Puri Rath Yatra 2026 ମହାପ୍ରଭୁଙ୍କ ପାଇଁ ଶ୍ରୀମନ୍ଦିର ସିଂହଦ୍ଵାରରେ ଅପେକ୍ଷାରତ ତିନି ଦିବ୍ୟ ରଥ

2 weeks ago 9
ARTICLE AD BOX

ପୁରୀ: ଗୁରୁବାର ଆଷାଢ଼ ଶୁକ୍ଲ ଦ୍ବିତୀୟାରେ ଚତୁର୍ଦ୍ଦାମୂର୍ତ୍ତିଙ୍କ ଗୁଣ୍ଡିଚାଯାତ୍ରା ଅନୁଷ୍ଠିତ ହେବ। ଭକ୍ତ ଓ ଭଗବାନଙ୍କ ମିଳନ ହେବ। ଏଥିପାଇଁ ତୁହାକୁ ତୁହା ବର୍ଷାରେ ମଧ୍ୟରେ ବଡ଼ଦାଣ୍ଡରେ ମହାପ୍ରଭୁଙ୍କ ବାଟକୁ ଚାହିଁ ଭକ୍ତ ଅପେକ୍ଷା କରିଛନ୍ତି। ଏଭଳି ଭାବମୟ ପରିବେଶରେ ଆଜି ମହାପ୍ରଭୁଙ୍କ ବନକଲାଗି ଓ ଅନ୍ୟ ଦେଉଳ ନୀତି ଅନୁଷ୍ଠିତ ହୋଇଛି। 

Ratahayatra

ମହାପ୍ରଭୁଙ୍କ ମଙ୍ଗଳ ଆଳତି ସକାଳ ଘ.୯.୨୫ ମି.ରେ ବଢି ପରବର୍ତ୍ତୀ ନୀତି ମାନ ଅନୁଷ୍ଠିତ ହୋଇଥିଲା। ମହାପ୍ରଭୁଙ୍କ ଗୋପାଳ ବଲ୍ଲଭ ଏବଂ ସକାଳ ଧୂପ ପୂର୍ବାହ୍ନ ଘ.୧୧.୨୦ ରୁ ଘ.୧୨.୪୫ ମଧ୍ୟରେ ଶେଷ ହେବା ପରେ ରଥକୁ ଆଜ୍ଞାମାଳ ବିଜେ ପୂର୍ବାହ୍‌ଣ ଘ.୧.୧୦ ରେ ହୋଇଥିଲା। ଆଜ୍ଞାମାଳ ବିଜେ ହୋଇ ତିନି ରଥରେ ଲାଗି ହୋଇଥିଲା।  

Ratahayatra2

ଆସନ୍ତାକାଲିର ରଥଟଣା ନିମନ୍ତେ ରଥ ସୁରକ୍ଷା ବ୍ୟବସ୍ଥା ସହ ବ୍ୟାପକ ପୁଲିସ ବ୍ୟବସ୍ଥା କରାଯାଇଛି। ରଥ ଟଣା ପ୍ରଶସ୍ତମାର୍ଗକୁ ବାରିକେଡିଂ ଓ ରଥକୁ କଡନ୍‌ କରିଥିଲେ।

Ratahayatra1

ଏହାପରେ ରଥଗୁଡ଼ିକୁ ରଥଖଳାରୁ ଆଣି ସିଂହଦ୍ବାରକୁ ଆଣିବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।  ପ୍ରଥମେ ନନ୍ଦିଘୋଷ ରଥ ଭୋଇ ସେବକ, ମହାରଣା ସେବକ ଓ ପୁଲିସ ବାହିନୀ ଅପରାହ୍ନ ଘ.୧.୪୦ରେ ରଥ ଟଣା ଆରମ୍ଭ କରି ଘ.୨.୧୫ ମି ରେ ଉଦ୍ଦିଷ୍ଟ ସ୍ଥାନରେ ନନ୍ଦିଘୋଷ ରଥକୁ ସିଂହ ଦ୍ଵାରରେ ପହଞ୍ଚାଇଥିଲେ। ତତ୍ପରେ ଦର୍ପଦଳନ ରଥକୁ ରଥ ଖଳା ଠାରୁ ଅପରାହ୍ନ ଘ.୨.୨୭ ରେ ଟଣା ଯାଇ ଘ.୩.୦୦ ରେ ସିଂହ ଦ୍ଵାର ଠାରେ ପହଞ୍ଚିଥିଲା। ଶେଷ ରେ ତାଳଧ୍ଵଜ ରଥ ଘ.୩.୧୫ ରେ ଭିଡ଼ାଯାଇ ସିଂହ ଦ୍ଵାର ଠାରେ ଘ.୪.୨୦ ସୁଦ୍ଧା ପହଞ୍ଚିଥିଲା।

Ratahayatra3

Read Entire Article
LEFT SIDEBAR AD

Hidden in mobile, Best for skyscrapers.