Rail Project Compensation ରେଳ ପ୍ରକଳ୍ପ କ୍ଷତିପୂରଣ ଅନିୟମିତା: ଜୀବିତଙ୍କୁ ମୃତ ଦର୍ଶାଇବା ଅଭିଯୋଗ, ଭୁତ ବେଶରେ କ୍ଷତିଗ୍ରସ୍ତଙ୍କ ତହସିଲ ସମ୍ମୁଖରେ ଧାରଣା

3 weeks ago 7
ARTICLE AD BOX

ମାଲକାନଗିରି:  ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ମାଥିଲି ତହସିଲ ଅନ୍ତର୍ଗତ ମୁଣ୍ଡାଗୁଡା ମୌଜାର ରେଳ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ଓ କ୍ଷତିପୂରଣ ବଣ୍ଟନରେ ହୋଇଥିବା ଅନିୟମିତତାକୁ ନେଇ ଆଜି (ସୋମବାର) କ୍ଷତିଗ୍ରସ୍ତ ହିତାଧିକାରୀଙ୍କ ପକ୍ଷରୁ ଅଭିନବ ଉପାୟରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଯେଉଁ ଜୀବତ କ୍ଷତିଗ୍ରସ୍ତମା‌ନଙ୍କୁ ମୃତଦର୍ଶାଇ ବାଦ୍‌ ଦିଆଯାଇଛି ସେମାନେ ଭୁତବେଶରେ ଧାରଣା ଦେଇଛନ୍ତି। 

ଆଜି ମାଥିଲି ତହସିଲ ସମ୍ମୁଖରେ କ୍ଷତିଗ୍ରସ୍ତ ହୋଇଥିବା ତିନି ବ୍ୟକ୍ତି ସୁଭଦ୍ରା ନାୟକ, ଉଦ୍ଧବ ନାୟକ ଓ ଡମୁଣୀ ନାୟକ ସମେତ ସମାଜସେବୀ ଶରତ ଚନ୍ଦ୍ର ବୁରୁଦା ଓ ଅନ୍ୟ ପରିବାର ସଦସ୍ୟମାନେ ଧାରଣା ଦେଇଥିଲେ। ତହସିଲଦାର ଏବଂ ଅନ୍ୟ ଅଧିକାରୀମାନେ ଧାରଣା ନିକଟରେ ପହଞ୍ଚି ସମସ୍ତଙ୍କୁ ବୁଝାସୁଝା କରିଥିଲେ। ଆସନ୍ତା ବୁଧବାର ଉପଜିଲ୍ଲାପାଳଙ୍କ କୋର୍ଟରେ ଏହାର ଫଇସଲା କରାଯିବ ବୋଲି ପ୍ରତିଶ୍ରୁତି ଦେବା ସହ ଭୁଲକୁ ସ୍ବୀକାର କରିଥିଲେ। ବହୁ ଅନୁରୋଧ ପରେ କ୍ଷତିଗ୍ରସ୍ତ ବ୍ୟକ୍ତିମାନେ ଓ ପରିବାର ଲୋକେ ଧାରଣାରୁ ହଟିଥିଲେ। 

Metro Rail Project: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଅନୁରୋଧ କଲେ ସାଂସଦ ଅପରାଜିତା, ଭୁବନେଶ୍ବର ମେଟ୍ରୋ ରେଳ ପ୍ରକଳ୍ପ କାର୍ଯ୍ୟକାରୀ ପାଇଁ ପୁନଃବିଚାର କରାଯାଉ

କ୍ଷତିଗ୍ରସ୍ତ ପରିବାରଙ୍କ ଅଭିଯୋଗ ଅନୁସାରେ, ଜୀବିତ ବ୍ୟକ୍ତିମାନଙ୍କୁ ମୃତ ଘୋଷିତ କରି କ୍ଷତିପୂରଣରୁ ବାଦ ଦିଆଯାଇଛି। ଏନେଇ ଜୀବିତ କ୍ଷତିଗ୍ରସ୍ତ ମାନେ ବାରମ୍ବାର ତହିସଲ କାର୍ଯ୍ୟାଳୟରୁ ଆରମ୍ଭ କରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଦୌଡ଼ି ଦୌଡ଼ି ନୟାନ୍ତ ହୋଇଛନ୍ତି। କିନ୍ତୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇନଥିଲା କି କାର୍ଯ୍ୟାଳୟ ପକ୍ଷରୁ ତ୍ରୁଟିର ସଂଶୋଧନ ହୋଇନଥିଲା।  

ସୂଚନାଯୋଗ୍ୟ, ପୀଡ଼ିତା ସୁଭଦ୍ରା ନାୟକ ପ୍ରଥମେ ସମ୍ପୃକ୍ତ ଜମି ଅଧିଗ୍ରହଣ କର୍ତ୍ତୃପକ୍ଷ (ସିଏଏଲଏ)ଙ୍କ ନିକଟରେ ଅଭିଯୋଗ କରିଥିଲେ। ପରବର୍ତ୍ତୀ ସମୟରେ ସେ ଜିଲ୍ଲା ପ୍ରଶାସନଙ୍କ ନିକଟରେ ମଧ୍ୟ ବାରମ୍ବାର ଅଭିଯୋଗ କରିଥିଲେ। ତଥାପି ସନ୍ତୋଷଜନକ ସମାଧାନ ନ ମିଳିବାରୁ ସେ ସମାଜସେବୀ ଶରତ ଚନ୍ଦ୍ର ବୁରୁଦାଙ୍କ ନିକଟରେ ସହାୟତା ପାଇଁ ଅନୁରୋଧ କରିଥିଲେ। ସମ୍ପୃକ୍ତ ସିଏଏଲଏ ଅଧିକାରୀ ମହିଳା ଜଣଙ୍କୁ ବିବାହିତ ହୋଇଥିବାରୁ ତାଙ୍କର ବାପାଙ୍କ ସମ୍ପତ୍ତିରେ କୌଣସି ଅଧିକାର ନାହିଁ ବୋଲି ମତ ପ୍ରକାଶ କରିଥିଲେ। କିନ୍ତୁ ଭାରତୀୟ ଆଇନ ଅନୁଯାୟୀ ବିବାହିତ କନ୍ୟାଙ୍କର ମଧ୍ୟ ପୈତୃକ ସମ୍ପତ୍ତିରେ ସମାନ ଅଧିକାର ରହିଛି। ତେଣୁ ଏପରି ମନ୍ତବ୍ୟ ଓ କାର୍ଯ୍ୟପଦ୍ଧତି ନେଇ ସାଧାରଣରେ ବହୁ ପ୍ରଶ୍ନ ଉଠିଥିଲା। ଯଦି ଜଣେ ଜୀବିତ ମହିଳାଙ୍କୁ ସରକାରୀ ରେକର୍ଡରେ ମୃତ ଦର୍ଶାଇ କ୍ଷତିପୂରଣରୁ ବଞ୍ଚିତ କରାଯାଇଥାଏ, ତେବେ ଏହା କେବଳ ପ୍ରଶାସନିକ ତ୍ରୁଟି ନୁହେଁ, ବରଂ ଜଣେ ନାଗରିକଙ୍କ ସାମ୍ବିଧାନିକ ଅଧିକାର ଉପରେ ଗୁରୁତର ଆଘାତ ବୋଲି ସମାଜସେବୀ ଶରତ ଚନ୍ଦ୍ର ବୁରୁଦା ପ୍ରକାଶ କହିଛନ୍ତି।

Khordha-Balangir Railway Project: ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପ: ଖୁବ୍‌ଶୀଘ୍ର ଟନେଲ୍‌ ମଧ୍ୟ ଦେଇ ଗଡ଼ିବ ଟ୍ରେନ୍‌

ପୁଣି ସମ୍ପୃକ୍ତ ଅଧିକାରୀମାନେ ବଂଶଜ ତାଲିକା ପ୍ରସ୍ତୁତି ସମୟରେ ସୁଭଦ୍ରା ନାୟକଙ୍କୁ ଜୀବିତ ଥିବା ସତ୍ତ୍ୱେ ମୃତ ଘୋଷଣା କରିଥିବା ବେଳେ, ଅନ୍ୟ ଦୁଇଜଣ ପ୍ରକୃତ ହିତାଧିକାରୀ ଉଦ୍ଧବ ଓ ଡମୁଣୀଙ୍କ ନାମକୁ ମଧ୍ୟ ତାଲିକାରୁ ବାଦ ଦିଆଯାଇ ମୃତ ଘୋଷିତ କରି ସେମାନଙ୍କୁ କ୍ଷତିପୂରଣ ପ୍ରଦାନରୁ ବାଦ ଦିଆଯାଇଛି। ଯାହାଫଳରେ ପ୍ରକୃତ ହିତାଧିକାରୀମାନେ ସରକାରଙ୍କ ନିର୍ଦ୍ଧାରିତ କ୍ଷତିପୂରଣ ପାଇବାରୁ ବଞ୍ଚିତ ହୋଇଛନ୍ତି। ଏହି ସମସ୍ତ ବିଷୟ ନିରପେକ୍ଷ ଓ ଉଚ୍ଚସ୍ତରୀୟ ତଦନ୍ତ କରି ଦୋଷୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଶ୍ରୀ ବୁରୁଦା ଦାବି କରିଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.