ARTICLE AD BOX
ଡୁଙ୍ଗୁରିପାଲି/ଏସ.ରାମପୁର: ଡୁଙ୍ଗୁରିପାଲି ବ୍ଲକ୍ ରାମପୁର ଥାନା ଗଜବନ୍ଧ ଗ୍ରାମରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। କୌଣସି ଅପମିଶ୍ରିତ ପାନୀୟ ଯୋଗୁଁ ଦୁଇ ଭାଇଙ୍କ ମୃତ୍ୟୁ ହୋଇଯାଇଥିବା ସନ୍ଦେହ କରାଯାଉଛି। ରାମପୁର ପୁଲିସ ମୃତକଙ୍କ ଘରକୁ ଯାଇ ତଦନ୍ତ କରିବା ସହ ବିସଲେରି ପାଣି ବୋତଲରେ କିଛି ଅପମିଶ୍ରିତ ପାନୀୟକୁ ଜବତ କରିଥିବା ଜଣାଯାଇଛି। ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
Alcohol Drinking: ଆଇନ ଛାତ୍ର ଗିରଫ ମଦ ପିଇଥିବା ସ୍ପଷ୍ଟକଲା ପୁଲିସ
ଆଇଆଇସି ବିନୋଦିନୀ ବରିହାଙ୍କ ତତ୍ବାବଧାନରେ ଏଏସ୍ଆଇ ଜି. ଭରାସାଗର ଓ ଏନ.ସି ବାରିକ ତଦନ୍ତ ଦାୟିତ୍ବ ନେଇଛନ୍ତି। ପ୍ରାପ୍ତ ସଚନାରୁ ପ୍ରକାଶ, ଗଜବନ୍ଧ ଗ୍ରାମର ଏକ ପରିବାରର ବଡ଼ ଭାଇଙ୍କ ଝିଅର ଭାତଖୁଆଣି ଥିବା ଯୋଗୁଁ ଉତ୍ସବ ମନାଉଥିଲେ। ଉକ୍ତ ପରିବାର ୩ ଭାଇଙ୍କ ମଧ୍ୟରୁ ଗୋଡ଼ଭଗା ସମବାୟ ବ୍ୟାଙ୍କରେ ସିକ୍ୟୁରିଟି ଗାର୍ଡ ଥିବା ସାନ ଭାଇ ସନ୍ତୋଷ ରାଜହଂସ(୫୦) ଓ ତେଜରାଜ ରାଜହଂସ(୫୨) ହଠାତ ଛାତି ଜଳିଯାଉଛି ବୋଲି ଚିତ୍କାର କରିଥିଲେ। ତୁରନ୍ତ ତାଙ୍କୁ ଡୁଙ୍ଗୁରିପାଲି ଡାକ୍ତରଖାନାକୁ ପରିବାର ଲୋକେ ଆଣିଥିଲେ। ଡାକ୍ତର ସନ୍ତୋଷ ରାଜହଂସଙ୍କୁ ମୃତ ଘୋଷଣା କରିଥିବା ବେଲେ ତେଜରାଜ ରାଜହଂସଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ବୁର୍ଲାକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ରାସ୍ତାରେ ବରପାଲି ଠାରେ ତାଙ୍କ ମୃତ୍ୟୁ ହୋଇଯାଇଥିଲା। ଡୁଙ୍ଗୁରିପାଲି ଡାକ୍ତରଖାନକୁ ପରିବାର ଲୋକେ ଆସିବା ବେଲେ ହାତରେ ଏକ ବିସଲେରୀ ପାଣି ବୋତଲରେ କିଛି ଧଳା ପାନୀୟ ଥିବା ଓ ଏହା ଉତ୍କଟ ଗନ୍ଧ ହେଉଥିବା ଡାକ୍ତରଖାନା କର୍ମଚାରୀଙ୍କଠାରୁ ପ୍ରକାଶ।
ରାମପୁର ପୁଲିସ ସନ୍ତୋଷର ମରଶରୀରକୁ ଶବ ବ୍ୟବଚ୍ଛେଦ ପାଇଁ ଖେଦାପାଲି ପଠାଇଥିବା ବେଲେ ତେଜରାଜର ମୃତ ଶରୀରକୁ ବିନିକା ପାଠାଇଥିବା ପ୍ରକାଶ। କେଉଁ କାରଣରୁ ଦୁଇ ଭାଇଙ୍କ ମୃତ୍ୟୁ ହେଲା ତାହା ବ୍ୟବଚ୍ଛେଦ ପରେ ଜଣାପଡ଼ିବ ବୋଲି ଆଇଆଇସି ବିନୋଦିନୀ ବେହେରା କହିଛନ୍ତି।

2 weeks ago
10


