ARTICLE AD BOX
ଇଲେକ୍ଟ୍ରିକ୍ ସାଇକେଲ୍ ଚଢ଼ିବାକୁ ଚାହୁଁଥିଲେ ନୂଆ ସାଇକେଲ୍ କିଣିବା ଆଉ ଜରୁରି ନୁହେଁ। ଏକ ଛୋଟ ଡିଭାଇସ୍ ବା ଉପକରଣ ଲଗାଇ ସାଧାରଣ ସାଇକେଲ୍କୁ ଇଲେକ୍ଟ୍ରିକ୍ ସାଇକେଲ୍ର ରୂପ ଦିଆଯାଇପାରିବ। ଏଭଳି ଏକ ଡିଭାଇସ୍ ହେଉଛି ‘ଆସୁସ୍ ଓକ୍ସିସ୍ ଇ୨୫୦ଜି୧’। ସିଟ୍ ତଳେ ଏହାକୁ ଖଞ୍ଜିବା ପରେ ଏଥିରେ ଲାଗିଥିବା ଡ୍ରାଇଭ୍ ରୋଲର୍ ପଛ ଟାୟାରକୁ ଘୂରାଇଥାଏ। ଏଥିରେ ରହିଛି ୨୫୦ ୱାଟ୍ର ମୋଟର୍, ୧୫୮.୪ ଵାଟ୍ଆଵାର୍ ବ୍ୟାଟେରି ଏବଂ ତିନିଟି ଆସିଷ୍ଟ୍ ମୋଡ୍ ଯଥା ଇକୋ, ନର୍ମାଲ୍ ଓ ସ୍ପୋର୍ଟ।
Horoscope 2026 September 07: ଜାଣନ୍ତୁ ଆଜିର ରାଶିଫଳ
ଆସୁସ୍ କମ୍ପାନି ଅନୁସାରେ ଇକୋ ମୋଡ୍ରେ ଏହା ପ୍ରାୟ ୫୦ କିଲୋମିଟର ପର୍ଯ୍ୟନ୍ତ ସାଇକେଲ୍ ଚଳାଇବାରେ ସହାୟକ ହୋଇଥାଏ। ସ୍ପୋର୍ଟ ମୋଡ୍ରେ ରେଞ୍ଜ୍ ପ୍ରାୟ ୧୦ କିମିକୁ କମିଯାଏ। ବ୍ୟାଟେରି ସହ ଏହି ଉପକରଣର ଓଜନ ପ୍ରାୟ ୩.୭ କିଲୋଗ୍ରାମ୍। ଏହାର ବ୍ୟାଟେରି ଚାର୍ଜ ହେବାକୁ ଦୁଇ ଘଣ୍ଟା ଲାଗିଥାଏ। ୧୬ରୁ ୨୯ ଇଞ୍ଚ୍ ଆକାରର ଚକ ସହ ଏହା କାମ କରିପାରେ। ଏହାର ବିଶେଷତ୍ତ୍ବ ହେଉଛି, ଆବଶ୍ୟକ ନଥିଲେ ଡିଭାଇସ୍ଟି ଖୋଲି ସାଇକେଲ୍କୁ ପୁଣି ସାଧାରଣ ଭାବେ ଚଳାଇହେବ।
Competition: ସମ୍ବାଦ ଓ ଆମ ଓଡ଼ିଶା ପକ୍ଷରୁ ବିଭିନ୍ନ ପ୍ରତିଯୋଗିତା: ଭଦ୍ରକ ଜିଲ୍ଲାରେ ୪୪୧୩ ପ୍ରତିଯୋଗୀ

1 week ago
8


