Pakistan Army spokesperson: କାଫେରଙ୍କ ସହ ବନ୍ଧୁତା କରନାହିଁ’: ପାକ୍‌ ସେନା ମୁଖପାତ୍ରଙ୍କ ବିବାଦୀୟ ମନ୍ତବ୍ୟ

1 hour ago 1
ARTICLE AD BOX

ଇସଲାମାବାଦ: ପାକିସ୍ତାନ ସେନାର ମୁଖପାତ୍ର ତଥା ଇଣ୍ଟର୍‌-ସର୍ଭିସେସ୍‌ ପବ୍ଲିକ୍‌ ରିଲେସନ୍ସର ମହାନିର୍ଦ୍ଦେଶକ ଲେଫ୍ଟନାଣ୍ଟ ଜେନେରାଲ ଅହମଦ ସରିଫ ଚୌଧୁରୀ ଧାର୍ମିକ ଅସହିଷ୍ଣୁତାମୂଳକ ମନ୍ତବ୍ୟ ଦେବା ସହ ଭାରତ ବିରୋଧରେ ପୁଣି ଆତଙ୍କବାଦ ସମ୍ପର୍କିତ ଅଭିଯୋଗ ଆଣିଛନ୍ତି। ତାଙ୍କ ଭାଷଣର ଏକ ଭିଡିଓ ରବିବାରଠାରୁ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହେବା ପରେ ତାହାକୁ ନେଇ ବିବାଦ ସୃଷ୍ଟି ହୋଇଛି। ତେବେ ଏହି ଭାଷଣ କେଉଁ ସ୍ଥାନରେ ଓ କେଉଁ ତାରିଖରେ ଦିଆଯାଇଥିଲା, ତାହା ପାକିସ୍ତାନ ସେନା ପକ୍ଷରୁ ସ୍ପଷ୍ଟ କରାଯାଇନାହିଁ।

ଆହୁରି ପଢନ୍ତୁ :police constable death ଲାଲ ରଙ୍ଗର କାର ଭିତରୁ ମିଳିଲା ପୁଲିସ କନଷ୍ଟେବଳଙ୍କ ମୃତଦେହ

ଭିଡିଓରେ ଲେଫ୍ଟନାଣ୍ଟ ଜେନେରାଲ ଚୌଧୁରୀ କହୁଛନ୍ତି, ବିଶ୍ବାସୀ (ମୁସଲମାନ)ଙ୍କୁ ଛାଡ଼ି କାଫେର ବା ଅଣମୁସଲମାନଙ୍କ ସହ ବନ୍ଧୁତା କରନାହିଁ। ଏପରି କରିବାରେ ସମସ୍ୟା ରହିଛି। ତା’ହେଲେ ତୁମେ ମୁସଲମାନଙ୍କ ମଧ୍ୟରେ ଗଣାହେବ ନାହିଁ। ଜଣେ ଉଚ୍ଚପଦସ୍ଥ ସେନା ଅଧିକାରୀଙ୍କ ଏପରି ମନ୍ତବ୍ୟ ପାକିସ୍ତାନର ଧାର୍ମିକ ସଂଖ୍ୟାଲଘୁଙ୍କ ପ୍ରତି ବିଦ୍ବେଷ ବଢ଼ାଇପାରେ ବୋଲି ସମାଲୋଚକମାନେ ଆଶଙ୍କା ପ୍ରକାଶ କରିଛନ୍ତି। ଚୌଧୁରୀ ଭାରତ ସହ ଆଫଗାନିସ୍ତାନର ବୃଦ୍ଧି ପାଉଥିବା ସମ୍ପର୍କକୁ ମଧ୍ୟ ଆକ୍ଷେପ କରିଛନ୍ତି।

ଆହୁରି ପଢନ୍ତୁ :Odisha Floods 2026 ଓଡ଼ିଶା ବନ୍ୟା: ପ୍ରଥମ ଚରଣ‌ରେ ମୁଖ୍ୟମନ୍ତ୍ରୀଙ୍କ ୧୧୦ କୋଟିର ସହାୟତା ପ୍ୟାକେଜ୍‌

 ଆଫଗାନମାନେ ସେମାନଙ୍କ ଡିଏନ୍‌ଏ ଭାରତୀୟଙ୍କ ସହ ସମାନ ବୋଲି କହୁଛନ୍ତି। ଯଦି ତାହା ସତ୍ୟ, ତେବେ ଆଫଗାନମାନେ କିପରି ମୁସଲମାନ ହୋଇପାରିବେ ବୋଲି ସେ ପ୍ରଶ୍ନ କରିଛନ୍ତି। ଆଫଗାନ ଶାସନ ଓ ତେହରିକ୍‌-ଏ-ତାଲିବାନ ପାକିସ୍ତାନର ମୁଖ୍ୟ ଅସ୍ତ୍ର ହେଉଛି ଆତଙ୍କବାଦ ଏବଂ ସେମାନେ ଆତଙ୍କବାଦ ଜରିଆରେ ନିଜ ଅର୍ଥନୀତି, ସରକାର ଓ କୂଟନୈତିକ ବ୍ୟବସ୍ଥା ଚଳାଉଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ବଲୁଚିସ୍ତାନରେ ଚାଲିଥିବା ବିଦ୍ରୋହ ପଛରେ ଭାରତ ସମେତ ‘ବାହ୍ୟ ଶକ୍ତି’ ରହିଥିବା ଚୌଧୁରୀ ପ୍ରମାଣ ନ ଦେଇ ଅଭିଯୋଗ କରିଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.