Probation of Offenders Act ଚୋରି କରି ଦୋଷୀ ସାବ୍ୟସ୍ତ ହୋଇଥିଲେ, ପୂର୍ବ ଅପରାଧିକ ରେକର୍ଡ ନଥିବାରୁ ପ୍ରୋବେସନ୍‌ରେ ମୁକୁଳିଲେ

4 days ago 3
ARTICLE AD BOX

ରାୟଗଡା: ଏକ ମୋବାଇଲ ଦୋକାନରୁ ଚୋରି ମାମଲାରେ ମୁଖ୍ୟ ବିଚାରବିଭାଗୀୟ ମାଜିଷ୍ଟ୍ରେଟ୍‌ (ସିଜେଏମ୍‌) ଅପର୍ଣ୍ଣା ମହାପାତ୍ର ୨ଜଣ ଅଭିଯୁକ୍ତଙ୍କୁ ଆଜି (ଗୁରୁବାର) ଦୋଷୀ ସାବ୍ୟସ୍ତ କରିଛନ୍ତି । ତେବେ ଅଭିଯୁକ୍ତମାନଙ୍କ ନାମରେ ପୂର୍ବରୁ କୌଣସି ଅପରାଧିକ ମାମଲା ନଥିବା ଏବଂ ଜାମିନରେ ଆସିଲା ପରେ ମଧ୍ୟ କୌଣସି ଅପରାଧ ଘଟାଇନଥିବାରୁ  ଅଦାଲତ ସେମାନଙ୍କୁ ପ୍ରୋବେସନ୍ ଅଫ୍ ଅଫେଣ୍ଡର୍ସ ଆକ୍ଟ, ୧୯୫୮ର ଧାରା ୪ ଅନୁଯାୟୀ ମୁକ୍ତ କରିଛନ୍ତି। 

ଦାମୀ ଗାଡ଼ିରେ ଆସି ମୋବାଇଲ୍‌ ଚୋରି ! ଚୋରକୁ ଛେଚିଲେ, ଗାଡ଼ି ଭାଙ୍ଗିଲେ

ସୂଚନାରୁ ଜଣାପଡ଼ିଛି, ୨୦୨୩ ଜୁଲାଇ ୨୪ରେ ରାୟଗଡା ରୟତ କଲୋନୀ ନିବାସୀ ସନ୍ତୋଷ କୁମାର ସିଲା ତାଙ୍କ ମ‌ୋବାଇଲ ଦୋକାନରୁ ଚୋରି ହୋଇଥିବା ନେଇ ରାୟଗଡା ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଭିତ୍ତିରେ ରାୟଗଡା ଥାନାରେ କେସ୍ ନଂ ୨୧୮/୨୦୨୩ ଏବଂ ଜି.ଆର୍. କେସ୍ ନଂ ୮୩୬/୨୦୨୩ ରୁଜୁ ହୋଇଥିଲା ତଦନ୍ତକାରୀ ଅଧିକାରୀ ଏସଆଇ ସଞ୍ଜୟ କୁମାର ଛତ୍ରା ମାମଲାର ତଦନ୍ତ କରି ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ। ସେମାନଙ୍କ ମଧ୍ୟରୁ ଦୁଇଜଣ ନାବାଳକ ଥିବାବେଳେ ଆଞ୍ଜେୟାପେଟାର  ମହେଶ ବାହାଦୂର ଓ ସାଇ କୋଣ୍ଡାଗୋରିଙ୍କୁ ପୁଲିସ ଗିରଫ କରି କ‌ୋର୍ଟ  ଚାଲାଣ କରିଥିଲା ।

ଭୁବନେଶ୍ୱର: ଲ୍ୟାପ୍‌ଟପ୍‌ ଓ ମୋବାଇଲ୍‌ ଚୋରି ଅଭି‌ଯୋଗରେ ଏମ୍‌ବିଏ ଛାତ୍ରୀ ଗିରଫ। ସେ ରହୁଥିବା ହଷ୍ଟେଲରୁ ମୋବାଇଲ ଓ ଲାପଟପ ଚୋରି ଅଭିଯୋଗ ହୋଇଥିଲା। ସହଯୋଗୀଙ୍କ ଜରିଆରେ ଚୋରି ଜିନିଷ କୋଲକାତା ପଠାଉଥିଲେ ଛାତ୍ରୀ।

 ଆଜି ସିଜେଏମ ମାମଲାର ବିଚାର କରି ଭାରତୀୟ ଦଣ୍ଡ ସଂହିତାର ଧାରା ୪୫୭/୩୮୦/୩୪ ଅନୁଯାୟୀ ଦୋଷୀ ସାବ୍ୟସ୍ତ କରିଥିଲେ । ବିଚାରଣା ସମୟରେ ୧୪ଜଣଙ୍କ ସାକ୍ଷିଙ୍କ ବୟାନକୁ ଭିତ୍ତି କରି ଦୋଷି ସାବ୍ୟସ୍ତ କରିଥିଲେ। କିନ୍ତୁ ପରେ ସେମାନଙ୍କୁ ପ୍ରୋବେସନ୍ ଅଫ୍ ଅଫେଣ୍ଡର୍ସ ଆକ୍ଟ,୧୯୫୮ର ଧାରା ୪ ଅନୁଯାୟୀ ମୁକ୍ତ କରାଯାଇଥିଲା। ଯଦି ଏହି ସମୟରେ ଅଭିଯୁକ୍ତ ମାନେ କୌଣସି ମାମଲାରେ ଜଡିତ ହୁଅନ୍ତି ତେବେ ପୂର୍ବ ମାମଲା ଏବଂ ନୂଆ ଅପରାଧିକ ମାମଲାରେ ଦଣ୍ଡିତ ହେବେ ବୋଲି ସିଜେଏମ ନିଜ  ରାୟରେ ଉଲ୍ଲେଖ କରିଛନ୍ତି। ଏହା ସହ ରାୟଗଡା ଉପକାରାଗାରର ଜଣେ ପ୍ରୋବେସନ ଅଧିକାରୀ ସେମାନଙ୍କ କାର୍ଯ୍ୟକଳାପ ପ୍ରତି ଦୃଷ୍ଟି ରଖିବେ ବୋଲି ଅଦାଲତ ନିର୍ଦେଶ ଦେଇଛନ୍ତି।  ମାମଲାରେ ସରକାରଙ୍କ ପକ୍ଷରୁ ସରକାରୀ ଓକିଲ ସୀତାରାମ ପଣ୍ଡା ଏବଂ ସି.ଏଚ.ଏସ.ଗରିବାସା ରାଓ ମାମଲା ପରିଚାଳନା କରିଥିଲେ ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.