Pakistan Forces: ପିଓକେରେ ନିର୍ବାଚନ ଦିନ ରକ୍ତପାତ, ସୁରକ୍ଷା ବାହିନୀର ଗୁଳିମାଡ଼ରେ ୨୦ ମୃତ

6 days ago 4
ARTICLE AD BOX

ଇସଲାମାବାଦ: ପାକ୍‌ ଅଧିକୃତ କାଶ୍ମୀର (ପିଓକେ) ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ଦିନ ସୋମବାର ବ୍ୟାପକ ହିଂସାକାଣ୍ଡ ଘଟିଛି। ରାୱଲାକୋଟ ସମେତ ବିଭିନ୍ନ ଅଞ୍ଚଳରେ ନିର୍ବାଚନ ବର୍ଜନ ଆହ୍ବାନ ଦେଇଥିବା ଜଏଣ୍ଟ୍‌ ଆୱାମୀ ଆକ୍ସନ୍‌ କମିଟି (ଜେଏଏସି)ର ପଦଯାତ୍ରା ଉପରେ ପାକିସ୍ତାନ ସୁରକ୍ଷା ବାହିନୀ ଗୁଳିଚାଳନା କରିଥିବା ଅଭିଯୋଗ ହୋଇଛି। ଜେଏଏସି ଦାବି କରିଛି ଯେ, ଏହି ଗୁଳିମାଡ଼ରେ ଅତି କମ୍‌ରେ ୨୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଅନେକ ଆହତଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ମୃତକଙ୍କ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି।

ବର୍ଷାରେ ଜନଜୀବନ ପ୍ରଭାବିତ; ତମ୍ବୁ ତଳେ ଆଶ୍ରୟ ନେଲେ ୧୪ ପରିବାର

ଜେଏଏସି ପକ୍ଷରୁ କୁହାଯାଇଛି ଯେ, ରାୱଲାକୋଟ ସହରରେ ପ୍ରବେଶ କରୁଥିବା ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରା ଉପରେ ସୁରକ୍ଷା ବାହିନୀ ଗୁଳି ଓ ଲୁହବୁହା ଗ୍ୟାସ ପ୍ରୟୋଗ କରିଥିଲା। ସଂଗଠନ ଦାବି କରିଛି ଯେ, ୧୯ ଜଣ ମୃତକଙ୍କ ପରିଚୟ ସ୍ପଷ୍ଟ ହୋଇଥିବା ବେଳେ ମୁଣ୍ଡରେ ଗୁଳି ଲାଗିଥିବା ଆଉ ଜଣେ ମୃତକଙ୍କ ପରିଚୟ ମିଳିନାହିଁ। ସଂଗଠନ ଆନ୍ତର୍ଜାତିକ ସମୁଦାୟ ଓ ଗଣମାଧ୍ୟମକୁ ଘଟଣାର ସ୍ୱାଧୀନ ତଦନ୍ତ ଦାବି କରିଛି। ଅନ୍ୟପଟେ ପିଓକେ ପୁଲିସ ସମ୍ପୂର୍ଣ୍ଣ ଭିନ୍ନ ଦାବି କରିଛି। ପୁଲିସ କହିଛି, ନିଷିଦ୍ଧ ଘୋଷିତ ଜେଏଏସିର କର୍ମୀମାନେ ବଳପୂର୍ବକ ରାୱଲାକୋଟ ସହରରେ ପ୍ରବେଶ କରିବା ସହ ସୁରକ୍ଷାକର୍ମୀଙ୍କ ଉପରେ ଗୁଳିଚାଳନା କରିଥିଲେ। ଏହା ପରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇଥିଲା। ତେବେ ସରକାରୀ ପକ୍ଷରୁ ମୃତକଙ୍କ ସଂଖ୍ୟା ସମ୍ପର୍କରେ ବିସ୍ତୃତ ସୂଚନା ଦିଆଯାଇନାହିଁ।

ଗତ କିଛି ସପ୍ତାହ ଧରି ପିଓକେରେ ଜେଏଏସି ନେତୃତ୍ୱରେ ନିର୍ବାଚନ ବର୍ଜନ ଓ ବିଭିନ୍ନ ଦାବିକୁ ନେଇ ଆନ୍ଦୋଳନ ଚାଲିଆସୁଛି। ଏହି ଅଶାନ୍ତି ଯୋଗୁ ଦୁଇଟି ଜିଲ୍ଲାରେ ନିର୍ବାଚନ ମଧ୍ୟ ସ୍ଥଗିତ ରଖାଯାଇଛି। ନିର୍ବାଚନ ପୂର୍ବରୁ ହୋଇଥିବା ସଂଘର୍ଷରେ ମଧ୍ୟ ଅନେକ ଲୋକଙ୍କ ମୃତ୍ୟୁ ଘଟିଥିଲା ଏବଂ ମାନବାଧିକାର ସ୍ଥିତିକୁ ନେଇ ଉଦ୍‌ବେଗ ପ୍ରକାଶ ପାଇଥିଲା। ଭାରତ ସରକାର ପୂର୍ବରୁ କହିଆସୁଛନ୍ତି ଯେ, ପାକ୍‌ ଅଧିକୃତ କାଶ୍ମୀର ଭାରତର ଅବିଚ୍ଛିନ୍ନ ଅଂଶ ଯେଉଁଠାରେ ପାକିସ୍ତାନର ଦମନମୂଳକ ନୀତି ଓ ପ୍ରଶାସନିକ ବିଫଳତା ଯୋଗୁ ସାଧାରଣ ଲୋକଙ୍କ ଅସନ୍ତୋଷ ବଢ଼ିଚାଲିଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.