President's 3Day Odisha Visit ଅଗଷ୍ଟ ୩ରୁ ତିନି ଦିନିଆ ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ, ସୁରକ୍ଷା ସମୀକ୍ଷା

3 days ago 1
ARTICLE AD BOX

ଭୁବନେଶ୍ୱର:  ଆସନ୍ତା ଅଗଷ୍ଟ ୩ ରୁ ୫ ତାରିଖ ପର୍ଯ୍ୟନ୍ତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶା ଗସ୍ତରେ ଆସିବେ। ୪ ତାରିଖ ପୂର୍ବାହ୍ନରେ ଭୁବନେଶ୍ୱର ରେଳ ଷ୍ଟେସନଠାରୁ ବ୍ରହ୍ମପୁର ଅଭିମୁଖେ ଟ୍ରେନ ଯୋଗେ ଗସ୍ତ କରିବେ। ଏହାକୁ ଦୃଷ୍ଟିରେ ରଖି ରାଷ୍ଟ୍ରପତିଙ୍କ ଗସ୍ତକୁ ସୁରକ୍ଷିତ, ସୁବ୍ୟବସ୍ଥିତ ଏବଂ ଶୃଙ୍ଖଳିତ ଭାବେ ସମ୍ପନ୍ନ କରିବା ନିମନ୍ତେ ଆଜି (ଶୁକ୍ରବାର) ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। 

President's visit: ରାଷ୍ଟ୍ରପତିଙ୍କ ଗସ୍ତ: କଡ଼ା ସୁରକ୍ଷା ବଳୟରେ ରାଜଧାନୀ

ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆଙ୍କ ଅଧ୍ୟକ୍ଷତାରେ  ଅନୁଷ୍ଠିତ ଏହି ବୈଠକରେ ସମସ୍ତ  ବିଭାଗ ମଧ୍ୟରେ ଉପଯୁକ୍ତ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବାକୁ ଗୁରୁତ୍ବ ଦେଇଛନ୍ତି। ପୁଲିସ, ରେଳବାଇ ଏବଂ ସାଧାରଣ ପ୍ରଶାସନ ମଧ୍ୟରେ ସମ୍ପୂର୍ଣ୍ଣ ସମନ୍ୱୟ ରଖି କାର୍ଯ୍ୟ କରିବାକୁ ଡିଜିପି ସମସ୍ତ ବରିଷ୍ଠ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି। 

ସୁରକ୍ଷା ବ୍ୟବସ୍ଥାରେ କୌଣସି ପ୍ରକାର ତ୍ରୁଟି କିମ୍ବା ବ୍ୟତିକ୍ରମ ନ ଘଟିବା ପାଇଁ ପ୍ରତ୍ୟେକ ବ୍ୟବସ୍ଥାର ନିୟମିତ ସମୀକ୍ଷା ଓ ତଦାରଖ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରିବା ପାଇଁ କାର୍ଯ୍ୟକ୍ରମ ସ୍ଥଳ ଏବଂ ଭିଭିଆଇପିଙ୍କ ଯାତାୟାତ ମାର୍ଗରେ  ସୁରକ୍ଷା ବଳୟ ପ୍ରସ୍ତୁତ କରାଯିବା ସହ ବୈଷୟିକ ଯାଞ୍ଚ ଓ ଆଣ୍ଟି-ସାବୋଟାଜ୍ ଯାଞ୍ଚ ସହ ସମ୍ପୂର୍ଣ୍ଣ ସତର୍କ ଓ ପ୍ରସ୍ତୁତ ରହିବାକୁ  ନିର୍ଦ୍ଦେଶ ଦିଆଯାଇଛି।

Security Review Puri President’s Visit ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ପୁରୀରେ ସୁରକ୍ଷା ସମୀକ୍ଷା କଲେ ପୁଲିସ ଆଇଜି

ରେଳ ସୁରକ୍ଷା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇ ସମଗ୍ର ରେଳପଥରେ ପାଟ୍ରୋଲିଂ ଜୋରଦାର କରାଯିବ ଏବଂ ସମସ୍ତ ଲେଭଲ୍ କ୍ରସିଂଗୁଡ଼ିକରେ ସୁରକ୍ଷାକର୍ମୀ ନିୟୋଜିତ ରହିବେ। ପ୍ଲାଟଫର୍ମ ଡ୍ୟୁଟିରେ ରହିବାକୁ ଥିବା ରେଳବାଇ କର୍ମଚାରୀଙ୍କୁ ପୂର୍ବରୁ ଚିହ୍ନଟ କରାଯାଇ ସ୍ୱତନ୍ତ୍ର ଡ୍ୟୁଟି ପାସ୍ ପ୍ରଦାନ କରାଯାଉଛି।

୨ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ମହାମହିମ: ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ରାଜଧାନୀରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା..

ଏହି ବୈଠକରେ ଗୁଇନ୍ଦା ନିର୍ଦ୍ଦେଶକ ଆର. ପି. କୋଚେ, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଇନ ଓ ଶୃଙ୍ଖଳା) ସଞ୍ଜୟ କୁମାର, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଏସଏପି) ରାଜେଶ କୁମାର, ପୋଲିସ କମିଶନର (ଭୁବନେଶ୍ୱର-କଟକ) ଡଃ ଦେବଦତ୍ତ ସିଂ, ପୂର୍ବତଟ ରେଳବାଇର ପ୍ରିନ୍ସିପାଲ ଚିଫ୍ ସିକ୍ୟୁରିଟି କମିଶନର (PCSC) ଆଲୋକ ଭୋରା, ଆଇଜିପି (କେନ୍ଦ୍ରାଞ୍ଚଳ) ସତ୍ୟଜିତ୍ ନାଏକ ଏବଂ ଏସପି (କ୍ରାଇମବ୍ରାଞ୍ଚ) ବିବେକାନନ୍ଦ ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.