Palm trees: ଗ୍ରାମୀଣ ଜୀବନର ସଂସ୍କୃତି ଓ ପରମ୍ପରାର ପ୍ରତୀକ ଭାବେ ପରିଚିତ ‘ତାଳଗଛ’

1 hour ago 3
ARTICLE AD BOX

ବାଲିଶଙ୍କରା (ପ୍ରଦୀପ କୁମାର ନନ୍ଦ):ସୁନ୍ଦରଗଡ଼ ଜିଲ୍ଲାର ୧୭ଟି ବ୍ଲକ ମଧ୍ୟରୁ ବାଲିଶଙ୍କରା ବ୍ଲକର ବିଲ ହିଡ଼, ଜଙ୍ଗଲ ସଂଲଗ୍ନ ପଡ଼ିଆ ଜମିରେ ବହୁ ସଂଖ୍ୟାରେ ତାଳଗଛ ଦେଖାଯାଉଥିଲା। ସମୟ ପରିବର୍ତ୍ତନ ସହିତ ତାଳଗଛ ଦିନକୁ ଦିନ କମିବାରେ ଲାଗିଛି। ସମୟ ଥିଲା ଗାଁଗୁଡ଼ିକରେ ତାଳବଣ ଥିଲା। ଏବେ ଲୋପ ପାଇବାରେ ଲାଗିଲାଣି। 

ଲୋକସଂଖ୍ୟା ବୃଦ୍ଧି, କୃଷି ଜମି ରୂପାନ୍ତର, ଗୃହ ନିର୍ମାଣ, କାରଖାନା ତିଆରି, ପ୍ରାକୃତିକ ସଂରକ୍ଷଣ ସରକାରକ ଅବହେଳା ଯୋଗୁଁ ଆଜି ତାଳଗଛ ଧୀରେଧୀରେ ଲୋପ ପାଇବାକୁ ବସିଛି। ଗ୍ରାମାଞ୍ଚଳ ଲୋକଙ୍କ ଜୀବନଶୈଳୀ ସହ ତାଳଗଛର ଗଭୀର ସମ୍ପର୍କ ରହିଆସିଛି। ପୂର୍ବରୁ ତାଳ ପତ୍ରରେ ଘରର ଛପର ଭାବେ ବ୍ୟବହାର କରାଯାଉଥିଲା। ତାଳପତ୍ରରେ ବିଭିନ୍ନ ସାମଗ୍ରୀ ତିଆରି କରାଯାଉଥିଲା। ରଥଯାତ୍ରା ସମୟରେ ପାଚିଲା ତାଳରୁ ବିଭିନ୍ନ ପ୍ରକାର ସୁସ୍ୱାଦୁ ଖାଦ୍ୟ ପରିବେଷଣ କରାଯାଉଥିଲା। ଟାଣ ଖରାରେ ତାଳ କାଟି ସଜ ସହ ପାଣି ପିଇ ତୃଷା ମେଣ୍ଟାଉଥିଲେ ଗ୍ରାମାଞ୍ଚଳର ଲୋକେ। ବ୍ରତରେ ମଧ୍ୟ ସଜର ଚାହିଦା ଲାଗିଥାଏ। ତାଳ ଗଛର କାଠ, ପତ୍ର ଓ ଅନ୍ୟାନ୍ୟ ଅଂଶ ସବୁ ଗ୍ରାମୀଣ ଲୋକଙ୍କ କାର୍ଯ୍ୟରେ ଲାଗୁଥିଲା। ତେଣୁ ଏହା କେବଳ ବୃକ୍ଷ ନୁହେ ବରଂ ଗ୍ରାମୀଣ ଜୀବନର ସଂସ୍କୃତି ଓ ପରମ୍ପରାର ପ୍ରତୀକ ଭାବେ ପରିଚିତ।

ବଜ୍ରପାତରେ ଜଳିଗଲାଣି ଶତାଧିକ ତାଳଗଛ

ପୂର୍ବକାଳରେ ଗାଁ ନିକଟରେ ତାଳବଣ ବା ଗଛ ଦେଖି ଗାଁ ଗୁଡ଼ିକ ଜାଣିପାରୁଥିଲେ। ଆଗକାଳରେ ପୂର୍ବଜମାନେ ପାଚିଲା ତାଳ ମଞ୍ଜିକୁ ଏଣେତେଣେ ନଫିଙ୍ଗି ଜଙ୍ଗଲ ପଡିଆ ଜମି ହିଡରେ ପୋତି ଦେଉଥିଲେ। ତାହା ଏବେ ପୁରାପୁରି ଲୋକେ ଭୁଲିଗଲେଣି। ଏହାଦ୍ୱାରା ପରିବେଶର ସନ୍ତୁଳନ ବଜାୟ ରହିବା ସହିତ ବହୁ ପକ୍ଷୀ, ଛୋଟ ଜୀବମାନଙ୍କ ପ୍ରାକୃତିକ ଆଶ୍ରୟସ୍ଥଳୀ ଥିଲା। ଏବେ ପକ୍ଷୀମାନଙ୍କ କ୍ରନ୍ଦନ ମଧ୍ୟ ଦେଖିବାକୁ ମିଳୁନାହିଁ। ଏଥିପାଇଁ ପରିବେଶବିତମାନେ ଆଗାମୀ ଭବିଷ୍ୟତ ପାଇଁ ଚିନ୍ତା ପ୍ରକଟ କଲେଣି। 

ଏବେ ବୈଜ୍ଞାନିକମାନେ କହୁଛନ୍ତି କି ଯେଉଁ ଗ୍ରାମମାନଙ୍କରେ ତାଳଗଛ ଅଛି, ସେହି ଗ୍ରାମରେ ବଜ୍ରପାତର ପ୍ରଭାବ ପଡ଼େନାହିଁ। ତାଳ ଗଛ ବଜ୍ରପାତକୁ କମାଇବାରେ ସହାୟତା କରଥାଏ। ତାଳ ଗଛ କମିବା ଦ୍ୱାରା ଆକାଶରେ କଳାବଦଳ ହେଲେ ବଜ୍ରପାତ ଯୋଗୁଁ ମଣିଷ, ଗାଈ, ମଇଁଷି ଗଛ, ଗୃହକୁ ବଜ୍ରପାତ ହେଉଥିବା ଦେଖିବାକୁ ମିଳୁଛି। ତାଳଗଛ ଉଚ୍ଚତାଯୋଗୁଁ ବିଭିନ୍ନ ପକ୍ଷୀ ବସାବାନ୍ଧି ବଂଶ ବିସ୍ତାର କରିଥାନ୍ତି। ରାଜ୍ୟ ସରକାର ୨୦୧୪ରୁ ତାଳଗଛ କଟିବାରେ ତାଳଗଛ କଟକଣା ଜାରି ରଖିଛନ୍ତି ସତ। କିନ୍ତୁ ତାଳଗଛ ଲଗାଇବାରେ ଧ୍ୟାନ ଦେଉନଥିବାରୁ ଏପରି ଦୁର୍ଦଶାର ସମ୍ମୁଖୀନ ହେବାକୁ ଯାଉଛି ଏହି ଅଂଚଳ। ତୁରନ୍ତ ତାଳଗଛ ଲଗାଇବା ସହ ତାଳବଣ ତିଆରି କରିବାକୁ ଅଂଚଳର ବୁଦ୍ଧିଜୀବୀମାନେ ପରାମର୍ଶ ଦେଇଛନ୍ତି। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.