Pallahara constituency: ପାଳଲହଡ଼ା ନିର୍ବାଚନମଣ୍ଡଳୀରେ ପରିବେଶ ପଞ୍ଚାୟତ: ‘ବୃକ୍ଷରୋପଣ ଆନ୍ଦୋଳନରେ ପରିଣତ ହେଉ’

3 weeks ago 11
ARTICLE AD BOX

ପାଳଲହଡ଼ା: ଦିନେ ଅଧେ ନୁହେଁ, ବର୍ଷ ସାରା ପରିବେଶ ପାଇଁ କାମ କଲେ ଯାଇ ଆମ ପର ପିଢ଼ି ଏକ ସୁନ୍ଦର ପୃଥିବୀ ପାଇବେ ବୋଲି ପାଳଲହଡ଼ା ବିଧାୟକ ଅଶୋକ କୁମାର ମହାନ୍ତି କହିଛନ୍ତି। ‘ସମ୍ବାଦ’ ପକ୍ଷରୁ ଖୁଲୁଡ଼ି ଗିରିଶ୍ବର ମନ୍ଦିର ପାଦଦେଶରେ ମଙ୍ଗଳବାର ଅନୁଷ୍ଠିତ ‘ପରିବେଶ ପଞ୍ଚାୟତ’ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଧାୟକ ବୃକ୍ଷରୋପଣକୁ ଉତ୍ସବ ଭାବେ ନ ପାଳି ଆନ୍ଦୋଳନରେ ପରିଣତ କରିବାକୁ ଆହ୍ବାନ ଦେଇଛନ୍ତି।

Egypt The Octagon: ଇଜିପ୍ଟର ଦି ଅକ୍ଟାଗନ୍‌

ବିଧାୟକ ଶ୍ରୀ ମହାନ୍ତି କହିଥିଲେ ଯେ ଆମ ପରିବେଶ ଏବେ ବିପଦରେ। ବର୍ତ୍ତମାନ ବନମହୋତ୍ସବ ଚାଲିଛି। ଲକ୍ଷ୍ୟ ଅଧିକରୁ ଅଧିକ ଗଛ ଲଗାଇବା। କିନ୍ତୁ ଆମେ ଗଛ କାଟି ଚାଲିଛୁ, କିନ୍ତୁ ସେହି ଅନୁସାରେ ଗଛ ଲଗାଉ ନାହୁଁ। ସରକାରୀ ଗଛ ପରିବେଶକୁ ବଞ୍ଚାଇ ପାରିବ ନାହିଁ। ଏଥିପାଇଁ ସମସ୍ତଙ୍କୁ ଆଗେଇ ଆସିବାକୁ ପଡ଼ିବ। ସାମୂହିକ ଉଦ୍ୟମ ହିଁ ପରିବେଶକୁ ସୁରକ୍ଷିତ ରଖିପାରିବ। ‘ସମ୍ବାଦ’ ପକ୍ଷରୁ ଆରମ୍ଭ ହୋଇଥିବା ପରିବେଶ ପଞ୍ଚାୟତ ପରି ପ୍ରତି ଗାଁରେ ପରିବେଶ ପଞ୍ଚାୟତ ଆୟୋଜନ କରିବାକୁ ସେ ପାଳଲହଡ଼ାବାସୀଙ୍କୁ ଅନୁରୋଧ କରିଥିଲେ। ଏଥିପାଇଁ ଯାହା ସାହାଯ୍ୟ, ସହଯୋଗର ଆବଶ୍ୟକତା ରହିଛି ତାହା ସେ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ମୁଖ୍ୟବକ୍ତା ପାଳଲହଡ଼ା ଉପଜିଲ୍ଲାପାଳ ରବୀନ୍ଦ୍ର କୁମାର ପଟେଲ କହିଲେ, ପରିବେଶ ପ୍ରଦୂଷଣ ଏବେ ଆଉ କୌଣସି ଅଞ୍ଚଳର ସମସ୍ୟା ହୋଇ ରହିନି। ସାରା ବିଶ୍ବରେ ଏହାକୁ ନେଇ ଉଦ୍‌ବେଗ ପ୍ରକାଶ ପାଇଲାଣି। ଜଳବାୟୁ ପରିବର୍ତ୍ତନ ସହ ବିଶ୍ବର ତାପମାତ୍ରା ବଢ଼ୁଛି।

ଏଥିପାଇଁ ଅନେକ ଅଘଟଣ ହେଲାଣି। ଏହାକୁ ଦୃଷ୍ଟିରେ ରଖି ଜଳ ପ୍ରଦୂଷଣ, ବାୟୁ ପ୍ରଦୂଷଣ, ମୃତ୍ତିକା ପ୍ରଦୂଷଣ କମାଇବାକୁ ପଡ଼ିବ। ବ୍ୟାପକ ବୃକ୍ଷରୋପଣ ସହ ଲୋକଙ୍କୁ ଏ ସଂପର୍କରେ ସଚେତନ କରାଇବାକୁ ପଡ଼ିବ। ସମ୍ମାନିତ ଅତିଥି ଢେଙ୍କାନାଳ ସାଂସଦଙ୍କ ପାଳଲହଡ଼ା ପ୍ରତିନିଧି ଲିଙ୍ଗରାଜ ଦାଶ କହିଥିଲେ, ଠାକୁରଙ୍କ ପାଖରେ ବେଲପତ୍ର ଲାଗିଥାଏ। ହେଲେ ଏବେ ଠାକୁରଙ୍କ ପୂଜା ପାଇଁ ପତ୍ର ମଧ୍ୟ ମିଳୁନି। ଏମିତି ଅସନ୍ତୁଳିତ ପରିବେଶ ପାଇଁ ଆମେ ମଣିଷ ହିଁ ଦାୟୀ। ପରିସ୍ଥିତି ଆହୁରି ବିଗିଡ଼ିବା ଆଗରୁ ଆମକୁ ସଜାଗ ହେବାକୁ ପଡ଼ିବ। ବରିଷ୍ଠ ଆଇନଜୀବୀ ତନ୍ମୟ କୁମାର ସାହୁ କହିଥିଲେ, ପରିବେଶ ପାଇଁ ଆମେ ଚିନ୍ତା ନ କଲେ ଆମ ପାଇଁ ପରିବେଶ ଚିନ୍ତା କରିବନି। ପରିବେଶକୁ ଆମେ କ୍ଷତି ପହଞ୍ଚାଇଲେ, ନିଜେ ହିଁ କ୍ଷତିରେ ପଡ଼ିବା। ପାଳଲହଡ଼ାର ସବୁଜିମା, ଘଞ୍ଚ ଜଙ୍ଗଲକୁ ସୁରକ୍ଷା ଦେବା ପାଇଁ ସେ ସମବେତ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ। 

UPSC: ବାପା ଥିଲେ ଆଇଏଏସ୍‌ ଅଧିକାରୀ; ଇତିହାସ ପଢ଼ି ପୁଅ ହେଲେ ଆଇପିଏସ୍‌

ପ୍ରାରମ୍ଭରେ ‘ସମ୍ବାଦ’ ଅନୁଗୋଳ ଜିଲ୍ଲା ପ୍ରତିନିଧି ପତିତପାବନ ସାହୁ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସଂପର୍କରେ ସୂଚନା ଦେଇଥିଲେ। ପାଳଲହଡ଼ା ପ୍ରତିନିଧି ରଘୁନନ୍ଦନ ଆଚାର୍ଯ୍ୟ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ‘କନକ ନ୍ୟୁଜ୍‌’ ବ୍ୟୁ‌ରୋ ମୁଖ୍ୟ କପିଳେନ୍ଦ୍ର ପ୍ରଧାନ ବୈଠକରେ ହୋଇଥିବା ନିଷ୍ପତ୍ତି ଉପରେ ଆଲୋଚନା କରିଥିଲେ। ଖମାର ପ୍ରତିନିଧି ଭୀଷ୍ମ ଗଡ଼ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.