Odisha Reviews Budget Spending ସମସ୍ତ ବିଭାଗର ସଚିବସ୍ତରୀୟ ବୈଠକ: ଓଡ଼ିଶାର ବଜେଟ୍ ଖର୍ଚ୍ଚ ସମୀକ୍ଷା ଓ ୨୦୨୭-୨୮ ବଜେଟ୍ ପ୍ରସ୍ତୁତି ଉପରେ ଗୁରୁତ୍ୱ

1 hour ago 3
ARTICLE AD BOX

ଭୁବନେଶ୍ବର: ରାଜ୍ୟ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ସଚିବସ୍ତରୀୟ ବୈଠକ ଆଜି(ଗୁରୁବାର)  ଖାରବେଳ ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ  ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ଓ ସମୀକ୍ଷା କରାଯାଇଛି । ଏଥିରେ ୨୦୨୬-୨୭ ବଜେଟ୍ ଅନୁମୋଦନ ଅନୁସାରେ ଖର୍ଚ୍ଚ ସମୀକ୍ଷା କରାଯିବା ସହ ଆଗତ ହେବାକୁ ଥିବା ଅତିରିକ୍ତ ବଜେଟ୍ ଏବଂ ଆଗାମୀ ୨୦୨୭-୨୮ ବାର୍ଷିକ ବଜେଟ୍ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରାଯାଇଥିଲା l  
 ବୈଠକରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓରଞ୍ଜନ କୁମାର ସିଂ ଙ୍କ ସମେତ ବିଭିନ୍ନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ଶାସନ ସଚିବ ତଥା କମିଶନର ତଥା ଶାସନ ସଚିବମାନେ ବୈଠକରେ ଯୋଗଦେଇଥିଲେ । 

Chief Secretary Anu Garg: ଗଞ୍ଜାମ ବନ୍ୟା ମନୁଷ୍ୟକୃତ ନୁହେଁ: ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ସ୍ପଷ୍ଟୀକରଣ
ବୈଠକରୁ ମିଳିଥିବା ସୂଚନାନୁସାରେ, ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଆର୍‌ବିଆଇ ଡାଟା ସେଣ୍ଟର ଉଦ୍‌ଘାଟନ, କଳିଙ୍ଗନଗରରେ ଶିଳ୍ପ ପ୍ରକଳ୍ପର ଭୂମିପୂଜନ, ଅକ୍ଷୟ ଶକ୍ତି କ୍ଷେତ୍ରରେ ୧.୧୭ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ, ୧୮ଟି ବୁଝାମଣାପତ୍ର ସ୍ୱାକ୍ଷର, ରାଜ୍ୟ କ୍ୟାବିନେଟ୍‌ରେ ପ୍ରମୁଖ ନିଷ୍ପତ୍ତି ଏବଂ ୨,୦୬୭ ଜଣଙ୍କୁ ନିଯୁକ୍ତିପତ୍ର ପ୍ରଦାନ ଅନ୍ୟତମ ।  ସେହିପରି ଦୁର୍ନୀତି ନିବାରଣ  କ୍ଷେତ୍ରରେ ଦୋଷୀ ସାବ୍ୟସ୍ତ ହାର ୬୫%କୁ ବୃଦ୍ଧି, ଭାରତୀୟ ପୁରୁଷ ଓ ମହିଳା ହକି ଦଳର ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣପଦକ ବିଜୟ, ୬୩୦ଟି ବିଦ୍ୟାଳୟରେ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନାର ତୃତୀୟ ପର୍ଯ୍ୟାୟ, ପେନ୍‌ସନ୍ ପରିଚାଳନା ପୋର୍ଟାଲ୍‌ର ଶୁଭାରମ୍ଭ ଏବଂ ସ୍ୱଚ୍ଛ ସର୍ବେକ୍ଷଣରେ ପୁରୀ, ଭୁବନେଶ୍ୱର ଓ ଆସିକାର ସଫଳତା ଆଦି ଉପରେ ଆଲୋଚନା ହୋଇଥିଲା। 

ସଚିବସ୍ତରୀୟ ବୈଠକ‌ରେ ନିଷ୍ପତ୍ତି: ଅପାରଗ ବାବୁଙ୍କୁ ହଟାଇବାକୁ ହେବ ସ୍ବତନ୍ତ୍ର ଅଭିଯାନ
ଏଥି ସହିତ ବାତ୍ୟା ’ଅର୍ଣ୍ଣବ’ ଏବଂ ଏହାର ପ୍ରଭାବରେ ଗଞ୍ଜାମ ଜିଲ୍ଲାରେ ସଂଘଠିତ ବନ୍ୟା ପ୍ରଭାବିତଙ୍କୁ ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ଏହାକୁ  ତ୍ୱରାନ୍ୱିତ କରିବାରେ ସମ୍ପୃକ୍ତ ସମସ୍ତ ବିଭାଗମାନଙ୍କୁ ମୁଖ୍ୟ ସଚିବ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି  ।  

ସଚିବସ୍ତରୀୟ ବୈଠକରେ ନିଷ୍ପତ୍ତି: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ସଂକ୍ରାନ୍ତ କାର୍ଯ୍ୟ ଅଗ୍ରାଧିକାର ଭିତ୍ତିରେ ହେବ
୩୧ ଅକ୍ଟୋବର ୨୦୨୬ ସୁଦ୍ଧା ରାଜ୍ୟର ବିତ୍ତୀୟ ପ୍ରଦର୍ଶନ ଉପସ୍ଥାପନ କରାଯାଇଥିଲା । ଅଦ୍ୟବଧି ବିଭିନ୍ନ ବିଭାଗ ତରଫରୁ କରାଯାଇଥିବା ଖର୍ଚ୍ଚ ଓ ରାଜସ୍ୱ ଆଦାୟ ସଂପର୍କରେ ଆଲୋଚନା କରାଯାଇଥିଲା । ଗତବର୍ଷ ଅକ୍ଟୋବର ତୁଳନାରେ ଚଳିତ ବର୍ଷ ଏହି ମାସ ସୁଦ୍ଧା ବଜେଟ୍‌ ଅନୁମୋଦନ ଅନୁସାରେ ସାମଗ୍ରିକ ଭାବେ ଖର୍ଚ୍ଚ ୯.୯ ପ୍ରତିଶତ ବୃଦ୍ଧି ପାଇଛି । କାର୍ଯ୍ୟକ୍ରମ ବାବଦକୁ ଖର୍ଚ୍ଚ ଗତ ଅକ୍ଟୋବର ତୁଳନାରେ ଉଲ୍ଲେଖନୀୟ  ଭାବେ ୧୧ ପ୍ରତିଶତ ବୃଦ୍ଧି ପାଇଛି । ପୁଞ୍ଜିବ୍ୟୟ ଗତ ବର୍ଷ ଏହି ସମୟ ତୁଳନାରେ ଚଳିତ ବର୍ଷ ୨୭.୨ % କୁ ବୃଦ୍ଧି ଘଟିଛି । ଭିତ୍ତିଭୂମି କ୍ଷେତ୍ରରେ ୧୩.୫ % ବୃଦ୍ଧି ହୋଇଛି । ବୈଠକରେ ବିଭିନ୍ନ ଉତ୍ସରୁ ରାଜସ୍ୱ ଆଦାୟ ସ୍ଥିତି ସମୀକ୍ଷା କରାଯାଇଥିଲା ।  ବିଭିନ୍ନ ବିଭାଗୱାରୀ ଖର୍ଚ୍ଚ ସମୀକ୍ଷା କରାଯାଇଥିଲା । ମୁଖ୍ୟ ଶାସନ  ସଚିବ ବଜେଟ୍ ଅନୁମୋଦନ ହିସାବରେ ନିର୍ଦ୍ଧାରିତ ସମୟ ମଧ୍ୟରେ କାର୍ଯ୍ୟ ତ୍ୱରାନ୍ୱିତ କରି ଖର୍ଚ୍ଚ ବୃଦ୍ଧି ହାର ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଆଗାମୀ ୨୦୨୭-୨୮ ବାର୍ଷିକ ବଜେଟ୍  ଅଗ୍ରାଧିକାର କ୍ଷେତ୍ର ସହ ବିକଶିତ ଓଡ଼ିଶା ୨୦୩୬ ବିକଶିତ ଭାରତ ୨୦୪୭ ଦୀର୍ଘକାଳୀନ ଲକ୍ଷ୍ୟ ସହିତ ସଂଯୋଜିତ ହେବା ଉପରେ ଗୁରୁତ୍ୱ ଦେଇଥିଲେ ।  

Read Entire Article
LEFT SIDEBAR AD

Hidden in mobile, Best for skyscrapers.