Rahul Gandhi: କୋର୍ଟରେ ରାହୁଲଙ୍କ ବିରୋଧରେ ଟିପ୍ପଣୀ ରଖିଲେ ସବରକରଙ୍କ ଅଣନାତି

2 weeks ago 4
ARTICLE AD BOX

ନୂଆଦିଲ୍ଲୀ: ଭାରତୀୟ ରାଜନେତା, ହିନ୍ଦୁତ୍ବବାଦୀ ବିଚାରକ ଏବଂ ଲେଖକ ଭିଡି ସବରକର କେବେ ବି ମୁସଲମାନଙ୍କୁ ଘୃଣା କରିନାହାନ୍ତି। ତାଙ୍କର ଲେଖା ମୁସଲମାନଙ୍କ ପ୍ରଗତି ପାଇଁ ବାଟ ଦେଖାଇଛି। କିନ୍ତୁ କଂଗ୍ରେସ ରାହୁଲ ଗାନ୍ଧୀ ତାଙ୍କୁ ‘ ମୁସଲମାନଙ୍କୁ ଅତ୍ୟଧିକ ଘୃଣା’ କରୁଥିବା ବ୍ୟକ୍ତି ଭାବେ ଦର୍ଶାଇଛନ୍ତି। 

ଆଜି ସ୍ବତନ୍ତ୍ର କୋର୍ଟରେ ସବରକରଙ୍କ ଅଣନାତି ସାତ୍ୟକୀ ସବରକର ଏହି ଟିପ୍ପଣୀ ଦେଇଛନ୍ତି। ସ୍ବତନ୍ତ୍ର କୋର୍ଟରେ କ୍ରସ୍‌-ଏକ୍‌ଜାମିନେସନ୍‌ ସମୟରେ ଗାନ୍ଧୀଙ୍କ ଆଇନଜୀବୀ ମିଲିନ୍ଦ ପାୱାର ମଧ୍ୟ ସାତ୍ୟକୀଙ୍କ ଜେଜେବାପା ଗୋପାଳ ଗଡ଼ସେଙ୍ଗ ୨୦୦୪ ମସିହାର ଭିଡିଓ ସାକ୍ଷାତକାର ଏବଂ ଏହାର ଟ୍ରାନ୍ସସ୍କ୍ରିପ୍‌ଟ ଉପସ୍ଥାପନ କରିଥିଲେ। ଏଥିରେ ସେ ସ୍ବୀକାର କରିଥିଲେ ଯେ ତାଙ୍କ ଭାଇ ନାଥୁରାମ ଗଡ଼ସେ ଜଣେ ଆରଏସଏସ ସଦସ୍ୟ। 

ତେବେ ୨୦୨୩ରେ ଲଣ୍ଡନରେ ରାହୁଲ ଗାନ୍ଧୀ ଦେଇଥିବା ଟିପ୍ପଣୀ ପାଇଁ ତାଙ୍କ ବିରୋଧରେ ମାନହାନି ମାମଲା ହୋଇଥିବାବେଳେ ପାୱାର ସାତ୍ୟକୀ ସବରକରଙ୍କୁ କହିଥିଲେ ବିରୋଧୀ ଦଳ ନେତାଙ୍କର କେଉଁ ନିର୍ଦ୍ଦିଷ୍ଟ ଶବ୍ଦ ସ୍ବତନ୍ତ୍ରବୀର ସବରକରଙ୍କ ସମ୍ମାନ ହାନୀ କରିଛି ଜଣାଅ। ସାତ୍ୟକୀ ସବରକର ରାହୁଲଙ୍କ ଟିପ୍ପଣୀକୁ ଉଲ୍ଲେଖ କରି କହିଛନ୍ତି, ‘ସବରକର ଏକ ପୁସ୍ତକରେ ଲେଖିଥିଲେ ଯେ ସେ ଏବଂ ତାଙ୍କର ୫ରୁ ୬ ଜଣ ସାଙ୍ଗ ଜଣେ ମୁସଲମାନ ଯୁବକଙ୍କୁ ମାଡ଼ ମାରିଥିଲେ ଏବଂ ଏହି କାର୍ଯ୍ୟର ଆନନ୍ଦ ଉଠାଇଥିଲେ। ଏହି ଶବ୍ଦ ଦ୍ବାରା ସବରକର ମୁସଲମାନଙ୍କୁ ଅତ୍ୟଧିକ ଘୃଣା କରନ୍ତି ବୋଲି ଦର୍ଶାଯାଇଥିଲା ଏବଂ ତାଙ୍କୁ ଜଣେ ଭିଡ଼ ହିଂସାକାରୀ ବିବେଚନା କରାଯାଇଥିଲା। 

ସବରକରଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ: ରାହୁଲଙ୍କୁ ଲକ୍ଷ୍ନୌ କୋର୍ଟର ନୋଟିସ

ସେ ଦାବି କରିଛନ୍ତି ଯେ ସବରକର କେବେ ବି ମୁସଲମାନମାନଙ୍କୁ ଘୃଣା କରିନାହାନ୍ତି। ବରଂ ତାଙ୍କର ଲେଖା ମାଧ୍ୟମରେ ସେ ମୁସଲମାନମାନଙ୍କୁ ସେମାନଙ୍କ ପ୍ରଗତିର ବାଟ ଦେଖାଇଛନ୍ତି। ଭିଡି ସବରକର ଏବଂ ତାଙ୍କ ବନ୍ଧୁମାନେ ଜଣେ ମୁସଲମାନ ଯୁବକଙ୍କୁ ମାଡ଼ ମାରି ଏଥିରୁ ଖୁବ୍‌ ଆନନ୍ଦ ମିଳିଥିବା ତାଙ୍କର ଏକ ପୁସ୍ତକରେ ଲେଖିଛନ୍ତି ବୋଲି ରାହୁଲ ମିଥ୍ୟା ଦାବି କରିଥିବା ସାତ୍ୟକୀ ସବରକର କହିଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.