Police Outpost Video Goes Viral ଫାଣ୍ଡି ଅଧିକାରୀ ଓ ସନ୍ଦିଗ୍ଧ ଯୁବତୀଙ୍କୁ ତାଲା ପକାଇ ରଖିଲେ ଗ୍ରାମବାସୀ, ଭାଇରାଲ୍‌ ହେଲା ଭିଡ଼ିଓ

5 hours ago 1
ARTICLE AD BOX

ନବରଙ୍ଗପୁର/ଡାବୁଗାଁ (ସୁରେଶ ନାଇଡ଼ୁ): ନବରଙ୍ଗପୁର ଜିଲ୍ଲାର  ଉମରକୋଟ ଉପଖଣ୍ଡ ପୁଲିସ ଅଧୀନ ଶିଂସାରି ଫାଣ୍ଡିର ଅଧିକାରୀ ଜଣେ ଯୁବତୀଙ୍କୁ ନେଇରାତିରେ ଆସିଥିଲେ। ଫାଣ୍ଡି ପରିସର ମଧ୍ୟରେ ଥିବା ଗୋଟିଏ ରୁମରେ ଉଭୟ ରହିଥିଲେ। ଏହା କେତେକ ଗ୍ରାମବାସୀ ଦେଖି ଉକ୍ତ ପ୍ରକୋଷ୍ଠରେ ତାଲା ଦେଇଦେଇଥିଲେ। ଭୋର ୫ଟାରେ ତାଲା ଖୋଲିବା ପରେ ଉଭୟ ଉକ୍ତ ପ୍ରକୋଷ୍ଠରୁ ବାହାରିଥିଲେ। ଏହି ଘଟଣାର ଭିଡ଼ିଓ ସମଗ୍ର ଅଞ୍ଚଳରେ ବେସ୍‌ ଭାଇରାଲ୍‌ ହୋଇଛି। 

ଫାଣ୍ଡି ଅଧିକାରୀଙ୍କୁ କାମୁଡ଼ି ମହିଳା ଗିରଫ

ସୂଚନା ଅନୁଯାୟୀ, ବୁଧବାର ରାତିରେ ଫାଣ୍ଡି ଅଧିକାରୀ ଜୈନେକ ସବଇନିସପେକ୍ଟର ଓ ଜଣେ ଯୁବତୀଙ୍କ ସହ ରୁମ୍ରେ ଥିବା ଜାଣି  ଉଭୟଙ୍କୁ ତାଲା ପକାଇ ରଖିଥିଲେ। ଗୁରୁବାର ଭୋର ପ୍ରାୟ ସାଢେ ୫ ଘଣ୍ଟ ସମୟରେ ଗ୍ରାମବାସୀ ଫାଣ୍ଡି ମଧ୍ୟରେ ତାଲା ପକାଇ ଥିବା ଗୃହରୁ ତାଲା ଖୋଲିଥିଲେ। ଯୁବତୀ ଓ ଫାଣ୍ଡି ଅଧିକାରୀ ଗୃହ ମଧ୍ୟରୁ ଆଗପଛ ହୋଇ ବାହାରିଥିଲେ। ଯୁବତୀ ଜଣକ ଗ୍ରାମବାସୀଙ୍କୁ ଦେଖି ମୁଁହ ଢାଙ୍କି ବାହାରକୁ ଚାଲି ଆସିଥିଲେ। ତେବେ ଫାଣ୍ଡି ମଧ୍ୟରେ ଜଣେ ବଙ୍ଗୀୟ ଯୁବତୀଙ୍କୁ ଫାଣ୍ଡି ଅଧିକାରୀ କେଉଁ କାରଣରୁ ରାତ୍ର ଏକ ଗୃହ ମଧ୍ୟରେ ରଖିଥିଲେ ତାହା ସନ୍ଦେହ ଘେରରେ ରହିଥିବା ବେଳେ ଗ୍ରାମବାସୀ ଫାଣ୍ଡି ଅଧିକାରୀଙ୍କୁ କିଛି କହିବା ପୂର୍ବରୁ ଫାଣ୍ଡି ଅଧିକାରୀ ତାଙ୍କ କାରରେ ଯୁବତୀକୁ ସେଠାରୁ ଧରି ଅନ୍ୟତ୍ର ଛାଡ଼ି ଆସିଥିଲେ। 

ଅଡିଓ ଭାଇରାଲ ପରେ ଫାଣ୍ଡି ଅଧିକାରୀ ଅପସାରିତ

ଖବର ପାଇ ଡାବୁଗାଁ ଥାନା ଅଧିକାରୀ ଲଛମି ପରଜା ଶିଂସାରି ଫାଣ୍ଡି ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ। ଏ ନେଇ ଥାନା ଅଧିକାରୀଙ୍କୁ ପଚାରିବାରୁ  ଘଟଣା ସମ୍ପର୍କରେ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି।  ଏସପି ପାର୍ଥ କାଶ୍ୟପ ଜଗଦୀଶ କହିଛନ୍ତି, ସେଭଳି କିଛି ଅଭିଯୋଗ ଆସିନାହିଁ। ଅଭିଯୋଗ ଆସିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ‌।  

Read Entire Article
LEFT SIDEBAR AD

Hidden in mobile, Best for skyscrapers.