Office Aging Trend: ଅଫିସ୍ ଭିତରେ ଛତା-ମାସ୍କ ଲଗାଇ କାମ! ଚୀନ୍‌ର ‘ଅଫିସ୍ ଏଜିଂ’ ଟ୍ରେଣ୍ଡ ଭାଇରାଲ

1 week ago 44
ARTICLE AD BOX

ଅଫିସ୍‌ରେ ଛତା ଲଗାଇ କାମ କରୁଥିବାର ଦେଖିଛନ୍ତି କି? ନା ସେଠାରେ ବର୍ଷା ଅଛି ନା ଖରା। ତଥାପି କିଛି ଲୋକ ଏପରି କରୁଥିବାର ନଜିର ଆସିଛନ୍ତି। ଏପରି ଦୃଶ୍ୟ ଦେଖିବାକୁ ମିଳିଛି ଚୀନ୍‌ରେ। ସେଠାରେ ଅଫିସ୍‌ ଭିତରେ ଛତା ମୁହଁ‌ରେ ଛତା ଲଗାଇ କାମ କରୁଛନ୍ତି। ଏପରିକି ‌ଅନେକ କର୍ମଚାରୀଙ୍କୁ ସନସ୍କ୍ରିନ୍‌ ଲଗାଇ ଚେୟାରରେ ବସିଥିବା ଦେଖିବାକୁ ମିଳୁଛି।

ଆହୁରି ପଢ଼ନ୍ତୁ: ଏମ୍‌କେସିଜିରେ ପୁଣି ଅଗ୍ନିକାଣ୍ଡ

ସୋସିଆଲ ମିଡିଆରେ ଏହା ‘ଅଫିସ୍‌ ଏଜିଂ’ ଟ୍ରେଣ୍ଡ୍‌ ନାମରେ ଭାଇରାଲ ହେଉଛି। କର୍ମଚାରୀଙ୍କ ଧାରଣା ଯେ ଦୀର୍ଘ ସମୟ ଅଫିସରେ ରହିବା ଦ୍ବାରା ସେମାନଙ୍କ ତ୍ବଚା ଓ ଚେହେରା ଉପରେ ପ୍ରଭାବ ପଡ଼ୁଛି। ସେଥିପାଇଁ କିଛି କର୍ମଚାରୀ ଚେହେରା ଢଙ୍କା ମାସ୍କ ବ୍ୟବହାର କରୁଛନ୍ତି।  ଯାହା ଦ୍ବାରା ଅଫିସର ତାପ ଆଲୋକରୁ ଚେହେରାକୁ ସୁରକ୍ଷା ମିଳିପାରିବ। କିଛି କର୍ମଚାରୀ ସନ୍‌ ହ୍ୟାଟ୍‌ ପିନ୍ଧୁଛନ୍ତି। କିଛି ମାସ୍କ, ଦ୍ବାରା ପୂରା ଚେହେରାକୁ ଢାଙ୍କି ରଖୁଛନ୍ତି। କିଛି ଲୋକ ଅନ୍ୟ କର୍ମଚାରୀଙ୍କ ସିଗାରେଟ୍‌ ଟାଣିବାକୁ ନେଇ ମଧ୍ୟ ଚିନ୍ତା ବ୍ୟକ୍ତ କରୁଛନ୍ତି।

ଲୋକେ ସୋସିଆଲ ମିଡିଆରେ ଅଫିସ୍‌ ଯିବା ପୂର୍ବରୁ ଓ ସନ୍ଧ୍ୟାରେ ଘରକୁ ଫେରିବା ପରେ ଫଟୋ ଶେୟାର କରୁଛନ୍ତି। ଏଥିରେ ସକାଳେ ଚେହେରା ସତେଜ ଦିଶୁଛି। କିନ୍ତୁ କିଛି ଘଣ୍ଟା ପରେ ତ୍ବଚା ନିସ୍ତେଜ, ଶୁଷ୍କ ଓ ଚେହେରା ଚେଞ୍ଜିଆ ଦିଶୁଛି। ଚେହେରା ଝାଉଁଳି ଗଲାଭଳି ଦିଶୁଛି। ଜଣେ ବ୍ୟକ୍ତି କହିଛନ୍ତି, ଚାକିରି ଆରମ୍ଭ କରିବାର ୧ ମାସରେ ତାଙ୍କ ଚେହେରା ମଳିନ ପଡ଼ିଗଲା ଓ ଆଖି ତଳ କଳା ପଡ଼ି ଅଜବପଣ ଅନୁଭୂତ ହେଲା।

ଆହୁରି ପଢ଼ନ୍ତୁ: କେନିଆରେ ଟାଟା କେମିକାଲ୍ସକୁ ବିରୋଧ: ‘୧୦୦ ବର୍ଷ ବହୁତ ହେଲା, ଏବେ ଏଠାରୁ ଯାଅ’

ଅଧିକ ଦେଖନ୍ତୁ: 

Read Entire Article
LEFT SIDEBAR AD

Hidden in mobile, Best for skyscrapers.