ARTICLE AD BOX
ଭୁବନେଶ୍ବର: ଜଣେ ନାବାଳିକାଙ୍କୁ ଅପହରଣ କରି ଦୁଷ୍କର୍ମ କରିଥିବା ମାମଲାରେ ଆଜି (ବୁଧବାର) କେନ୍ଦୁଝର ସ୍ବତନ୍ତ୍ର ପୋକ୍ସୋ ଅଦାଲତ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ୧୭ ବର୍ଷ ସଶ୍ରମ କାରାଦଣ୍ଡ ଓ ୧୭ ହଜାର ଟଙ୍କା ଆର୍ଥିକ ଦଣ୍ଡରେ ଦଣ୍ଡିତ କରିଛନ୍ତି।
POCSO Case ନାବାଳକ ଯୌନ ନିର୍ଯାତନା ମାମଲା: ଉର୍ଦ୍ଦୁ ଶିକ୍ଷକ ହାଫିଜ୍ଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ
ପୁଲିସ ମୁଖ୍ୟାଳୟରୁ ପ୍ରଦତ୍ତ ପ୍ରେସ୍ ବିବୃତି ଅନୁସାରେ, କେନ୍ଦୁଝର ସଦର ଥାନା ମାମଲା ନଂ. ୬୬୦/୨୦୨୪ ରେ ରୁଜୁ ହୋଇଥିବା ଏହି ମାମଲାରେ ଝୁମ୍ପୁରା ଥାନା ଅଧୀନ ଝୁମ୍ପୁରା ମେଡିକାଲ କଲୋନୀର ବାସିନ୍ଦା ଶିବ ଲୋହାରଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି।
POCSO: ପୋକ୍ସୋ ମାମଲାରେ ବୁଝାମଣାର ସ୍ଥାନ ନାହିଁ
କେନ୍ଦୁଝର ସଦର ଥାନାର ସବ୍-ଇନ୍ସପେକ୍ଟର ସୁସ୍ମିତା ହୋରୋ ଏହି ମାମଲାର ତଦନ୍ତ କରିଥିଲେ। ତଦନ୍ତ ସମୟରେ ସଂଗ୍ରହ କରାଯାଇଥିବା ପ୍ରମାଣ ଆଧାରରେ ଅଦାଲତ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ୧୭ ବର୍ଷ ସଶ୍ରମ କାରାଦଣ୍ଡ ଏବଂ ୧୭ ହଜାର ଟଙ୍କା ଜରିମାନା ଦଣ୍ଡାଦେଶ ଦେଇଛନ୍ତି। ଏହି ମାମଲାରେ ଭାରତୀୟ ନ୍ୟାୟ ସଂହିତା ଏବଂ ପୋକ୍ସୋ ଆଇନ ଅନୁଯାୟୀ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି।

3 weeks ago
11


