PMLA case: ବିନିଯୋଗ ଠକେଇ ମାମଲାରେ କୋଲକାତା, ଇନ୍ଦୋରର ୧୭ ସ୍ଥାନରେ ଇଡି ଚଢ଼ଉ

1 day ago 1
ARTICLE AD BOX

କୋଲକାତା: ବିନିଯୋଗ ଠକେଇ ଓ ଏହା ସହ ଜଡ଼ିତ ଅର୍ଥ ହେରଫେର ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ବୁଧବାର କୋଲକାତା ଓ ଇନ୍ଦୋରର ୧୭ଟି ସ୍ଥାନରେ ଚଢ଼ଉ କରିଛି। ବହୁ ସଂଖ୍ୟକ ନିବେଶକଙ୍କୁ ଠକେଇ ମାମଲାରେ ଚାଲିଥିବା ଅର୍ଥ ହେରଫେର ତଦନ୍ତର ଅଂଶ ଭାବେ ଏହି ଚଢ଼ଉ କରାଯାଇଛି। ଇଡିର କୋଲକାତା ଜୋନ୍‌ ପକ୍ଷରୁ ଏକକାଳୀନ ଭାବେ ଏହି ଅଭିଯାନ ଚାଲିଥିଲା।

ସୁରକ୍ଷାବାହିନୀ ଓ ରାଜ୍ୟ ପୁଲିସର ସହଯୋଗରେ ମନିଲଣ୍ଡରିଂ ନିବାରଣ ଆଇନ (ପିଏମ୍‌ଏଲ୍‌ଏ)ର ଧାରା ୧୭ ଅନୁସାରେ ଏହି ତଲାସି କରାଯାଇଛି। ଅଭିଯାନ ଜାରି ଥିବା ବେଳେ କେସି ଦୁଜାରୀ, କାଳୀ କିଶୋର ବାଗ୍‌ଚୀଙ୍କ ସମେତ ଅମୃତ ଗ୍ରୁପ୍‌ ଅଫ୍‌ କମ୍ପାନିଜ୍‌ ସହ ଜଡ଼ିତ କେତେକ ବ୍ୟକ୍ତିଙ୍କ ପରିସରରେ ଯାଞ୍ଚ ଚାଲିଥିବା ଅଧିକାରୀମାନେ କହିଛନ୍ତି। ଇଡିର ଅଭିଯୋଗ ଅନୁସାରେ, ଅମୃତ ଗ୍ରୁପ୍‌ର କମ୍ପାନିଗୁଡ଼ିକ ଓ ଏହାର ନିର୍ଦ୍ଦେଶକମାନେ ବିଭିନ୍ନ ଜମା ଯୋଜନା ମାଧ୍ୟମରେ ସାଧାରଣ ଲୋକଙ୍କଠାରୁ ବିପୁଳ ପରିମାଣର ଟଙ୍କା ସଂଗ୍ରହ କରିଥିଲେ। ଅଧିକ ରିଟର୍ଣ୍ଣ ଦେବାର ପ୍ରତିଶ୍ରୁତି ଦେଇ ଟଙ୍କା ନିଆଯାଇଥିଲା ବୋଲି ଅଭିଯୋଗ ରହିଛି। ପରେ ପ୍ରତିଶ୍ରୁତି ଅନୁସାରେ ନିବେଶକଙ୍କୁ ଟଙ୍କା ଫେରସ୍ତ କରାଯାଇ ନଥିବା ତଦନ୍ତ ଏଜେନ୍ସି କହିଛି।

ଚଢ଼ଉ ବେଳେ ଇଡି ଅଧିକାରୀମାନେ ସମ୍ପୃକ୍ତ ପରିସରରେ ଥିବା ଦଲିଲ ଓ ଅନ୍ୟାନ୍ୟ ସାମଗ୍ରୀ ଯାଞ୍ଚ କରୁଛନ୍ତି। ଟଙ୍କା କେଉଁଠାରୁ ଆସିଥିଲା, କେଉଁ ମାର୍ଗରେ ଏହାର ନେଣଦେଣ ହୋଇଥିଲା ଏବଂ ଏହା ସହ ଜଡ଼ିତ ଆର୍ଥିକ କାରବାରର ସମ୍ପୂର୍ଣ୍ଣ ତଥ୍ୟ ଖୋଜାଯାଉଛି। ନିର୍ଦ୍ଦେଶକ ଓ ପ୍ରମୋଟରମାନଙ୍କ ଭୂମିକା ସହ କମ୍ପାନିଗୁଡ଼ିକର ଆର୍ଥିକ ରେକର୍ଡ ମଧ୍ୟ ଯାଞ୍ଚ କରାଯାଉଛି।

ପୀତବାସ ପଣ୍ଡା ହତ୍ୟା ମାମଲା: ଆଉ ଏକ ମାମଲାରେ ଛନ୍ଦିହେଲେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା

Read Entire Article
LEFT SIDEBAR AD

Hidden in mobile, Best for skyscrapers.