ARTICLE AD BOX
ନୂଆଦିଲ୍ଲୀ: ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଆଦର୍ଶ ଓ ଜନସେବାର ବାର୍ତ୍ତାକୁ ସାରା ଦେଶରେ ପହଞ୍ଚାଇବା ଦିଗରେ ଆଉ ଏକ ବଡ଼ ପଦକ୍ଷେପ। ନୂଆଦିଲ୍ଲୀର ଲାଜପତ ଭବନରେ ଆଜି ଉନ୍ମୋଚନ ହେବ ଉତ୍କଳମଣିଙ୍କ ପ୍ରତିମୂର୍ତ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ପ୍ରତିମୂର୍ତ୍ତିର ଅନାବରଣ କରିବେ। ଦିଲ୍ଲୀରେ ସଂସଦ ଭବନ ବାହାରେ ପ୍ରଥମ ଥର ପାଇଁ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ସ୍ଥାପିତ ହେଉଥିବାରୁ ଏହାର ଗୁରୁତ୍ୱ ବଢ଼ିଯାଇଛି।
ଅଧିକ ପଢନ୍ତୁ: ବିଧାନସଭା ପରିସରରେ ଉତ୍କଳମଣି ଗୋପବନ୍ଧୁଙ୍କ ଶ୍ରାଦ୍ଧ ଦିବସ
ମହାନ ସ୍ୱାଧୀନତା ସଂଗ୍ରାମୀ ଲାଲା ଲାଜପତ ରାୟଙ୍କ ଦ୍ୱାରା ପ୍ରତିଷ୍ଠିତ ଲୋକ ସେବକ ମଣ୍ଡଳ ସହ ଗୋପବନ୍ଧୁ ଦାସଙ୍କର ଗଭୀର ସମ୍ପର୍କ ରହିଥିଲା। ସଂସ୍ଥାର ଅଧ୍ୟକ୍ଷ ଭାବେ ଗୋପବନ୍ଧୁ ଗରିବ, ବଞ୍ଚିତ ଓ ପଛୁଆ ବର୍ଗଙ୍କ ଉନ୍ନତି ପାଇଁ ଅନେକ କାର୍ଯ୍ୟ କରିଥିଲେ। ତାଙ୍କ ନିସ୍ୱାର୍ଥ ସେବା ଓ ତ୍ୟାଗ ପାଇଁ ସେ ‘ଉତ୍କଳମଣି’ ଉପାଧିରେ ସମ୍ମାନିତ ହୋଇଥିଲେ। ୧୮୭୭ ମସିହାରେ ଜନ୍ମିତ ଗୋପବନ୍ଧୁ ଦାସ କେବଳ ଜଣେ ସ୍ୱାଧୀନତା ସଂଗ୍ରାମୀ ନୁହେଁ, ସେ ଜଣେ ପ୍ରଖ୍ୟାତ ଶିକ୍ଷାବିତ୍, ସାମ୍ବାଦିକ ଓ ସମାଜ ସଂସ୍କାରକ ମଧ୍ୟ ଥିଲେ। ଚାଷୀ, ଅନାଥ ଏବଂ ଦରିଦ୍ର ଲୋକଙ୍କ ସେବାକୁ ସେ ନିଜ ଜୀବନର ଲକ୍ଷ୍ୟ କରିଥିଲେ। ତାଙ୍କ ଆଦର୍ଶ ଆଜି ମଧ୍ୟ ଅନେକଙ୍କ ପାଇଁ ପ୍ରେରଣାର ଉତ୍ସ । ଦିଲ୍ଲୀର ହୃଦୟସ୍ଥଳରେ ଉତ୍କଳମଣିଙ୍କ ପ୍ରତିମୂର୍ତ୍ତି ସ୍ଥାପନ ଓଡ଼ିଶା ପାଇଁ ଗର୍ବର ବିଷୟ ହୋଇଥିବା ବେଳେ, ଏହା ଆଗାମୀ ପିଢ଼ିଙ୍କୁ ତାଙ୍କ ଆଦର୍ଶ ଓ ଜନସେବାର ବାର୍ତ୍ତା ମନେ ପକାଇବ।

14 hours ago
1


