PNG: ପିଏନ୍‌ଜି ଗ୍ୟାସ୍‌ ପାଇପ୍‌ ଫାଟିଲା, ଲୋକେ ଆତଙ୍କିତ

3 weeks ago 13
ARTICLE AD BOX

ଅନୁଗୋଳ: ଅମଲାପଡ଼ା କେନାଲ ରାସ୍ତାରେ ଆଜି (ପିଏନ୍‌ଜି) ଗ୍ୟାସ୍ ପାଇପ୍‌ ଲାଇନ ଫାଟି ଯାଇଥିଲା। ବିଦ୍ୟୁତ୍‌ ବିଭାଗ ପକ୍ଷରୁ ସେଠାରେ ଭୂତଳ କାମ ଚାଲିଥିବା ବେଳେ ଏପରି ପାଇପ୍‌ରୁ ଗ୍ୟାସ୍ ଲିକ୍ ହୋଇଥିଲା। ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଓ ଗ୍ୟାସ୍‌ କମ୍ପାନିର ଟେକ୍ନିକାଲ୍‌ ଟିମ୍‌ ପହଞ୍ଚି ଅଘଟଣ ପୂର୍ବରୁ ପରିସ୍ଥିତିକୁ ଆୟତ୍ତ କରିଥିଲେ। 

ସୂଚନା ମୁତାବକ, ଅନୁଗୋଳ ଟିପିସିଓଡିଏଲ୍‌ ପକ୍ଷରୁ ଆଜି ଅମଲାପଡ଼ା କେନାଲ ରାସ୍ତାରେ ଭୂତଳ କାମ ଚାଲିଥିଲା। ମାଟି ଭିତରେ ଗାତ ଖୋଳାଯାଉଥିବା ବେଳେ ଡ୍ରିଲ୍‌ ମେସିନ୍‌ ପ୍ରାକୃତିକ ଗ୍ୟାସ୍‌ ପାଇପ୍‌ରେ ବାଜି ଯାଇଥିଲା। ଫଳରେ ଗ୍ୟାସ୍‌ ପାଇପ୍‌ ଫାଟି ଯାଇ ପ୍ରବଳ ଶବ୍ଦ ହୋଇଥିଲା। ସ୍ଥାନୀୟ ଲୋକମାନେ ଭୟଭୀତ ହୋଇ ସେହି ସ୍ଥାନରୁ ସୁରକ୍ଷିତ ସ୍ଥାନକୁ ‌ଦୌଡ଼ିଥିଲେ। 

ଖବର ପାଇ ଅନୁଗୋଳ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲା। ଟାଉନ୍‌ ଥାନା ପୁଲିସ ସେଠାରେ ପହଞ୍ଚି ଭିଡ଼ ନିୟନ୍ତ୍ରଣ କରିବା ପାଇଁ ଉପସ୍ଥିତ ରହିଥିଲା। ବହୁ ପରିମାଣରେ ପ୍ରାକୃତିକ ଗ୍ୟାସ୍‌ ଲିକ୍ ହୋଇଥିବା ଜଣାପଡ଼ିଛି। ସହର ମଝିରେ ଥିବା ଅମଲାପଡ଼ା କେନାଲ ରୋଡରେ ଆଜି ସନ୍ଧ୍ୟାରେ ଘଟିଛି ଏଭଳି ଅଘଟଣ ଘଟିଥିବା ବେଳେ କାହାରି କିଛି କ୍ଷୟକ୍ଷତି ହୋଇନାହିଁ। 

GAS: ଗ୍ୟାସ୍‌ ଭଣ୍ଡାର ସୃଷ୍ଟି କରାଯିବ: ସଙ୍କଟ ସମୟରେ ବ୍ୟବହାର ହେବ

ଦମକଳ ବାହିନୀ, ବିପିସିଏଲ୍‌ର ଟେକ୍ନିକାଲ୍‌ ଟିମ୍ ଓ କର୍ମଚାରୀ ପହଞ୍ଚି ଗ୍ୟାସ୍ ଲିକ୍ ରୋକିବାକୁ ଉଦ୍ୟମ କରିଥିଲେ। ଟେକ୍ନିକାଲ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଲିକ୍ ସଜାଡ଼ିବା ଆରମ୍ଭ କରିଥିଲା। ରାତିରେ କୌଣସି ବିପଦ ନଥିବା ଓ ସେହି ପାଇପ ଦେଇ ଗ୍ୟାସ୍‌ ଯୋଗାଣ ବନ୍ଦ କରଯାଇଛି ବୋଲି ଜଣାପଡ଼ିଛି। ଖୁବ୍‌ଶୀଘ୍ର ପାଇପ ମରାମତି କରି ଗ୍ୟାସ୍‌ ଯୋଗାଣ ସ୍ୱାଭାବିକ କରାଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.