Patal Ganga: ପାତାଳ ଗଙ୍ଗାରେ ହଜାର ହଜାର କାଉଡ଼ିଆଙ୍କ ସମାଗମ

1 month ago 10
ARTICLE AD BOX

ନୂଆପଡ଼ା:ଶ୍ରାବଣ ମାସର ପ୍ରଥମ ସୋମବାର ଅବସରରେ ନୂଆପଡ଼ାଜିଲ୍ଲା ବୋଡ଼େନସ୍ଥିତ ପାତାଳ ଗଙ୍ଗାରେ ହଜାର ହଜାର କାଉଡ଼ିଆଙ୍କ ସମାଗମ ଦେଖିବାକୁ ମିଳିଛି। ଭୋରୁଠାରୁ ଭକ୍ତମାନେ ପାତାଳ ଗଙ୍ଗାରୁ ପବିତ୍ର ଜଳ ସଂଗ୍ରହ କରି ହର ହର ମହାଦେବ ଧ୍ୱନି ଦେଇ ବିଭିନ୍ନ ଶିବ ମନ୍ଦିରକୁ ଯାଇ ପ୍ରଭୁ ଶିବଙ୍କ ନିକଟରେ ଜଳାଭିଷେକ କରିଥିଲେ।

ଶୃଙ୍ଖଳିତ ଭାବେ ଜଳ ସଂଗ୍ରହ ଓ ପୂଜାର୍ଚ୍ଚନା ସମ୍ପନ୍ନ

ଭକ୍ତମାନଙ୍କ ସୁରକ୍ଷା ଓ ସୁଚାରୁ ଦର୍ଶନ ବ୍ୟବସ୍ଥା ପାଇଁ ବୋଡେ଼ନ ପୁଲିସ ପ୍ରଶାସନ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯାଇଥିଲା। ପାତାଳ ଗଙ୍ଗା ପରିସରରେ ଭକ୍ତିମୟ ପରିବେଶ ସହ ଶୃଙ୍ଖଳିତ ଭାବେ ଜଳ ସଂଗ୍ରହ ଓ ପୂଜାର୍ଚ୍ଚନା ସମ୍ପନ୍ନ ହୋଇଥିଲା। ଶ୍ରାବଣର ପ୍ରଥମ ସୋମବାରରେ ପାତାଳ ଗଙ୍ଗା ଅଞ୍ଚଳ ଶିବଭକ୍ତଙ୍କ ଜୟଘୋଷରେ ମୁଖରିତ ହୋଇ ଉଠିଥିଲା। ରାଧାକୃଷ୍ଣ ମନ୍ଦିର ପରିସରରେ ବିଜେପି ରାଜ୍ୟକାରିଣୀ ସଦସ୍ୟ ଲମ୍ବୋଦର ନିଅଳଙ୍କ ପକ୍ଷରୁ ଶହ ଶହ ଭକ୍ତଙ୍କୁ ମାଗଣାରେ ଭୋଗର ଆୟୋଜନ କରାଯାଇଛି।

vigilance: ଭିଜିଲାନ୍ସ ଜାଲରେ ଟ୍ରାଫିକ ଇନସ୍ପେକ୍ଟର ମୁକେଶ ମିଶ୍ର

Read Entire Article
LEFT SIDEBAR AD

Hidden in mobile, Best for skyscrapers.