ARTICLE AD BOX
ଦେଓଗାଁ ( ରାଜ କିଶୋର ସାହୁ ): ଓଡ଼ିଶାରେ ଶତପ୍ରତିଶତ ଗାଁକୁ ବିଦ୍ୟୁତ୍ ସଂଯୋାଗ ହୋଇଛି ବୋଲି ସରକାର ଡିଣ୍ଡିମ ମାରୁଛନ୍ତି। କିନ୍ତୁ ଆଜି ମଧ୍ୟ ଏଭଳି ଗାଁ ରହିଛି ଯେଉଁଠି ସମ୍ପୂର୍ଣ୍ଣରୂପେ ବିଦ୍ୟୁତ୍ସଂଯୋଗ ହୋଇନାହିଁ। ସେଭଳି ଏକ ଗାଁର ଲୋକମାନେ ଏକଜୁଟ ହୋଇ ଅର୍ଥ ଯୋଗାଡ଼ କରିଥିଲେ। ବାଉଁଶ ପକାଇ ବିଦ୍ୟୁତ୍ ସଂଯୋଗ କରିବାକୁ ଉଦ୍ୟମ କରିଥିଲେ। କିନ୍ତୁ ବିଦ୍ୟୁତ୍ ଓ ପୁଲିସ କର୍ମଚାରୀ ଅଟକାଇଥିଲେ। କେବଳ ଅଟକାଇନଥିଲେ, ୩-୪ଜଣ ଗାଁଲୋକଙ୍କୁ ଥାନାକୁ ଡକାଇଥିଲେ। ସମ୍ପୂର୍ଣ୍ଣ ଘଟଣା ନାଟକୀୟ ଲାଗୁଥିଲେ ମଧ୍ୟ ଶିଳ୍ପସମୃଦ୍ଧ କେଉଁଝର ଜିଲ୍ଲାର ଘସିପୁର ବ୍ଲକ୍ରେ ଘଟିଛି। ରାସ୍ତାରୋକ କରି ପୁଲିସପ୍ରଶାସନର ଏଭଳି ହୃଦୟହୀନ ପଦକ୍ଷେପର ବିରୋଧ କରିଛନ୍ତି।
ଖୁଣ୍ଟ ପୋତିଲେ, ଟ୍ରାନ୍ସଫର୍ମର ବସାଇଲେ, ବିଦ୍ୟୁତ ସଂଯୋଗ ହେବ କେବେ?
ଘସିପୁରା ବ୍ଲକ୍ ଶାମୁକାନେଣ୍ଡି ପଞ୍ଚାୟତ ନଟିଆଗାଁକୁ ବିଦ୍ଯୁତ୍ ସଂଯୋଗ ହୋଇନଥିଲା। ବାରମ୍ବାର ଦାବି ସତ୍ତ୍ବେ ଗାଁକୁ ବିଦ୍ଯୁତ୍ ଯୋଗାଣ ହୋଇପାରିନଥିଲା। କିଛି ଦିନ ପୂର୍ବେ ଗାଁ ଲୋକେ ମିଳିତ ହୋଇ ପ୍ରାୟ ତିନି ଶହରୁ ଊର୍ଦ୍ଧ୍ବ ବାଉଁଶ ଖୁଣ୍ଟ ପକାଇ ଗାଁକୁ ବିଦ୍ଯୁତ୍ ନେବାକୁ ଉଦ୍ଯମ କରିଥିଲେ। ଗତକାଲି (ଗୁରୁବାର) ବିଦ୍ଯୁତ୍ ବିଭାଗ, ବନବିଭାଗ ଓ ପୁଲିସ୍ କର୍ମଚାରୀମାନେ ପହଁଞ୍ଚି କାମକୁ ଅଟକାଇଥିଲେ। ଘଟଣାକୁ ନେଇ ଆଜି (ଶୁକ୍ରବାର) ଥାନାକୁ ପଚରାଉଚରା ପାଇଁ ଦୁଇ ତିନି ଜଣ ଗ୍ରାମବାସୀଙ୍କୁ ସମନ କରିଥିଲେ।
Electric Problem: ଗାଁ ନିକଟରେ ଅଛି ଟ୍ରାନ୍ସଫରମର, ଘରକୁ ନାହିଁ ବିଦ୍ୟୁତ୍ ସଂଯୋଗ
ଏହାର ପ୍ରତିବାଦରେ ଗାଁର ସମସ୍ତ ପୁରୁଷମହିଳା ଥାନା ସମ୍ମୁଖରେ ଜମା ହୋଇଥିଲେ। ଗାଁକୁ ବିଦ୍ଯୁତ୍ ସଂଯୋଗ କରାଇବା ଦାବିରେ ଧାରଣା ଦେଇଥିଲେ। ଗାଁଲୋକଙ୍କ କହିବା କଥା ହେଲା, ସେମାନଙ୍କ ପିଲାମାନେ ସଞ୍ଜ ନଇଁଲେ ପାଠ ପଢ଼ିବା ସମସ୍ୟା ଭୋଗୁ ଛନ୍ତି। ସଞ୍ଜ ନଇଁଲେ ଘରେ ବିଭିନ୍ନ ବନ୍ୟଜନ୍ତୁ ସରୀସୃପ ପଶିଯାଉଛନ୍ତି । ପୂର୍ବରୁ ସାପ କାମୁଡ଼ାରେ ମଧ୍ୟ ଅନେକଙ୍କ ଜୀବନ ଯାଇଛି। ଅନେକ ଅନ୍ଧାର ରାତିରେ ହିଂସ୍ର ଜନ୍ତୁମାନଙ୍କ ହାବୁଡରେ ପଡ଼ି ମୃତାହତ ହୋଇଛନ୍ତି।
ଥାନା ସାମ୍ନା ଆଜି ଦୀର୍ଘ ପାଞ୍ଚ ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ଧରି ଗ୍ରାମବାସୀ ବିକ୍ଷୋଭ କରିଥିଲେ । ପରେ ଘଟଣା ସ୍ଥଳ ରେ ଘସିପୁରା ତହସିଲଦାର ଅଭୟ କୁମାର ସ୍ୱାଇଁ ଓ଼ ଉପଜିଲ୍ଲାପାଳ ନୀଳମାଧଵ ସୁନା ପହଂଚି ବୁଝା ସୁଝା ପରେ ପରିସ୍ଥିତି ଶାନ୍ତ ପଡିଥିଲା l ବିକ୍ଷୋଭ ସମୟରେ ଆଦିବାସୀ ନେତା ଦାମାୟା ଡିମିରି, ଓ୍ବାର୍ଡ ମେମ୍ବର କ୍ରିଷ୍ନା ନାୟକ, ଡ଼ମ୍ବୁରୁଧର ଡରେଇ, ଜୟ ରାମ ପିଙ୍ଗୁଆ, ଅନାମ ଚିରକା, ଗୋବର୍ଧନ ନାୟକ, ଜଟ ପୂର୍ତ୍ତି, ବିରଞ୍ଚି ନାୟକ, ଈଶ୍ୱର ପିଙ୍ଗୁଆ, ଧନେଶ୍ୱର ବିରୁଆ,, ରତନୀ ସିରକା, ସୁଲମ ମତି ଙ୍କ ସମେତ ଶତାଧିକ ଗ୍ରାମବାସୀ ଉପସ୍ଥିତ ରହିଥିଲେ।

2 weeks ago
10


