Parliamentary Conference in Cape Town କେପ୍‌ଟାଉନ୍‌ ରାଜ୍ୟଗୋଷ୍ଠୀ ସଂସଦୀୟ ସଂଘ ସମ୍ମିଳନୀରେ ଯୋଗଦେଲେ ବାଚସ୍ପତି

6 hours ago 1
ARTICLE AD BOX

ଭୁବନେଶ୍ୱର: ବାଚସ୍ପତି ସୁରମା ପାଢ଼ୀ ଦକ୍ଷିଣ ଆଫି୍ରକା ଗସ୍ତରେ ଯାଇ କେପ୍‌ଟାଉନ୍‌ଠାରେ ଅନୁଷ୍ଠିତ ରାଜ୍ୟଗୋଷ୍ଠୀ ସଂସଦୀୟ ସଂଘର ୬୯ତମ ଅଧିବେଶନରେ ଯୋଗ ଦେଇଛନ୍ତି । ସେଠାକାର ଅନ୍ତର୍ଜାତୀୟ ସମ୍ମିଳନୀ କେନ୍ଦ୍ରଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୫୬ଟି ଦେଶର ବାଚସ୍ପତି, ମନ୍ତ୍ରୀ, ସାଂସଦ, ବିଧାୟକ ଓ ସଚିବଙ୍କ ସମେତ ବିଭିନ୍ନ ଦେଶର ପ୍ରତିନିଧିମାନେ ଯୋଗଦେଇଛନ୍ତି ।

Speakers' Committee Meet ପୁରୀଠାରେ ବାଚସ୍ପତି କମିଟି ସମ୍ମିଳନୀ ଅନୁଷ୍ଠିତ

ଅଧିବେଶନରେ ଉଦ୍‌ବୋଧନ ଦେଇ ବାଚସ୍ପତି ଶ୍ରୀମତୀ ପାଢ଼ୀ କହିଛନ୍ତି, ଭାରତର ଦୃଷ୍ଟିକୋଣ ହେଉଛି ବିକାଶ ଏବଂ ସ୍ଥିରତା ସହ ଏକତ୍ର ଭାବେ ଆଗକୁ ବଢ଼ିବା ଉଚିତ । ବିକାଶ ଏବଂ ଜଳବାୟୁ ସ୍ଥିରତା ପୃଥକ ଭାବରେ ଅନୁସରଣ କରାଯାଇପାରିବ ନାହିଁ । କୃଷି, ଜଳ, ଶକ୍ତି, ସ୍ୱାସ୍ଥ୍ୟ, ସହର, ଭିତ୍ତିଭୂମି, ଜଙ୍ଗଲ, ଉପକୂଳ ଏବଂ ବିପର୍ଯ୍ୟୟ ପରିଚାଳନା ସହିତ ଜଳବାୟୁ ସମସ୍ୟା ଅଙ୍ଗାଙ୍ଗୀ ଭାବେ ଜଡ଼ିତ । 

Speaker- south africa tour1

ଓଡ଼ିଶାରେ ପ୍ରକୃତିକ ବିପର୍ଯ୍ୟୟର ପ୍ରତିକୂଳ ପ୍ରଭାବ ବିଷୟ ଉଲ୍ଲେଖ କରି ଶ୍ରୀମତୀ ପାଢ଼ୀ କହିଲେ ଯେ ପ୍ରାରମ୍ଭିକ ସତର୍କତା ବ୍ୟବସ୍ଥା, ଘୂର୍ଣ୍ଣିଝଡ଼, ଆଶ୍ରୟସ୍ଥଳ, ସ୍ଥାନାନ୍ତର ବ୍ୟବସ୍ଥା, ସାଂଗଠନିକ ସମନ୍ୱୟ ଏବଂ ଗୋଷ୍ଠୀ ସଂପୃକ୍ତି ଯୋଗୁଁ ରାଜ୍ୟ ଏହି ପ୍ରତିକୂଳତାକୁ ଅତିକ୍ରମ କରିପାରିଛି । 

ଜୁନ୍ ୨୦ରେ ବିଧାନସଭା ବାଚସ୍ପତି ନିର୍ବାଚନ: ରଣେନ୍ଦ୍ର ପ୍ରତାପ ସ୍ୱାଇଁ ‌ହେଲେ ପ୍ରୋ-ଟେମ୍‌ ବାଚସ୍ପତି

ଏହି ଚାରିଦିନିଆ ସମ୍ମିଳନୀ ସେପେଫମ୍ବର ୧୪ରୁ ଆରମ୍ଭ ହୋଇ ୧୭ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଥିବାବେଳେ ରାଜ୍ୟସଭାର ମାନ୍ୟବର ଉପାଧ୍ୟକ୍ଷ ହରିବଂଶ ନାରାୟଣ ସିଂହଙ୍କ ନେତୃତ୍ୱରେ ୧୭ଟି ରାଜ୍ୟର ମାନ୍ୟବର ବାଚସ୍ପତିଙ୍କ ସମେତ ୨୦୦ରୁ ଅଧିକ ପ୍ରତିନିଧି ଏହି ସମ୍ମିଳନୀରେ ଯୋଗଦେଇଛନ୍ତି । 

ଜାତୀୟସ୍ତରର ଅନୁସୂଚିତ ଜାତି ଓ ଜନଜାତି ସମ୍ମିଳନୀ ଲାଗି ଦେଶର ୨୦୦ରୁ ଅଧିକ ପ୍ରତିନିଧି ଓଡ଼ିଶା ଆସିବେ: ସୁରମା ପାଢ଼ୀ

ଏହି ଅବସରରେ ବାଚସ୍ପତି ପାଢ଼ୀ ରାଜ୍ୟଗୋଷ୍ଠୀ ମହିଳା ସଂସଦର କାର୍ଯ୍ୟକ୍ରମରେ ଯୋଗଦେବା ସହ ସଂସଦୀୟ ବ୍ୟବସ୍ଥାରେ ଦିବ୍ୟାଙ୍ଗମାନଙ୍କ ଅଂଶଗ୍ରହଣ ଉପରେ ହୋଇଥିବା ଆଲୋଚନାରେ ଭାଗ ନେଇଥିଲେ । ସମ୍ମିଳନୀରେ ଉପବାଚସ୍ପତି ଭବାନୀଶଙ୍କର ଭୋଇ, ବିଧାନସଭା ସଚିବ ସତ୍ୟବ୍ରତ ରାଉତ ପ୍ରମୁଖ ମଧ୍ୟ ଯୋଗଦେଇଛନ୍ତି । 

Read Entire Article
LEFT SIDEBAR AD

Hidden in mobile, Best for skyscrapers.