Pakistan-China: ପାକିସ୍ତାନ-ଚୀନ୍‌ ବାଉଣ୍ଡାରି କମିସନ୍‌କୁ ଭାରତର ପ୍ରତ୍ୟାଖ୍ୟାନ

1 day ago 2
ARTICLE AD BOX

ନୂଆଦିଲ୍ଲୀ: ପାକିସ୍ତାନଚୀନ୍‌ ପକ୍ଷରୁ ବାଉଣ୍ଡାରି ଜଏଣ୍ଟ କମିସନ୍‌କୁ ଭାରତ କଡ଼ା ବିରୋଧ କରିଛି। ଏହି କମିସନ୍‌ର କୌଣସି ଆଇନଗତ ଆଧାର ନାହିଁ ବୋଲି ବୁଧବାର ବିଦେଶ ବ୍ୟାପାର ମନ୍ତ୍ରାଳୟ କହିଛି। ପାକିସ୍ତାନ ଓ ଚୀନ୍‌ ମଧ୍ୟରେ କୌଣସି ସୀମା ନାହିଁ ବୋଲି ମନ୍ତ୍ରାଳୟ ସ୍ପଷ୍ଟ କରିଛି।

ବିଦେଶ ବ୍ୟାପାର ମନ୍ତ୍ରାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି, ଭାରତର ଆଭିମୁଖ୍ୟ ସ୍ପଷ୍ଟ ଓ ଅପରିବର୍ତ୍ତିତ। ତଥାକଥିତ ଜଏଣ୍ଟ କମିସନ୍‌ର କୌଣସି ଆଇନଗତ ଆଧାର ନ ଥିବାରୁ ଭାରତ ଏହାକୁ ପ୍ରତ୍ୟାଖ୍ୟାନ କରୁଛି। ଜମ୍ମୁ-କାଶ୍ମୀର ଓ ଲଦାଖର ସମଗ୍ର ଅଞ୍ଚଳ ଭାରତର ଅବିଚ୍ଛେଦ୍ୟ ଓ ଅବିଭାଜ୍ୟ ଅଂଶ ଥିଲା, ରହିଛି ଓ ରହିବ ବୋଲି ସେ କହିଛନ୍ତି। ୧୯୬୩ର ତଥାକଥିତ ଚୀନ୍‌-ପାକିସ୍ତାନ ବାଉଣ୍ଡାରି ଏଗ୍ରିମେଣ୍ଟକୁ ଭାରତ କେବେ ସ୍ୱୀକୃତି ଦେଇନାହିଁ। ଭାରତ ଏହାକୁ ବେଆଇନ ଓ ଅବୈଧ ବୋଲି କହିଆସିଛି। ଏହି ଚୁକ୍ତି ମାଧ୍ୟମରେ ପାକିସ୍ତାନ ଭାରତୀୟ ଅଞ୍ଚଳର କିଛି ଅଂଶ ଚୀନ୍‌କୁ ଦେଇଥିବା ଭାରତର ଅଭିଯୋଗ ରହିଛି। ତେଣୁ ଏହି ଅଞ୍ଚଳଗୁଡ଼ିକର ସ୍ଥିତି ବଦଳାଇବା କିମ୍ବା ବେଆଇନ ଦଖଲକୁ ବୈଧତା ଦେବାର ଯେକୌଣସି ପ୍ରୟାସକୁ ଭାରତ ବିରୋଧ କରୁଛି। ଏହା ପୂର୍ବରୁ ପାକିସ୍ତାନ ଘୋଷଣା କରିଥିଲା ଯେ, ବାଉଣ୍ଡାରି ଜଏଣ୍ଟ କମିସନ୍‌ର ପ୍ରଥମ ବୈଠକ ଇସ୍‌ଲାମାବାଦରେ ହୋଇଛି। ସୀମା ପରିଚାଳନା, ମିଳିତ ସୀମା ସର୍ବେକ୍ଷଣ, ବାଣିଜ୍ୟ ଓ ଲୋକଙ୍କ ମଧ୍ୟରେ ଯୋଗାଯୋଗ ବଢ଼ାଇବା ଏହାର ଉଦ୍ଦେଶ୍ୟ ବୋଲି ପାକିସ୍ତାନ କହିଛି। ତେବେ ଭାରତ ଏଭଳି ସହଯୋଗକୁ ସମ୍ପୂର୍ଣ୍ଣ ଅଗ୍ରହଣୀୟ ବୋଲି କହିବା ସହ ପାକିସ୍ତାନକୁ ଭାରତୀୟ ଅଞ୍ଚଳରୁ ତୁରନ୍ତ ଅବୈଧ ଦଖଲ ହଟାଇବାକୁ ଆହ୍ୱାନ ଦେଇଛି।

ଭୋକ ବିକଳରେ ବିଷପିଇ ଜୀବନ ହାରିଲେ ଆଦିବାସୀ ଯୁବକ

Read Entire Article
LEFT SIDEBAR AD

Hidden in mobile, Best for skyscrapers.