Phulbani Government Medical College ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ନାଁରେ ନାମିତ ହେଲା ଫୁଲବାଣୀ ସରକାରୀ ମେଡିକାଲ କଲେଜ

6 days ago 5
ARTICLE AD BOX

ଭୁବନେଶ୍ବର:  ଫୁଲବାଣୀ ସରକାରୀ ମେଡିକାଲ କଲେଜକୁ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ନାଁରେ ନାମିତ କରିବା ଲାଗି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଷ୍ପତ୍ତି ନେବାର ଦିନକ ପରେ ଏହାର ନାଁ ବଦଳିଛି। ଏଣିକି ତାହା ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ, ଫୁଲବାଣୀଭାବେ ପରିଗଣିତ ହେବ। 

ସ୍ବାମୀ ଲକ୍ଷ୍ମଣାନନ୍ଦ ହତ୍ୟା ମାମଲାର ସିବିଆଇ ତଦନ୍ତ ଦାବି: ରାଜଧାନୀରେ ଗର୍ଜିଲେ ହଜାର ହଜାର ସନାତନୀ

ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଆଜି ଏ ସଂପର୍କିତ ବିଜ୍ଞପ୍ତି ପ୍ରକାଶ ପାଇଛି। ଉଲ୍ଲେଖ ଯେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ସୃତିକୁ ଉଜ୍ଜୀବିତ ରଖିବା ଓ କନ୍ଧମାଳର ଜନଜାତିଙ୍କ ପାଇଁ ତାଙ୍କ ସେବା ଓ ତ୍ୟାଗକୁ ସମ୍ମାନ ଜଣାଇ ରାଜ୍ୟ ସରକାର ଗତକାଲି ଏକାଧିକ ପଦକ୍ଷେପ ଘୋଷଣା କରିଥିଲେ। ଜଲେଶପଟ୍ଟାରେ ଥିବା ସ୍ବାମୀଜୀଙ୍କ ଆଶ୍ରମ, ଆଶ୍ରମ ସ୍କୁଲ ଓ କନ୍ୟାଶ୍ରମର ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ସିଏମ୍‌ଏସ୍‌ଏ ପାଣ୍ଠିରୁ ୧୩ କୋଟି ଟଙ୍କା ମଞ୍ଜୁର ହୋଇଛି।

ସ୍ବାମୀ ଲକ୍ଷ୍ମଣାନନ୍ଦଙ୍କ ୧୬ତମ ବଳିଦାନ ଦିବସ ଅବସରରେ ରାଜଧାନୀରେ ବିଶାଳ ଗଣଦୌଡ଼

ଅପରପକ୍ଷରେ, ଏଭଳି ନିଷ୍ପତ୍ତିକୁ ବିଜେପି ସ୍ବାଗତ କରିଛି। ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ବିଂରଚି ନାରାୟଣ ତ୍ରିପାଠୀ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି,  କନ୍ଧମାଳରେ ଜିଲାର ଫୁଲବାଣୀଠାରେ ପ୍ରତିଷ୍ଠିତ ସରକାରୀ ଭେଷଜ ମହାବିଦ୍ୟାଳୟ ଓ ଚିିକିତ୍ସାଳୟକୁ ବେଦାନ୍ତ କେଶରୀ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ନାମରେ ନାମିତ କରିବା, ତାଙ୍କ ସ୍ମୃତିକୁ ଅଧିକ ଉଜାଗର କରିବା ପାଇଁ ତାଙ୍କ ଦ୍ୱାରା ପ୍ରତିଷ୍ଠା ହୋଇଥିବା କନ୍ୟାଶ୍ରମକୁ ୧୩ କୋଟି ଟଙ୍କାର ସହାୟତା ଘୋଷଣା ଓ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (ସିଏମ୍‌ଓ)ରୁ  ସ୍ୱାମୀଜୀଙ୍କ  ହତ୍ୟାକାଣ୍ଡର ଫାଇଲ୍ ଚୋରି ଘଟଣାର ତଦନ୍ତ ଦାୟିତ୍ୱ କ୍ରାଇମ୍‌ବ୍ରାଂଚକୁ ହସ୍ତାନ୍ତର କରିଥିବାରୁ  ମୁଖ୍ୟମନ୍ତ୍ରୀ ଓ  ରାଜ୍ୟସରକାରଙ୍କୁ ଓଡ଼ିଶାବାସୀ ତଥା ଭାରତୀୟ ଜନତା ପାର୍ଟି ପକ୍ଷରୁ ଧନ୍ୟବାଦ ଦିଆଯାଉଛି। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.