PV Sindhu: ଜାପାନ ଓପନ୍‌ ସେମିରେ ସିନ୍ଧୁ

2 weeks ago 10
ARTICLE AD BOX

ଟୋକିଓ: ଚଳିତ ଜାପାନ ଓପନ୍‌ ସୁପର ୭୫୦ ବ୍ୟାଡ୍‌ମିଣ୍ଟନ୍‌ ପ୍ରତିଯୋଗିତାର ସେମିଫାଇନାଲ୍‌ରେ ଭାରତୀୟ ମହିଳା ତାରକା ଖେଳାଳି ପିଭି ସିନ୍ଧୁ ସହଜରେ ସ୍ଥାନ ପକ୍କା କରି ନେଇଛନ୍ତି। ଶୁକ୍ରବାର ପୂର୍ବତନ ବିଶ୍ବ ବିଜୟିନୀ ସ୍ଥାନୀୟ ଖେଳାଳି ନୋଜୋମି ଓକୁହାରାଙ୍କ ବିପକ୍ଷରେ ତାଙ୍କର ମ୍ୟାଚ୍‌ ଥିଲା। ହେଲେ ଏହି ଜାପନୀ ଖେଳାଳି ଆହତ ଜନିତ କାରଣ ଯୋଗୁଁ ଓହରି ଯିବାରୁ ଦୁଇ ଅଲିମ୍ପିକ୍ସ ପଦକ ବିଜୟିନୀ ସିନ୍ଧୁ ୱାକ୍‌ଓଭର ପାଇ ଡେନ୍‌ମାର୍କ ଓପନ୍‌ ୨୦୨୩ ପରେ ପ୍ରଥମ ସୁପର ୭୫୦ର ସେମିଫାଇନାଲ୍‌ ଏବଂ ଚଳିତ ଋତୁର ତୃତୀୟ ସେମିଫାଇନାଲ୍‌ରେ ପହଞ୍ଚିଥିଲେ।

ଟ୍ରଫି ତୋଳିଧରିବାର ଆଶା

ଏଥିସହ ସିନ୍ଧୁ ‌ମାନ୍ୟତାର ଗୋଟିଏ ସ୍ଥାନ ଉଠି ନବମରେ ପହଞ୍ଚିଛନ୍ତି। ଶନିବାର ସେମିଫାଇନାଲ୍‌ରେ ସେ ପୂର୍ବତନ ଅଲିମ୍ପିକ୍‌ ବିଜୟିନୀ ବିଶ୍ବର ୪ ନମ୍ବର ଚୀନ୍‌ ଖେଳାଳି ଚେନ୍‌ ୟୁଫେଇଙ୍କୁ ଭେଟିବେ। କ୍ବାର୍ଟରଫାଇନାଲ୍‌ରେ ୟୁଫେଇ ୨୧-୧୦, ୨୧-୧୨ରେ ଦକ୍ଷିଣ କୋରିଆର ସିମ୍‌ ୟୁନ୍‌ ଜିନ୍‌ଙ୍କୁ ପରାସ୍ତ କରିଥିଲେ। ୟୁଫେଇଙ୍କ ବିପକ୍ଷରେ ସିନ୍ଧୁଙ୍କ ବିଜୟବ୍ୟବଧାନ ୬-୮ ରହିଛି। ତାଙ୍କୁ ଭେଟିଥିବା ଶେଷ ୫ ମ୍ୟାଚ୍‌ରେ ସିନ୍ଧୁ ହାରିଛନ୍ତି। ଶନିବାର ଏହି ଧାରା ଭାଙ୍ଗି ସିନ୍ଧୁ ପ୍ରାୟ ୩ ବର୍ଷ ପରେ ସୁପର ୭୫୦ ଟ୍ରଫି ତୋଳିଧରିବାର ଆଶା ରଖିଛନ୍ତି ।

IND VS ENG: ଭାରତ ହାରିଗଲା, ଶୃଙ୍ଖଳା ୧-୧ ସ୍ଥିତିରେ: ଇଂଲଣ୍ଡକୁ ଜିତାଇଲେ ରୁଟ୍‌ (୯୯*)

Read Entire Article
LEFT SIDEBAR AD

Hidden in mobile, Best for skyscrapers.