Most-Wanted Drug Peddler ମୋଷ୍ଟ ୱାଣ୍ଟେଡ଼ ନିଶା ବେପାରୀ ସୂର୍ଯ୍ୟ ଗିରଫ, ୧୧ଲକ୍ଷଟଙ୍କାର ବ୍ରାଉନ୍‌ସୁଗାର ଜବତ

1 hour ago 3
ARTICLE AD BOX

ଜଗତସିଂହପୁର: ଜଗତସିଂହପୁର ଅବକାରୀ ଭ୍ରାମ୍ୟମାଣ ୟୁନିଟ୍‌ ପକ୍ଷରୁ ଚଢ଼ାଉ କରାଯାଇ ବିରିଡି ଥାନା ସରାଇକଣା ଗାଁରୁ ଜଣାଶୁଣା ନିଶାବେପାରୀ ଜେନାମଣି ସୂର୍ଯ୍ୟମାଧବ କେଶରୀ ବଳବନ୍ତରାୟ ଓରଫ ସୂର୍ଯ୍ୟ(୩୭)କୁ ଗିରଫ କରିଛି। ସୂର୍ଯ୍ୟ ନିକଟରୁ ୧୦୩ ଗ୍ରାମ ବ୍ରାଉନ୍‌ସୁଗାର ସହ ଏକ ମୋଟରସାଇକଲ ଓ ୪୧ହଜାର ଟଙ୍କା ନଗଦ ଜବତ କରାଯାଇଛି। ଜବତ ବ୍ରାଉନ୍‌ସୁଗାରର ମୂଲ୍ୟ ପ୍ରାୟ ୧୧ଲକ୍ଷ ଟଙ୍କା ହେବ। 

Brown sugar: ବସ୍ତିରେ ବ୍ରାଉନ୍‌ସୁଗାର ବେପାରର ଚେର: କାମ କରୁନି ବସ୍ତି ମିତ୍ର ଯୋଜନା, ପ୍ରତିଦିନ ୮-୧୦କେଜି କାରବାର
ସୂଚନାଯୋଗ୍ଯ, ଏକ ଗୁଇନ୍ଦା ଖବରକୁ ଭିତ୍ତି କରି ସୂର୍ଯ୍ୟଙ୍କ ସର୍ମ୍ପକରେ ତଥ୍ଯ ବାହାର କରିଥିଲେ ସବ୍-ଇନ୍ସପେକ୍ଟର ଭାଗ୍ୟଲକ୍ଷ୍ମୀ ଦଳାଇ। ଆଜି,  ଗ୍ରାହକଙ୍କୁ ବିକ୍ରି କରିବାକୁ ବ୍ରାଉନ୍‌ସୁଗାର ନେଇ ଯାଉଥିବା ସୂଚନା ପାଇବା ପରେ ସକାଳ ସମୟରେ ଇନ୍ସପେକ୍ଟର ପ୍ରଭାସ କୁମାର ଚୌଧୁରୀଙ୍କ ନେତୃତ୍ବରେ ଜଗତସିଂହପୁର ଅବକାରୀ ଭ୍ରାମ୍ୟମାଣ ସଂସ୍ଥାର ସବ୍-ଇନ୍ସପେକ୍ଟର ଭାଗ୍ୟଲକ୍ଷ୍ମୀ ଦଳାଇ, ଏଏସ୍ଆଇ କ୍ଷୀରୋଦ କୁମାର  ସାହୁ, କନଷ୍ଟେବଳ ବିଶ୍ବନାଥ ମୁଣ୍ଡା, ଶୁଭଶ୍ରୀ ବିଶ୍ବାଳ, ସୁକାନ୍ତ ମାଝୀ, ବିଶ୍ବରଞ୍ଜନ ସ୍ବାଇଁଙ୍କୁ ନେଇ ଏକ ଟିମ ଗଠନ ହୋଇଥିଲା। 

Brown Sugar : କୁଆଖିଆରେ ୨୦ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ: ୨ ଗିରଫ; ୫ଟି ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ୍
ସରାଇକଣା ଗ୍ରାମର ରାଧାକୃଷ୍ଣ ମନ୍ଦିରଠାରେ ବ୍ରାଉନ୍‌ସୁଗାର ବିକ୍ରି କରିବାପାଇଁ ଅପେକ୍ଷା କରିଥିବାବେଳେ ଗ୍ରାହକ ବେଶରେ ଅବକାରୀ ବିଭାଗର କର୍ମଚାରୀମାନେ ଅଭିଯୁକ୍ତଙ୍କୁ କାବୁ କରିନେଇଥିଲେ। ଅଭିଯୁକ୍ତଙ୍କ ବିରୁଦ୍ଧରେ ଏନ୍ ଡି ପି ଏସ୍ ଆକ୍ଟ ୧୯୮୫ ନଂ ୨୦୯୵୨୦୨୬-୨୭ ରେ ମାମଲା ରୁଜ୍ଜୁ କରାଯାଇ ଜିଲ୍ଲା ଦୌରାଜଜ ଜଗତସିଂହପୁରଙ୍କ ନିକଟରେ ହାଜର କରାଯାଇଥିବା ବେଳେ ଅଭିଯୁକ୍ତଙ୍କ ଜାମିନ ନାମଞ୍ଜୁର କରି ୧୪ଦିନିଆ ବିଚାର ବିଭାଗୀୟ ହାଜତ୍ କୁ ପଠାଯାଇଛି। ଅଭିଯୁକ୍ତଙ୍କ ନାମରେ ପୂର୍ବରୁ ଅବକାରୀ ବିଭାଗରେ ବହୁ ମାମଲା ଥିବାର ଜଣା ପଡିଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.