Powerlifters: ୪ର୍ଥ ରାଜ୍ୟ ଶକ୍ତିଉତ୍ତୋଳନ ପ୍ରତିଯୋଗିତା ଉଦ୍‌ଯାପିତ

3 days ago 5
ARTICLE AD BOX

ଭୁବନେଶ୍ବର: ଗତ ୩ ଦିନ ଧରି ଚାଲିଥିବା ରାଜ୍ୟ କ୍ଲବସ୍ତରୀୟ ଶକ୍ତି ଉତ୍ତୋଳନ ପ୍ରତିଯୋଗିତା ଉଦ୍‌ଯାପିତ ହୋଉଯାଇଛି। ଉଦଯାପନୀ ସମାରୋହରେ ରାଜ୍ୟ ଶ୍ରମ ବିଭାଗର ପ୍ରମୁଖ ଶାସନ ସଚିବ ଡ.ଭି.ସ୍ବାମୀ ମୁଖ୍ୟ ଅତିଥି ଭାବେ, ମାରଓ୍ବାଡ଼ି ସମାଜର ସଂପାଦକ ସଂଜୟ ଶର୍ମା ଏବଂ ବିଜୟ ମିଶ୍ର ସମ୍ମାନୀତ ଅତିଥିଭାବେ ଯୋଗଦେଇ କୃତି ପ୍ରତିଯୋଗୀମାନଙ୍କୁ ପଦକ ଓ ଅର୍ଥରାଶି ପ୍ରଦାନ କରିଥିଲେ।

ପୁରୁଷ ବର୍ଗରେ ସର୍ବାଧିକ ସ୍କ୍ବାର୍ଟ ଅମ୍ରିତ ପ୍ରିତମ

ଏହି ପ୍ରତିଯୋଗିତାରେ ଉପକନିଷ୍ଠ ବାଳକ ବିଭାଗରେ ଶ୍ରୀରାମ ଭୁକ୍ତା (ଅନୁଗୋଳ ଜିମ୍‌) , ବାଳକ ବିଭାଗରେ ଜ୍ଞାନଦୀକ୍ଷା ସାହୁ (ଫିଟନେସ ମନ୍ତ୍ର), କନିଷ୍ଠ ବାଳକରେ ଅସିତ କୁମାର ସିଂହ (ଉତ୍କଳ କରାଟେ ସ୍କୁଲ), ବାଳିକାରେ ପ୍ରତିଷ୍ଠା ସିଂହ ( କଳିଙ୍ଗ ଜିମ) ଶ୍ରେଷ୍ଠ ଶକ୍ତି ଉତ୍ତୋଳକ ଆଖ୍ୟା ଅର୍ଜନ କରିଥିଲେ। ସେହିପରି ବରିଷ୍ଠ ପୁରୁଷ ବିଭାଗରେ ମହେନ୍ଦ୍ର ରାଉତ (ଉତ୍କଳ କରାଟେ ସ୍କୁଲ) ଓ ମହିଳା ବିଭାଗରେ ପ୍ରତିଷ୍ଠା ସିଂହ ( କଳିଙ୍ଗ ଜିମ), ମାଷ୍ଟର୍ସ ପୁରୁଷରେ ଏନବି ପଟ୍ଟନାୟକ (ଫିଟନେସ ମନ୍ତ୍ର) ଓ ମହିଳାରେ ଶର୍ମିଷ୍ଠା ସେନାପତି (ଉତ୍କଳ କରାଟେ ସ୍କୁଲ) ଶ୍ରେଷ୍ଠ ଶକ୍ତି ଉତ୍ତୋଳକ ଆଖ୍ୟା ଅର୍ଜନ କରିଥିଲେ। ପୁରୁଷ ବର୍ଗରେ ସର୍ବାଧିକ ସ୍କ୍ବାର୍ଟ ଅମ୍ରିତ ପ୍ରିତମ(୨୫୫ କେଜି), ସର୍ବାଧିକ ବେଞ୍ଚଫ୍ରେସ ମହେନ୍ଦ୍ର ରାଉତ( ୧୬୦ କେଜି), ସର୍ବାଧିକ ଡେଡଲିଫ୍ଟ ଅନୁରାଗ ପ୍ରଧାନ(୨୭୧ କେଜି) ହାସଲ କରିଥିଲେ। ମହିଳା ବର୍ଗରେ ସର୍ବାଧିକ ସ୍କାର୍ଟ ଆକାଂକ୍ଷା ପରିଡ଼ା (୨୦୨.୫ କେଜି), ସର୍ବାଧିକ ବେଞ୍ଚଫ୍ରେସ ପ୍ରତିଷ୍ଠା ସିଂହ( ୧୦୦ କେଜି), ସର୍ବାଧିକ ଡେଡଲିଫ୍ଟ ଦିବ୍ୟଲେଖା ମିଶ୍ର (୧୮୫ କେଜି) ହାସଲ କରିଥିଲେ।

T20: ପୁଣି ବିଫଳ ସାମସନ, ଟି-୨୦ ଦଳରେ ସ୍ଥାନକୁ ନେଇ ପ୍ରଶ୍ନ

Read Entire Article
LEFT SIDEBAR AD

Hidden in mobile, Best for skyscrapers.