Plastic Waste to Fuel: ପ୍ଲାଷ୍ଟିକ୍ ଆଉ ବର୍ଜ୍ୟ ନୁହେଁ, ବୈଜ୍ଞାନିକମାନେ ପେଟ୍ରୋଲ ଏବଂ ଡିଜେଲ ତିଆରି କରିବାର ସହଜ ଉପାୟ ଆବିଷ୍କାର: ଲ୍ୟାବ ପରୀକ୍ଷଣ ସଫଳ

3 days ago 4
ARTICLE AD BOX

ୱାସିଂଟନ: ସାରା ବିଶ୍ୱରେ ବଢ଼ୁଥିବା ପ୍ଲାଷ୍ଟିକ୍ ବର୍ଜ୍ୟ ପରିବେଶ ପାଇଁ ଏକ ଗମ୍ଭୀର ବିପଦ ପାଲଟିଛି। ଅନେକ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ପ୍ଲାଷ୍ଟିକ୍‌ରୁ ତିଆରି, ଯାହା ନଷ୍ଟ ହୋଇଗଲେ ପୁନଃବ୍ୟବହାର କରିବା ବହୁତ କଷ୍ଟକର, କିନ୍ତୁ ବୈଜ୍ଞାନିକମାନେ ଏହାର ସମାଧାନ ପାଇଛନ୍ତି। ଆମେରିକାର ଟେନେସିରେ ଥିବା ଓକ୍ ରିଜ୍ ନ୍ୟାସନାଲ୍ ଲାବୋରେଟୋରୀ (ଓଆରଏନଏଲ)ର ଗବେଷକମାନେ ଏହି ପ୍ଲାଷ୍ଟିକ୍‌କୁ ଭାଙ୍ଗି ପେଟ୍ରୋଲ ଏବଂ ଡିଜେଲ ଭଳି ଇନ୍ଧନରେ ପରିଣତ କରିବାର ଏକ ଉପାୟ ଆବିଷ୍କାର କରିଛନ୍ତି।ବୈଜ୍ଞାନିକମାନେ ପଲିଥିନ୍ ଉପରେ ସେମାନଙ୍କର ପରୀକ୍ଷଣ କରିଥିଲେ, ଯାହା ବିଶ୍ୱର ସର୍ବାଧିକ ବ୍ୟବହୃତ ପ୍ଲାଷ୍ଟିକ୍ ମଧ୍ୟରୁ ଗୋଟିଏ। ପ୍ରୟୋଗଶାଳା ପରୀକ୍ଷଣ ସମୟରେ, ଗବେଷକମାନେ ଏହାକୁ ଭାଙ୍ଗିବା ପାଇଁ ଗରମ ଲୁଣର ଏକ ସରଳ ମିଶ୍ରଣ ବ୍ୟବହାର କରିଥିଲେ। ପ୍ରୟୋଗଶାଳାରେ ୨୦୦ ଡିଗ୍ରି ସେଲସିୟସ୍ ତାପମାତ୍ରାରେ ପ୍ଲାଷ୍ଟିକ୍‌କୁ ରୂପାନ୍ତରିତ କରାଯାଇ ​​ସେଥିରୁ ପ୍ରାୟ ୬୦% ପେଟ୍ରୋଲ୍ ବାହାର କରାଯାଇଥିଲା।

ପ୍ଲାଷ୍ଟିକକୁ ଇନ୍ଧନରେ ପରିଣତ

ଅଧ୍ୟୟନ ରିପୋର୍ଟରେ ବୈଜ୍ଞାନିକମାନେ ଉଲ୍ଲେଖ କରିଛନ୍ତି ଯେ, ୨୦୦ ଡିଗ୍ରି ଅନେକ ପାରମ୍ପରିକ ପଦ୍ଧତି ତୁଳନାରେ ବହୁତ କମ୍ ତାପମାତ୍ରା, ଏବଂ ଏହା ପ୍ଲାଷ୍ଟିକକୁ ଇନ୍ଧନରେ ପରିଣତ କରିବା ପାଇଁ ଆବଶ୍ୟକ ଅନେକ ଉପାଦାନର ଆବଶ୍ୟକତାକୁ ମଧ୍ୟ ଦୂର କରିଥିଲା।
ଏହି ପ୍ରକ୍ରିୟାରେ ଆଲୁମିନିୟମ କ୍ଲୋରାଇଡ୍ ତରଳ ଲବଣ ବ୍ୟବହାର କରାଯାଇଥିଲା। ଏହି ଲବଣକୁ ତରଳ ହେବା ପର୍ଯ୍ୟନ୍ତ ଗରମ କରାଯାଇଥିଲା। ବାଣିଜ୍ୟିକ ଭାବରେ ଉପଲବ୍ଧ ଅଜୈବ ଲବଣକୁ ପ୍ରତିକ୍ରିୟା ମାଧ୍ୟମ ଭାବରେ ବ୍ୟବହାର କରାଯାଇ ପଲିମର ଅପଚୟକୁ ଇନ୍ଧନରେ ପରିଣତ କରାଯାଇଥିଲା ବୋଲି ଅଧ୍ୟୟନର ସହ-ଲେଖକ ଜେନଜେନ୍ ୟାଙ୍ଗ କହିଛନ୍ତି। ପ୍ରଥମ ଥର ପାଇଁ କୌଣସି ଉତ୍ପରେକ ଇନିସିଏଟର ବିନା ଅବା ଦ୍ରାବକ ବିନା ୨୦୦ ଡିଗ୍ରି ସେଲସିୟସ୍ ତାପମାତ୍ରାରେ ଅପଚୟରୁ ଏକ ଉଚ୍ଚ-ମୂଲ୍ୟର ରାସାୟନିକ ପଦାର୍ଥ ଉତ୍ପାଦନ କରାଯାଇଛି।

AI Safety: ପୁଣି ଚର୍ଚ୍ଚାରେ ଏଆଇ: ନିୟନ୍ତ୍ରଣ, ସୁରକ୍ଷା ଓ ମାନବ ନିରୀକ୍ଷଣ ଜରୁରୀ

ପ୍ଲାଷ୍ଟିକ୍ ସାଧାରଣତଃ ୪୫୦ ରୁ ୫୦୦ ଡିଗ୍ରି ସେଲସିୟସ୍ ତାପମାତ୍ରାରେ ଭାଙ୍ଗିଯାଏ। ତେଣୁ ୨୦୦ ଡିଗ୍ରି ସେଲସିୟସ୍ ତାପମାତ୍ରା ବ୍ୟବହାର କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଗବେଷକମାନେ ଜାଣିବାକୁ ଚାହୁଁଥିଲେ ଯେ, ତରଳିଯାଇଥିବା ଲବଣ କିପରି କାମ କରୁଛି। ପଲିଥିନ୍ କାର୍ବନ ଏବଂ ହାଇଡ୍ରୋଜେନ୍ ପରମାଣୁର ଲମ୍ବା ଶୃଙ୍ଖଳରେ ଗଠିତ। ତରଳିଯାଇଥିବା ଲବଣରେ ଥିବା ଆଲୁମିନିୟମ୍ ସ୍ଥାନଗୁଡ଼ିକ ଅତ୍ୟଧିକ ଏସିଡିକ୍ ହୋଇଯାଇ ପ୍ରତିକ୍ରିୟା ଆରମ୍ଭ କରି ଲମ୍ବା ଶୃଙ୍ଖଳଗୁଡ଼ିକୁ ଛୋଟ ହାଇଡ୍ରୋକାର୍ବନ ଅଣୁରେ ଭାଙ୍ଗି ଦେଇ ପେଟ୍ରୋଲ ଏବଂ ଡିଜେଲରେ ଥିବା ଯୌଗିକରେ ପରିଣତ କରିଥିଲା।।

Read Entire Article
LEFT SIDEBAR AD

Hidden in mobile, Best for skyscrapers.