ARTICLE AD BOX
ଲାଇକେରା(ଭରତ ପାତ୍ର): ଦକ୍ଷିଣ–ପୂର୍ବ ରେଳବାଇର ଧୁତରା-ବାଗଡିହି ରେଳ ଧାରଣଶ କଡ଼ରେ ଏକ ଯୁବକଙ୍କ ମୃତଦେହକୁ ଠାବ କରାଯାଇଛି। ବର୍ତ୍ତମାନ ସୁଦ୍ଧା ଯୁବକଙ୍କ ପତ୍ତା ମିଳିପାରିନାହିଁ। ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇବା ସହ ଯୁବକଙ୍କୁ ଚିହ୍ନଟ କରିବା ପ୍ରକ୍ରିୟା ଆରମ୍ଭ କରିଛି।
ଚିଲିକାରେ ଭାସୁଥିବା ଅଜଣା ମୃତଦେହ ଉଦ୍ଧାର
ହାୱଡା–ମୁମ୍ବାଇ ମୁଖ୍ୟ ରେଳପଥର ଚକ୍ରଧରପୁର ରେଳ ଡିଭିଜନ ଅଧୀନ ଧୁତରା ଓ ବାଗଡିହି ରେଳ ଷ୍ଟେସନ ମଧ୍ୟରେ ଥିବା ପାନପାଲି ହଳ୍ଟ ନିକଟରେ ଅପ୍ ଲାଇନର ଖୁଣ୍ଟି ନଂ. ୫୦୧/୨୭–୨୯ ପାଖରେ ସୋମବାର ଜଣେ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି।
ବୈତରଣୀ ନଦୀରୁ ମିଳିଲା ଅଜଣା ମୃତଦେହ, ପୁଲିସର ତଦନ୍ତ ଆରମ୍ଭ
ସୂଚନା ଅନୁସାରେ, ରେଳ ଲାଇନର ନିୟମିତ ପେଟ୍ରୋଲିଂ କରୁଥିବା ଚାବିଦାର ଉକ୍ତ ସ୍ଥାନରେ ଯୁବକଙ୍କ ମୃତଦେହ ପଡ଼ିଥିବା ଦେଖି ତୁରନ୍ତ ଧୁତରା ଷ୍ଟେସନ ମ୍ୟାନେଜରଙ୍କୁ ଖବର ଦେଇଥିଲେ। ପ୍ରାଥମିକ ଭାବେ ଯୁବକ ଜଣକ ଚଳନ୍ତା ଟ୍ରେନରୁ ଖସିପଡ଼ି ପ୍ରାଣ ହରାଇଥିବା ସନ୍ଦେହ କରାଯାଉଛି।
ଖରିଆରରୋଡ ରେଳଷ୍ଟେସନରୁ ଅଜଣା ମୃତଦେହ ଉଦ୍ଧାର
ଘଟଣାର ସୂଚନା ପାଇ ରେଳବାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ମୃତକଙ୍କ ପରିଚୟ ଜାଣିବା ଏବଂ ଘଟଣାର ପ୍ରକୃତ କାରଣ ନେଇ ତଦନ୍ତ ଆରମ୍ଭ କରିଛି।

3 hours ago
1


