସଦା, ଝାରୁପଡ଼ା, ନାଚେନମୁରା, କତରବଗା ପଞ୍ଚାୟତର କତରବଗା, ସାହାସବଗା, ଜମଗାଁ ପଞ୍ଚାୟତର ଜମଗାଁ, ଲଛିପାଲି, ଭିକମପାଲି ପଞ୍ଚାୟତର ପୂଝାରିପାଲି, କପିଲାପୁର, ବାଦିମାଲ ପଞ୍ଚାୟତର ବଡ଼ଧରା, କୁସମେଲ, ସମରବଗା ପଞ୍ଚାୟତର ଦୁଆନମୁଣ୍ଡା, କୁରେବଗା ଆଦି ବିଭିନ୍ନ ଗାଁରେ ବହୁଳ ଭାବେ ପନିପରିବା ଚାଷ ହୋଇଆସୁଛି। ଖରା ଦିନେ ଜଳଭଣ୍ଡାରର ପଟୁମାଟିରେ ମାଖନ, ଲାଉ, ତରଭୁଜ, କଲରା, ବାଇଗଣ ଆଦି ବିଭିନ୍ନ ପ୍ରକାରର ପରିବା ଅମଳ ହୋଇଥାଏ। ଏହି ୪ ମାସ ମଧ୍ୟରେ କେବଳ ଏହି ୬ଟି ପଞ୍ଚାୟତରେ ପାଖାପାଖି ୨୦ କୋଟିରୁ ଅଧିକ ଟଙ୍କାର ପରିବା ଅମଳ ହେଉଥିବାବେଳେ ଏହା ଛତିଶଗଡ଼ରୁ ଆରମ୍ଭ କରି ରାଜ୍ୟର ବିଭିନ୍ନ ପ୍ରାନ୍ତରକୁ ଯୋଗାଣ ହୋଇଥାଏ।

‘ସିଇଏ ନିୟମାବଳୀ ଏବଂ ବୈଷୟିକ ମାନକ’ ଉପରେ କର୍ମଶାଳା

ଏଥିରୁ ଅଧିକାଂଶ ମାତ୍ରାରେ ମାଖନ ଓ ଲାଉ ଚାଷ ହୋଇଥାଏ। ଜଳଭଣ୍ଡାରରେ ପାଣି ଭର୍ତ୍ତି ହେବା ପର୍ଯ୍ୟନ୍ତ ଏହି ଦୁଇ ପରିବା ସଂଗ୍ରହ ହୋଇଥାଏ। ପ୍ରତିଦିନ ବଡ଼ବଡ଼ ଟ୍ରକ୍‌ରେ ମାଖନ ଓ ଲାଉ ବିଭିନ୍ନ ଅଞ୍ଚଳକୁ ଯୋଗାଣ ହୋଇଥାଏ। ଚାଷୀଙ୍କ ସୂଚନା ଅନୁଯାୟୀ, ଏବେ ବି ପାଖାପାଖି ୫ କୋଟି ଟଙ୍କାର ମାଖନ ଓ ଲାଉ ବିକ୍ରି ନ ହୋଇ ପଡ଼ିରହିଛି। ଅଧିକ ଦିନ କାଦୁଅରେ ପଡ଼ିରହିଲେ ତାହା ପଚି ନଷ୍ଟ ହେବ। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.