Question Paper Leak ହ୍ୱାଟ୍ସଆପ୍‌ରେ ବିକ୍ରମଦେବ ବିଶ୍ବବିଦ୍ୟାଳୟ ପ୍ରଶ୍ନପତ୍ର ପ୍ରଘଟ: ଯୁକ୍ତ ତିନି ଦ୍ବିତୀୟ ସେମିଷ୍ଟର ଏଇସିସି ପରୀକ୍ଷା ସ୍ଥଗିତ

22 minutes ago 1
ARTICLE AD BOX

ଜୟପୁର:  ଜୟପୁରସ୍ଥିତ ବିକ୍ରମଦେବ ବିଶ୍ୱବିଦ୍ୟାଳୟ ଅଧୀନରେ ଚାଲିଥିବା ଯୁକ୍ତ ତିନି ଦ୍ବିତୀୟ ସେମିଷ୍ଟର ପରୀକ୍ଷାର ଏଇସିସି (ଏବିଲିଟି ଏନହାନ୍ସମେଣ୍ଟ କୋର୍ସ) ବାଧ୍ୟତାମୂଳକ ଇଂରାଜୀ ପ୍ରଶ୍ନପତ୍ର ହ୍ୱାଟ୍ସଆପ୍‌ରେ ପ୍ରଘଟ ହୋଇଛି। ଏହି କଥା ଜଣାପଡ଼ିବା ପରେ ଆଜିର (ଶନିବାର) ପରୀକ୍ଷାକୁ ସ୍ଥଗିତ ରଖାଯାଇଛି। 

ମାଟ୍ରିକ ପ୍ରଶ୍ନପତ୍ର ପ୍ରଘଟ ମାମଲା: ଗଣଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଘେରି‌ଲେ ଛାତ୍ର ସଂଗଠନ

ଆଜି ଅପରାହ୍ନ ୨ଟାରୁ ୫ଟା ପର୍ଯ୍ୟନ୍ତ ଏହି ପରୀକ୍ଷା ହେବାର ଥିଲା। ଏହି ପରୀକ୍ଷା ସ୍ଥଗିତ ରହିଛି।  ଘଟଣାକୁ ନେଇ ବିଶ୍ୱବିଦ୍ୟାଳୟ ପକ୍ଷରୁ କୋରାପୁଟ ସାଇବର ଥାନାରେ ଅଭିଯୋଗ କରାଯାଇଛି। ବିଶ୍ୱବିଦ୍ୟାଳୟର ପରୀକ୍ଷା ନିୟନ୍ତ୍ରକ ରଞ୍ଜନ କୁମାର ପ୍ରଧାନଙ୍କ ସୂଚନା ଅନୁସାରେ, ଆଜି ପୂର୍ବାହ୍ନ ପ୍ରାୟ ୧୧ଟା ସମୟରେ କିଛି ଛାତ୍ରଛାତ୍ରୀ ତାଙ୍କୁ ଭେଟି ହ୍ୱାଟ୍ସଆପ୍‌ରେ ଏଇସିସି ପ୍ରଶ୍ନପତ୍ର ଘୂରି ବୁଲୁଥିବା ନେଇ ଜଣାଇଥିଲେ।

Jaipir question paper leak1

ଛାତ୍ରଛାତ୍ରୀମାନେ ତାଙ୍କୁ ୪ରୁ ୫ଟି ଭିନ୍ନ ପ୍ରଶ୍ନପତ୍ର ଦେଖାଇଥିଲେ। ସେଥିମଧ୍ୟରୁ ଗୋଟିଏ ପ୍ରଶ୍ନପତ୍ର ଆଜି ହେବାକୁ ଥିବା ଏଇସିସି ଇଂରାଜୀ ପରୀକ୍ଷାର ମୂଳ ପ୍ରଶ୍ନପତ୍ର ସହ ମେଳ ଖାଉଥିବା ଜଣାପଡ଼ିଥିଲା।

NEET: ନିଟ୍‌ ପ୍ରଶ୍ନପତ୍ର ପ୍ରଘଟ ମାମଲା: ଏନ୍‌ଟିଏ ମୁଖ୍ୟଙ୍କୁ ସଂସଦୀୟ କମିଟିର ସମନ, ମହାରାଷ୍ଟ୍ରରୁ କୋଚିଂ ସଂସ୍ଥା ନିର୍ଦ୍ଦେଶକ ଗିରଫ

ଏହା ଜଣାପଡ଼ିବା ପରେ ପରୀକ୍ଷାର ସ୍ବଚ୍ଛତା ଓ ବିଶ୍ବସନୀୟତା ଦୃଷ୍ଟିରୁ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ତୁରନ୍ତ ପରୀକ୍ଷା ସ୍ଥଗିତ କରିଥିଲେ। ବିଶ୍ବବିଦ୍ୟାଳୟ ଅଧୀନରେ ଥିବା ପ୍ରାୟ ୫୨ଟି ପରୀକ୍ଷା କେନ୍ଦ୍ରରେ ଏହି ପରୀକ୍ଷା ହେବାର ଥିବା ବେଳେ ସମସ୍ତ କେନ୍ଦ୍ର ଅଧୀକ୍ଷକଙ୍କୁ ପରୀକ୍ଷା ସ୍ଥଗିତ ସମ୍ପର୍କରେ ଅବଗତ କରାଯାଇଛି। ଏହି ଘଟଣା ପଛରେ କିଛି ଅସାମାଜିକ ବ୍ୟକ୍ତିଙ୍କ ହାତ ଥାଇପାରେ ଏବଂ ଛାତ୍ରଛାତ୍ରୀଙ୍କୁ ବିଭ୍ରାନ୍ତ କରିବା ଉଦ୍ଦେଶ୍ୟରେ ଏଭଳି ତଥ୍ୟ ପ୍ରଚାର କରାଯାଇଥାଇପାରେ ବୋଲି ପରୀକ୍ଷା ନିୟନ୍ତ୍ରକ କହିଛନ୍ତି। ତେବେ ଏନେଇ ତଦନ୍ତ ପରେ ହିଁ ପ୍ରକୃତ ତଥ୍ୟ ସ୍ପଷ୍ଟ ହେବ। ଛାତ୍ରଛାତ୍ରୀମାନେ କୌଣସି ଗୁଜବ କିମ୍ବା ହ୍ୱାଟ୍ସଆପ୍‌ରେ ପ୍ରଚାରିତ ବାର୍ତ୍ତାରେ ବିଭ୍ରାନ୍ତ ନହେବାକୁ ବିଶ୍ବବିଦ୍ୟାଳୟ ପକ୍ଷରୁ ପରାମର୍ଶ ଦିଆଯାଇଛି।

ସ୍ଥଗିତ ପରୀକ୍ଷା ପାଇଁ ନୂତନ ପ୍ରଶ୍ନପତ୍ର ପ୍ରସ୍ତୁତ କରାଯିବ। ପରେ ପରୀକ୍ଷାର ନୂତନ ତାରିଖ ଓ ସମୟ ବିଶ୍ବବିଦ୍ୟାଳୟ ପକ୍ଷରୁ ଘୋଷଣା କରାଯିବ ବୋଲି ପରୀକ୍ଷା ନିୟନ୍ତ୍ରକ ରଞ୍ଜନ କୁମାର ପ୍ରଧାନ ସ୍ପଷ୍ଟ କରିଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.