Pneumonia Symptoms: ବର୍ଷା ଋତୁରେ ବଢ଼ୁଛି ନିମୋନିଆ ଆଶଙ୍କା: ପ୍ରାରମ୍ଭିକ ଲକ୍ଷଣରୁ ଚିହ୍ନନ୍ତୁ

2 weeks ago 9
ARTICLE AD BOX

ଭୁବନେଶ୍ୱର: ବର୍ଷା ଋତୁରେ ଥଣ୍ଡା, କାଶ ଏବଂ ଶ୍ୱାସକ୍ରିୟାଜନିତ ସଂକ୍ରମଣ ବଢ଼ିବା ସହ ନିମୋନିଆର ବିପଦ ମଧ୍ୟ ବୃଦ୍ଧି ପାଉଛି। ବିଶେଷକରି ଶିଶୁ, ବୟସ୍କ ବ୍ୟକ୍ତି ଏବଂ ଦୁର୍ବଳ ରୋଗପ୍ରତିରୋଧକ ଶକ୍ତି ଥିବା ଲୋକମାନେ ଏହି ସଂକ୍ରମଣରେ ଅଧିକ ପ୍ରଭାବିତ ହେଉଛନ୍ତି। ଆର୍ଦ୍ର ପରିବେଶ, ତାପମାତ୍ରାର ପରିବର୍ତ୍ତନ ହେବା ଯୋଗୁଁ ଭାଇରସ ଓ ଜୀବାଣୁ ଦ୍ରୁତ ଗତିରେ ବ୍ୟାପିଥାନ୍ତି।

୨୦୨୨ ମସିହାର SWORD ଅଧ୍ୟୟନ ଅନୁଯାୟୀ, ବର୍ଷା ଋତୁରେ ଶ୍ୱାସକ୍ରିୟା ସଂକ୍ରମଣ ପ୍ରାୟ ୧୩ ପ୍ରତିଶତ ବୃଦ୍ଧି ପାଇଥିବା ବେଳେ ଗ୍ରୀଷ୍ମ ଋତୁରେ ଏହା ମାତ୍ର ୪ ପ୍ରତିଶତ ଥିଲା। ସେହିପରି ୨୦୧୪ରେ ପ୍ରକାଶିତ ଏକ ଅଧ୍ୟୟନରେ ବର୍ଷାରେ ଦୀର୍ଘ ସମୟ ଓଦା ରହିବା ନିମୋନିଆର ବିପଦ ବଢ଼ାଇପାରେ ବୋଲି କୁହାଯାଇଛି।
ବରିଷ୍ଠ ପଲ୍ମୋନୋଲୋଜିଷ୍ଟଙ୍କ କହିବା ଅନୁଯାୟୀ, ନିମୋନିଆ ହେଉଛି ଫୁସଫୁସର ଏକ ଗୁରୁତର ସଂକ୍ରମଣ। ଏଥିରେ ଫୁସଫୁସରେ ପ୍ରଦାହ ସୃଷ୍ଟି ହେବା ସହ ତରଳ ପଦାର୍ଥ କିମ୍ବା ପୂଜ ଜମିପାରେ। ଫଳରେ ନିଶ୍ୱାସ ନେବାରେ ଅସୁବିଧା ହୁଏ ଏବଂ ଶରୀରକୁ ପର୍ଯ୍ୟାପ୍ତ ଅମ୍ଳଜାନ ମିଳିନଥାଏ।

ଏହି ଲକ୍ଷଣକୁ ଅଣଦେଖା କରନ୍ତୁ ନାହିଁ

ନିମୋନିଆର ପ୍ରାରମ୍ଭିକ ଲକ୍ଷଣ ସାଧାରଣ ଥଣ୍ଡା କିମ୍ବା କାଶ ପରି ଦେଖାଯାଏ। କିନ୍ତୁ ପରେ ଉଚ୍ଚ ଜ୍ୱର, ଲଗାତାର କାଶ, ଶ୍ୱାସକଷ୍ଟ, ଛାତିରେ ଯନ୍ତ୍ରଣା, ଅତ୍ୟଧିକ ଦୁର୍ବଳତା ଏବଂ ଅମ୍ଳଜାନ ସ୍ତର କମିବା ଭଳି ସମସ୍ୟା ଦେଖାଦେଇପାରେ। ଶିଶୁଙ୍କ କ୍ଷେତ୍ରରେ ଦ୍ରୁତ ନିଶ୍ୱାସ, ଖାଦ୍ୟ ନ ଖାଇବା, ଅଳସୁଆ ହୋଇଯିବା କିମ୍ବା ଓଠ ନୀଳ ପଡ଼ିବା ଭଳି ଲକ୍ଷଣ ଦେଖାଗଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ।

Monsoon Health Tips: ମୌସୁମୀରେ ପେଟ ସଂକ୍ରମଣରୁ ବଞ୍ଚିବା ପାଇଁ ସତର୍କତା, କ’ଣ କୁହନ୍ତି ଡାକ୍ତର...

ଏହି ୧୧ଟି ସତର୍କତା ଅବଲମ୍ବନ କରନ୍ତୁ
•    ଘରେ ଓଦା ଓ ଛାଞ୍ଚ ସୃଷ୍ଟି ହେବାକୁ ଦିଅନ୍ତୁ ନାହିଁ।
•    ଘରର ବାୟୁ ଚଳାଚଳ ସଠିକ୍ ରଖନ୍ତୁ।
•    ବର୍ଷାରେ ଓଦା ହେଲେ ତୁରନ୍ତ ଶୁଖିଲା ପୋଷାକ ପିନ୍ଧନ୍ତୁ।
•    ଧୂମପାନ ଓ ପରୋକ୍ଷ ଧୂମପାନରୁ ଦୂରେ ରୁହନ୍ତୁ।
•    ଧୂଳି, ଧୂଆଁ ଓ ପ୍ରଦୂଷଣକୁ ଏଡ଼ାନ୍ତୁ।
•    ପର୍ଯ୍ୟାପ୍ତ ପାଣି ପିଅନ୍ତୁ ଏବଂ ପୌଷ୍ଟିକ ଖାଦ୍ୟ ଖାଆନ୍ତୁ।
•    ପ୍ରତିଦିନ ହାଲୁକା ବ୍ୟାୟାମ ଓ ଶ୍ୱାସକ୍ରିୟା ବ୍ୟାୟାମ କରନ୍ତୁ।
•    କାଶ, ଜ୍ୱର କିମ୍ବା ଶ୍ୱାସକଷ୍ଟକୁ ଅବହେଳା କରନ୍ତୁ ନାହିଁ।
•    ଡାକ୍ତରଙ୍କ ପରାମର୍ଶରେ ନିମୋକୋକାଲ୍ ଟିକା ନିଅନ୍ତୁ।
•    ଏସିକୁ ନିୟମିତ ସଫା ରଖନ୍ତୁ।
•    ପର୍ଯ୍ୟାପ୍ତ ନିଦ ନିଅନ୍ତୁ ଓ ମାନସିକ ଚାପ କମାନ୍ତୁ।
କେବେ ଡାକ୍ତରଙ୍କ ପାଖକୁ ଯିବେ?
ଯଦି ଶ୍ୱାସ ନେବାରେ ଅସୁବିଧା, ଉଚ୍ଚ ଜ୍ୱର, ଛାତିରେ ଯନ୍ତ୍ରଣା, ଅମ୍ଳଜାନ ସ୍ତର କମିଯିବା କିମ୍ବା ରୋଗୀଙ୍କ ଅବସ୍ଥା ବେଶୀ ଖରାପ ହେଉଥାଏ। ତେବେ ବିଳମ୍ବ ନ କରି ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। ନିମୋନିଆର ସମୟୋପଯୋଗୀ ଚିକିତ୍ସା ନ ହେଲେ ଏହା ଗୁରୁତର ଏବଂ ଜୀବନଘାତୀ ମଧ୍ୟ ହୋଇପାରେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.