OMC Produces: ଓଏମ୍‌ସିର ୧୦.୨୬ ନିୟୁତ ଟନ୍‌ ଖଣିଜ ଉତ୍ପାଦ

3 weeks ago 12
ARTICLE AD BOX

ଭୁବନେଶ୍ବର: ଓଡ଼ିଶା ଖଣି ନିଗମ (ଓଏମ୍‌ସି) ଚଳିତ ଆର୍ଥିକ ବର୍ଷ ୨୦୨୬-୨୭ର ପ୍ରଥମ ତ୍ରୈମାସିକରେ ୧୦.୨୬ ନିୟୁତ ଟନ୍ ଖଣିଜ ପଦାର୍ଥ ଉତ୍ପାଦନ କରିଛି ଓ ୧୧.୧୯ ନିୟୁତ ଟନ୍ ଖଣିଜ ବିକ୍ରୟ କରିଛି। ଏହି ସମୟରେ କମ୍ପାନି ୯.୧୮ ନିୟୁତ ଟନ୍ ଲୁହାପଥର ଉତ୍ପାଦନ କରିଛି ଯାହା ଗତ ଆର୍ଥିକ ବର୍ଷର ସମାନ ଅବଧିର ୮.୬୬ ନିୟୁତ ଟନ୍ ତୁଳନାରେ ୬ ପ୍ରତିଶତ ଅଧିକ।

ସେହିପରି କମ୍ପାନି ୦.୪୧ ନିୟୁତ ଟନ୍ ବକ୍ସାଇଟ୍ ଓ ୦.୫୯ ନିୟୁତ ଟନ୍ କ୍ରୋମାଇଟ୍ ମଧ୍ୟ ଉତ୍ପାଦନ କରିଛି। ପ୍ରଥମ ତ୍ରୈମାସିକରେ କମ୍ପାନି ୧୦.୦୭ ନିୟୁତ ଟନ୍ ଲୁହାପଥର, ୦.୬୦ ନିୟୁତ ଟନ୍ ବକ୍ସାଇଟ୍ ଓ ୦.୪୬ ନିୟୁତ ଟନ୍ କ୍ରୋମାଇଟ୍ ବିକ୍ରି କରିଛି। ୨୦୨୫–୨୬ ଆର୍ଥିକ ବର୍ଷରେ ଓଏମ୍‌ସି ୪୪.୮୨ ନିୟୁତ ଟନ୍ ଖଣିଜ ଉତ୍ପାଦନ କରି ସର୍ବକାଳୀନ ରେକର୍ଡ ସୃଷ୍ଟି କରିଥିଲା। ସେଥିରୁ ୪୦.୦୨ ନିୟୁତ ଟନ୍ ଥିଲା ଲୁହାପଥର।

OMC: ରାଜ୍ୟ ବିକାଶର ପ୍ରମୁଖ ସ୍ତମ୍ଭ ପାଲଟିଛି ଓଏମ୍‌ସି, ୭୧ତମ ପ୍ରତିଷ୍ଠା ଦିବସ ପାଳିତ

Read Entire Article
LEFT SIDEBAR AD

Hidden in mobile, Best for skyscrapers.