Onion: ପିଆଜ ପୁଣି ଉପରମୁହାଁ: ୬୦ରୁ ୭୦ ଟଙ୍କା ଛୁଇଁଲାଣି, ଦର ନିୟନ୍ତ୍ରଣରେ ସରକାର ବିଫଳ

1 week ago 6
ARTICLE AD BOX

ଭୁବନେଶ୍ବର: ବଜାରରେ ପିଆଜ ଦର ପୁଣି ଉପରମୁହାଁ ହୋଇଛି। ରାଜଧାନୀରେ ପିଆଜ ଖୁଚୁରା ଦର କିଲୋଗ୍ରାମ୍‌ ପିଛା ୫ ଟଙ୍କା ବୃଦ୍ଧି ପାଇ ୬୦ ଟଙ୍କାରେ ପହଞ୍ଚିଛି। ଏହା ଖାଉଟିଙ୍କ ଚିନ୍ତା ବଢ଼ାଇ ଦେଇଛି। କୁବେରପୁରୀ ପାଇକାରୀ ବଜାରରେ ପିଆଜ ଦର ପୂର୍ବରୁ ୨୦ରୁ ୨୨ ଟଙ୍କାରେ ବିକ୍ରି ହେଉଥିଲା। ଏବେ ଏହା ୩୮ରୁ ୪୨ ଟଙ୍କା ମଧ୍ୟରେ ବିକ୍ରି ହେଉଛି। ପାଇକାରୀ ଦର ଯାହା ରହିଛି ସେହି ଅନୁସାରେ ଖୁଚୁରା ଦର କୌଣସି ପରିସ୍ଥିତିରେ ୫୦ ଟଙ୍କାରୁ ଅଧିକ ରହିବା ଉଚିତ ନୁହେଁ। କିନ୍ତୁ ଖୁଚୁରା ଦର ନିୟନ୍ତ୍ରଣରେ ନାହିଁ। ‌କେତେକ ଦୋକାନରେ ପିଆଜ କିଲୋଗ୍ରାମ୍‌ ପିଛା ୬୦ ଟଙ୍କାରେ ଏବଂ ଆଉ କେତେକ ଦୋକାନରେ ୭୦ ଟଙ୍କାରେ ବିକ୍ରି ହେଉଛି। ଅର୍ଥାତ୍‌ କେତେକ ସ୍ଥାନରେ ପାଇକାରୀ ଓ ଖୁଚୁରା ଦର ମଧ୍ୟରେ ପାର୍ଥକ୍ୟ ୨୮ ଟଙ୍କା ପାଖାପାଖି ରହୁଛି। ପିଆଜ ଦର ଉପରେ ସରକାର ନିୟନ୍ତ୍ରଣ  ହରାଇଥିବା ଭଳି ମନେ ହେଉଛି। ସରକାର ଓ ପ୍ରଶାସନ ତୁରନ୍ତ ତତ୍ପରତା ପ୍ରକାଶ କରି ଖାଉଟିଙ୍କୁ ସୁରକ୍ଷା ଦେବାର ଆବଶ୍ୟକତା ରହିଛି ବୋଲି ସଚେତନ ଖାଉଟିମାନେ ମତ ଦେଇଛନ୍ତି।
କୁବେରପୁରୀ ବ୍ୟବସାୟୀ ସଂଘ ସମ୍ପାଦକ ଶକ୍ତିଶଙ୍କର ମିଶ୍ରଙ୍କ କହିବାନୁଯାୟୀ, ବେଙ୍ଗାଲୁରୁ ପିଆଜ ଆସିଲେ ଦର କମିବ। କିନ୍ତୁ ଏଥର ବେଙ୍ଗାଲୁରୁରେ ପିଆଜ ନଷ୍ଟ ହୋଇଯାଇଛି। 

Competition: ଜିଲ୍ଲାରେ ୨୯୯୬ ପ୍ରତିଯୋଗୀ: ନବରଙ୍ଗପୁରରେ ସର୍ବାଧିକ ୭୪୪ ପ୍ରତିଯୋଗୀ

ପାଇକାରୀ ଓ ଖୁଚୁରା ଦର ଭିତରେ ୨୮ ଟଙ୍କା ପାର୍ଥକ୍ୟ
ଦର ନିୟନ୍ତ୍ରଣରେ ସରକାର ବିଫଳ
ବେଙ୍ଗାଲୁରୁ ପିଆଜ ଆସିଲେ କମିପାରେ

ସେଥିପାଇଁ ଆସିବା ସମ୍ଭାବନା ମଧ୍ୟ କମ୍‌ ରହିଛି। ଯଦି ବେଙ୍ଗାଲୁରୁ ପିଆଜ ନ ଆସେ, ତାହା ହେଲେ ଖାଉଟିଙ୍କୁ ଆସନ୍ତା ଡିସେମ୍ବର ପର୍ଯ୍ୟନ୍ତ ଏଭଳି ହନ୍ତସନ୍ତ ହେବାକୁ ପଡ଼ିବ ବୋଲି ସେ ମତ ଦେଇଛନ୍ତି।   
କେବଳ ଭୁବନେଶ୍ବର କିମ୍ବା ଓଡ଼ିଶା ନୁହେଁ, ଦେଶର ବିଭିନ୍ନ ରାଜ୍ୟରେ ମଧ୍ୟ ପିଆଜ ଦର ଉପରମୁହାଁ ହୋଇଛି। ଅଗଷ୍ଟରେ ବଫର୍‌ ଷ୍ଟକ୍‌ରୁ ପିଆଜ କାଢ଼ି କେନ୍ଦ୍ର ସରକାର ନାଫେଡ୍‌ ଓ ଏନ୍‌ସିସିଏଫ୍‌ ଜରିଆରେ କିଲୋଗ୍ରାମ୍‌ ପିଛା ୩୫ ଟଙ୍କାରେ ବିକ୍ରି କରୁଛନ୍ତି। ଦେଶର ୧୭ଟି ସହରରେ ବର୍ତ୍ତମାନ ସୁଦ୍ଧା ପ୍ରାୟ ୪ ହଜାର ଟନ୍‌ ପିଆଜ ରିହାତି ଦରରେ ବିକା ଗଲାଣି। ‘କାନ୍ଦା ଏକ୍ସପ୍ରେସ୍‌’ ଜରିଆରେ ସରକାର ଦିଲ୍ଲୀ ଓ ଚେନ୍ନାଇ ଭଳି ସହରକୁ ପିଆଜ ପଠାଇଛନ୍ତି। ଏହାକୁ ସପ୍ତାହେରୁ ଅଧିକ ସମୟ ବିତିଥିଲେ ମଧ୍ୟ ଦେଶରେ ପିଆଜର ବର୍ଦ୍ଧିତ ଦରରୁ ଖାଉଟିଙ୍କୁ ଆଶ୍ବସ୍ତି ମିଳିପାରିନାହିଁ। ସର୍ବଭାରତୀୟ ସ୍ତରରେ ପିଆଜର ହାରାହାରି ଖୁଚୁରା ଦର କିଲୋଗ୍ରାମ୍‌ ପିଛା ୪୮ ଟଙ୍କା ୫୦ ପଇସାରୁ ୫୦ ଟଙ୍କା ୭୯ ପଇସାକୁ ବୃଦ୍ଧି ପାଇଛି ବୋଲି କେନ୍ଦ୍ର ସରକାରଙ୍କ ଖାଉଟି ବ୍ୟାପାର ମନ୍ତ୍ରାଳୟ ତଥ୍ୟରୁ ଜଣାଯାଇଛି। ସୂଚନା ଅନୁଯାୟୀ ସେପ୍ଟେମ୍ବର ୫ ତାରିଖରେ ଦିଲ୍ଲୀରେ ପିଆଜ ଦର ୫୮ ଟଙ୍କା ଥିବାବେଳେ ମୁମ୍ବାଇରେ ୫୩ ଟଙ୍କା, ଚେନ୍ନାଇରେ ୬୩ ଟଙ୍କା ଏବଂ ରାଞ୍ଚିରେ ୪୦ ଟଙ୍କା ରହିଥିଲା। ହାରାହାରି ପାଇକାରୀ ଦର ୪୨ ଟଙ୍କା ୭୯ ପଇସା ରହିଥିଲା।

Health: ପଞ୍ଜାବରେ ପ୍ରଥମ ସନ୍ଦିଗ୍ଧ ସ୍ୱାଇନ୍‌ ଫ୍ଲୁ ମୃତ୍ୟୁ, ୨୨୦ ଏଚ୍‌୧ଏନ୍‌୧ ଆକ୍ରାନ୍ତ

Read Entire Article
LEFT SIDEBAR AD

Hidden in mobile, Best for skyscrapers.