PMଙ୍କ ବିରୋଧରେ ପୋଷ୍ଟ; ଚଣ୍ଡୀଗଡ଼ କୋର୍ଟରେ ହାଇଦ୍ରାବାଦ ଯୁବକଙ୍କ ଜାମିନ ଆବେଦନ ଖାରଜ

4 days ago 3
ARTICLE AD BOX

ଚଣ୍ଡୀଗଡ଼ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନେଇ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଭ୍ରମାତ୍ମକ ଓ ଅପମାନଜନକ ପୋଷ୍ଟ କରିଥିବା ଅଭିଯୋଗରେ ଗିରଫ ହୋଇଥିବା ହାଇଦ୍ରାବାଦର ବାସିନ୍ଦା ହାସନ୍‌ ମୋହିଉଦ୍ଦିନ୍‌ ସିଦ୍ଦିକିଙ୍କ ଜାମିନ ଆବେଦନକୁ ଚଣ୍ଡୀଗଡ଼ର ଏକ ଦୌରା କୋର୍ଟ ଖାରଜ କରିଛନ୍ତି । ଅତିରିକ୍ତ ଦୌରା ବିଚାରପତି ରୋହିତ ୱାଟ୍ସ ମେ ୨୫ରେ ତାଙ୍କ ଜାମିନ ଖାରଜ କରିଥିବା ବେଳେ ବିସ୍ତୃତ ଆଦେଶ ଜୁଲାଇ ୩୦ରେ ସାର୍ବଜନୀନ ହୋଇଛି ।

ଚଣ୍ଡୀଗଡ଼ ସାଇବର କ୍ରାଇମ୍‌ ଥାନାରେ ରୁଜୁ ହୋଇଥିବା ଏଫ୍‌ଆଇଆର୍‌ ଅନୁସାରେ, ଅଭିଯୁକ୍ତ ଏକ୍ସରେ ଏଭଳି ଏକ ପୋଷ୍ଟ ପ୍ରଚାର କରିଥିଲେ, ଯେଉଁଥିରେ ପ୍ରଧାନମନ୍ତ୍ରୀଙ୍କ ସମ୍ପର୍କରେ ଭିତ୍ତିହୀନ ଓ ଭ୍ରମାତ୍ମକ ଦାବି କରାଯାଇଥିଲା । ତଦନ୍ତକାରୀ ସଂସ୍ଥାର ଅଭିଯୋଗ ଅନୁଯାୟୀ, ଏହି ପୋଷ୍ଟର ଉଦ୍ଦେଶ୍ୟ ଥିଲା ପ୍ରଧାନମନ୍ତ୍ରୀଙ୍କ ସମ୍ମାନହାନି କରିବା, ସାମାଜିକ ବିଭେଦ ସୃଷ୍ଟି କରିବା ଏବଂ ଜନସାଧାରଣଙ୍କ ମଧ୍ୟରେ ଅଶାନ୍ତି ସୃଷ୍ଟି କରିବା । ଏହି ମାମଲାରେ ଡିଜିଟାଲ୍‌ ଜାଲିଆତି ସମ୍ବନ୍ଧୀୟ ଧାରା ମଧ୍ୟ ଲାଗୁ କରାଯାଇଛି ।

Flood In Balangir: ଲୋଇସିଂହା ଜଳବନ୍ଦିଙ୍କୁ ରନ୍ଧାଖାଦ୍ୟ ବାଣ୍ଟିଲେ ସ୍ୱାସ୍ଥ୍ୟମନ୍ତ୍ରୀ

ଅଭିଯୁକ୍ତଙ୍କ ପକ୍ଷରୁ ଓକିଲ ଅଭୟ ଯୋଶୀ ଯୁକ୍ତି ବାଢ଼ିଥିଲେ ଯେ, ତାଙ୍କ ମହକିଲ କୌଣସି ପରିବର୍ତ୍ତିତ ଭିଡିଓ ପ୍ରସାର କରିନଥିଲେ କିମ୍ବା ମାନହାନିକର ମନ୍ତବ୍ୟ ଦେଇନଥିଲେ । ସେ କେବଳ ଭିଡିଓଟିର ସତ୍ୟତା ଜାଣିବା ପାଇଁ ‘ଗ୍ରୋକ୍‌’ ଏଆଇକୁ ପ୍ରଶ୍ନ କରିଥିଲେ ବୋଲି ସେ ଦାବି କରିଥିଲେ । ଅନ୍ୟପକ୍ଷରେ, ସ୍ୱତନ୍ତ୍ର ସରକାରୀ ଓକିଲ ମନୁ କୁକର ଅଦାଲତରେ କହିଥିଲେ ଯେ, କୌଣସି ଆଧାର ନ ଥାଇ ଏପରି ପୋଷ୍ଟ ପ୍ରଚାର କରାଯାଇଥିଲା ଏବଂ ଏହାର ଉଦ୍ଦେଶ୍ୟ ଥିଲା ପ୍ରଧାନମନ୍ତ୍ରୀଙ୍କ ସମ୍ମାନକୁ କ୍ଷୁଣ୍ଣ କରିବା ।

ବିଚାରପତି ରୋହିତ ୱାଟ୍ସ ତାଙ୍କ ଆଦେଶରେ କହିଛନ୍ତି, ମତପ୍ରକାଶର ସ୍ୱାଧୀନତା ଏକ ମୌଳିକ ଅଧିକାର ହୋଇଥିଲେ ମଧ୍ୟ ଏହା ଅସୀମ ନୁହେଁ । ଏହା ସହ ଜଣେ ଦାୟିତ୍ୱବାନ ନାଗରିକ ଭାବେ ସଚେତନତାର ସହିତ ମତ ପ୍ରକାଶ କରିବାର ଉତ୍ତରଦାୟିତ୍ବ ମଧ୍ୟ ରହିଛି । ସାମ୍ବିଧାନିକ ପଦବୀରେ ଥିବା ବ୍ୟକ୍ତିଙ୍କୁ ସମାଲୋଚନା କରାଯାଇପାରେ, କିନ୍ତୁ ତାହା ମାନହାନିକର ସ୍ତରକୁ ଯିବା ଉଚିତ ନୁହେଁ । ଅଦାଲତ କହିଛନ୍ତି, ତଦନ୍ତ ଏଯାବତ୍‌ ଜାରି ଥିବାରୁ ବର୍ତ୍ତମାନ ସମୟରେ ଜାମିନ ଦେବା ନ୍ୟାୟର ସ୍ୱାର୍ଥରେ ହେବ ନାହିଁ । ତା’ ସହ ଜାମିନ ଆବେଦନ ଉପରେ କରାଯାଇଥିବା ପର୍ଯ୍ୟବେକ୍ଷଣକୁ ମାମଲାର ଚୂଡ଼ାନ୍ତ ମତ ବୋଲି ବିବେଚନା କରାଯିବ ନାହିଁ ବୋଲି ଅଦାଲତ ସ୍ପଷ୍ଟ କରିଛନ୍ତି ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.