Privilege Motion Notice: ରାହୁଲ ଗାନ୍ଧୀଙ୍କ ବିରୋଧରେ ବିଜେପି ଆଣିଲା ସ୍ବାଧିକାର ଭଙ୍ଗ ନୋଟିସ

4 days ago 2
ARTICLE AD BOX

ନୂଆଦିଲ୍ଲୀ: ଲୋକସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ବିଜେପି ସାଂସଦ ଅନୁରାଗ ଠାକୁର ଗୁରୁବାର ସ୍ବାଧିକାର ଭଙ୍ଗ ନୋଟିସ ଦାଖଲ କରିଛନ୍ତି। ଲୋକସଭା ବାଚସ୍ପତି ଓମ୍‌ ବିର୍ଲାଙ୍କ ନିକଟରେ ଦାଖଲ ହୋଇଥିବା ଏହି ନୋଟିସରେ ରାହୁଲ ଗାନ୍ଧୀ ସଦନରେ ଅସଂସଦୀୟ ଓ ଅପମାନଜନକ ଭାଷା ବ୍ୟବହାର କରିବା ସହ ଗୃହମନ୍ତ୍ରୀ ଅମିତ ଶାହଙ୍କ ବିରୋଧରେ ପ୍ରମାଣବିହୀନ ଗୁରୁତର ଅଭିଯୋଗ କରିଥିବା ଦାବି କରାଯାଇଛି।

ବୁଧବାର ଲୋକସଭାରେ ରାହୁଲ ଗାନ୍ଧୀ ଛାତ୍ର ଆନ୍ଦୋଳନ ପ୍ରସଙ୍ଗ ଉଠାଇ ସରକାର ଓ ଗୃହମନ୍ତ୍ରୀ ଅମିତ ଶାହଙ୍କୁ କଡ଼ା ସମାଲୋଚନା କରିଥିଲେ। ସେ ଅମିତ ଶାହଙ୍କୁ ପଦରୁ ହଟାଇବାକୁ ପ୍ରଧାନମନ୍ତ୍ରୀଙ୍କ ଆଗରେ ଦାବି କରିବା ସହ ଶାସକ ଦଳର ସାଂସଦଙ୍କୁ ‘ଅନ୍ଧଭକ୍ତ’ ବୋଲି ସମ୍ବୋଧନ କରିଥିଲେ। ଏହାକୁ ନେଇ ସଦନରେ ତୀବ୍ର ବାଗ୍‌ଯୁଦ୍ଧ ହୋଇଥିଲା। 

ଅନୁରାଗ ଠାକୁର ନୋଟିସରେ କହିଛନ୍ତି, ରାହୁଲ ଗାନ୍ଧୀଙ୍କ ବକ୍ତବ୍ୟ ଲୋକସଭାର ନିୟମ, ସଂସଦୀୟ ପରମ୍ପରା ଓ ସଦସ୍ୟମାନଙ୍କ ବିଶେଷାଧିକାରର ଉଲ୍ଲଂଘନ। ତାଙ୍କ ଅଭିଯୋଗ ଅନୁସାରେ, ବିରୋଧୀ ଦଳର ନେତା କୌଣସି ପ୍ରମାଣ ନ ଦେଇ ଗୁରୁତର ଅଭିଯୋଗ କରି ସଦନକୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରିଛନ୍ତି। ଏଥିପାଇଁ ତାଙ୍କ ବିରୋଧରେ ସ୍ବାଧିକାର ଭଙ୍ଗ ଏବଂ ସଦନ ଅବମାନନା ମାମଲାରେ ଉଚିତ ପଦକ୍ଷେପ ନେବାକୁ ସେ ବାଚସ୍ପତିଙ୍କୁ ଅନୁରୋଧ କରିଛନ୍ତି।

India: ରାହୁଲ ଗାନ୍ଧୀଙ୍କ ବାସଭବନରେ ଇଣ୍ଡିମେଣ୍ଟ ନେତାଙ୍କ ବୈଠକ

ଅନ୍ୟପକ୍ଷରେ, ରାହୁଲ ଗାନ୍ଧୀ ନିଜ ଅଭିଯୋଗରେ ଅଟଳ ରହିଛନ୍ତି। ସେ କହିଛନ୍ତି, ଛାତ୍ରଙ୍କ ଉପରେ ପୁଲିସ କାର୍ଯ୍ୟାନୁଷ୍ଠାନ ପ୍ରସଙ୍ଗରେ ସରକାର ଉତ୍ତର ଦେବା ଉଚିତ ଏବଂ ଘଟଣାର ନିରପେକ୍ଷ ତଦନ୍ତ ହେବା ଆବଶ୍ୟକ। ଏହି ପ୍ରସଙ୍ଗକୁ କେନ୍ଦ୍ର କରି ସଂସଦରେ ଶାସକ ଓ ବିରୋଧୀ ଦଳ ମଧ୍ୟରେ ରାଜନୈତିକ ମୁକାବିଲା ତୀବ୍ର ହୋଇଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.