Pakistan captain Fatima Sana: ଟ୍ବେଣ୍ଟି-୨୦ରେ ପ୍ରେମାଙ୍କ ନୂଆ ବିଶ୍ବ ରେକର୍ଡ

1 week ago 4
ARTICLE AD BOX

ପୁଣେ: ଭାରତୀୟ ସ୍ପିନର ପ୍ରେମା ରାୱତ ମହିଳା ଟ୍ବେଣ୍ଟି-୨୦କ୍ରିକେଟ୍‌ରେ ନୂଆ ବିଶ୍ବ ରେକର୍ଡ କରି ପାକିସ୍ତାନ ବ୍ୟାଟର୍‌ଙ୍କୁ ପଛରେ ପକାଇ ଦେଇଛନ୍ତି। ସଂପ୍ରତି ଚାଲିଥିବା ଭାରତର ଘରୋଇ ପ୍ରତିଯୋଗିତା ବରିଷ୍ଠ ମହିଳା ଟ୍ବେଣ୍ଟି-୨୦ ଟ୍ରଫି ଏଲିଟ୍‌ ମ୍ୟାଚ୍‌ରେ ହାଇଦ୍ରାବାଦ ବିପକ୍ଷରେ ଉତ୍ତରାଖଣ୍ଡରୁ ଖେଳୁଥିବା ୨୪ ବର୍ଷୀୟ ପ୍ରେମା ୧୪ ବଲ୍‌ରୁ ଅର୍ଦ୍ଧଶତକ ଅର୍ଜନ କରିଛନ୍ତି। ଏଥିସହ ସେ ପାକିସ୍ତାନ ଅଧିନାୟକ ଫତିମା ସାନା (୧୫ ବଲ୍‌)ଙ୍କ ନାଁରେ ଥିବା ଦ୍ରୁତତମ ଟ୍ବେଣ୍ଟି-୨୦ ଅର୍ଦ୍ଧଶତକ ରେକର୍ଡକୁ ଭାଙ୍ଗିଛନ୍ତି। ଅନ୍ତର୍ଜାତୀୟ ଟ୍ବେଣ୍ଟି-୨୦ରେ ଏହି ରେକର୍ଡ ଫତିମା ନାଁରେ କିନ୍ତୁ ଅତୁଟ ରହିଛି।

ପ୍ରେମାଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର 

ଫତିମା ଚଳିତ ବର୍ଷ ମେ ମାସରେ କରାଚିରେ ଜିମ୍ବାୱେ ବିପକ୍ଷରେ ଏହି ରେକର୍ଡ କରିଥିଲେ। ପୂର୍ବରୁ ଅନ୍ତର୍ଜାତୀୟରେ ୧୮ ବଲ୍‌ରେ ଅର୍ଦ୍ଧଶତକ ରେକର୍ଡ ଯୁଗ୍ମଭାବେ ନ୍ୟୁଜିଲାଣ୍ଡର ସୋଫି ଡିଭାଇନ୍‌, ଅଷ୍ଟ୍ରେଲିଆର ଫୋଏବେ ଲିଚ୍‌ଫିଲ୍ଡ ଓ ଭାରତର ରିଚା ଘୋଷଙ୍କ ନାଁରେ ଥିଲା। ପ୍ରେମାଙ୍କ ଏହି ୧୪ ବଲ୍‌ରୁ ଅପରାଜିତ ୫୦ ରନ୍‌ରେ ୬ ଚୌକା ଓ ୪ ଛକା ସାମିଲ ଥିଲା। ୩୫୭.୧୪ ଷ୍ଟ୍ରାଇକ୍‌ରେଟ୍‌ରେ ରନ୍‌ ସଂଗ୍ରହ କରିବା ସହ ୧୨ ରନ୍‌ରେ ୨ ୱିକେଟ୍‌ ନେଇଥିବା ପ୍ରେମାଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା।

ନେପାଳରେ ବଡ଼ ଦୁର୍ଘଟଣା: ଅବତରଣ ସମୟରେ ୨ ହେଲିକପ୍ଟର ଧକ୍କା, ଭାରତୀୟ ନାଗରିକଙ୍କ ମୃତ୍ୟୁ

Read Entire Article
LEFT SIDEBAR AD

Hidden in mobile, Best for skyscrapers.